ବାପା ଚାହିଁଲେ ବି ନିଜ ପୁଅ ନାଁରେ ୱିଲ୍ କରିପାରିବେନି ସବୁ ସମ୍ପତ୍ତି ! ମୃତ୍ୟୁ ପରେ ଜଣାପଡିଲେ ବି ହୋଇପାରିବ ଚ୍ୟାଲେଞ୍ଜ !

ବାପାଙ୍କ ସବୁ ସମ୍ପତ୍ତି ପୁଅକୁ ମିଳିବ ନାହିଁ ! ହଁ ଆଜ୍ଞା ସମୟ ସହ ତାଳ ଦେଇ ଆମ ସମାଜ ମଧ୍ୟ ଆଗକୁ ଦ୍ରୁତ ଗତିରେ ବଦଳିବାରେ ଲାଗିଛି । ଏଥିସହ ସମାଜରେ ରହୁଥିବା ଲୋକ ମାନଙ୍କର ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ହେଉଛି । ଯାହା ଫଳରେ ପୁଅ ଓ ଝିଅଙ୍କ ମଧ୍ୟରେ ଥିବା ପାତର ଅନ୍ତର ପୂର୍ବ ଅପେକ୍ଷା ହ୍ରାସ ପାଇଛି । ସେଥିପାଇଁ ତ ଆମ ଦେଶର ଆଇନରେ ପୁଅଙ୍କ ପରି ଝିଅଙ୍କୁ ମଧ୍ୟ ବାପାଙ୍କ ସମ୍ପତ୍ତିରେ ସଂପୂର୍ଣ୍ଣ ଅଧିକାର ଦିଆଯାଉଛି । ଝିଅ ମାନେ ଏବେ ପ୍ରଥମ ଶ୍ରେଣୀର ଉତ୍ତରାଧିକାରୀ ।

ଯେଉଁ ମାନେ କି ବାପାଙ୍କ ସମ୍ପତ୍ତି ଉପରେ ସମାନ ଅଧିକାର ଦାବୀ କରିପାରିବେ । ହେଲେ ମଧ୍ୟ ଏଥିରେ ବେଳେ ବେଳେ ସମସ୍ଯା ଦେଖାଯାଇଥାଏ । କାରଣ ଅନେକ ସମୟରେ ପ୍ରଶ୍ନ ଉଠେ କି ! ଯଦି ଜଣେ ବ୍ୟକ୍ତି ନିଜର ସବୁ ସମ୍ପତ୍ତି ନିଜ ପୁଅ ବା ଅନ୍ୟ ନାମରେ କରିଦିଅନ୍ତି । ତେବେ ଏହାପରେ କଣ ହେବ ? ଏହାପରେ କଣ ତାଙ୍କ ଝିଅ ନିଜ ବାପାଙ୍କ ସମ୍ପତ୍ତି ଉପରେ ଉତ୍ତରାଧିକାର ଦାବୀ କରିପାରିବ ! ତେବେ ଏଭଳି କ୍ଷେତ୍ରରେ କଣ କରାଯାଇ ପାରିବ ଜାଣନ୍ତୁ ।

ପୂର୍ବରୁ ବାପାଙ୍କ ସମ୍ପତ୍ତିରେ ଝିଅଙ୍କର କୌଣସି ଅଧିକାର ନଥିଲା । ହେଲେ ବର୍ତ୍ତମାନ ସମୟରେ ଝିଅଙ୍କ ପାଇଁ ମଧ୍ୟ ସବୁ କ୍ଷେତ୍ରରେ ସମାନ ସୁବିଧା ସୁଯୋଗର ଅଧିକାର ରହିଛି । 2005 ମସିହାରେ ହିନ୍ଦୁଉତ୍ତରାଧିକାର ଅଧିନିୟମ 1965 ରେ ସଂଶୋଧନ କରାଯାଇଥିଲା । ଏହି ସଂଶୋଧିତ ନିୟମ ଅନୁସାରେ ଝିଅ ମାନଙ୍କୁ ପୈତୃକ ସମ୍ପତ୍ତିରେ ସମାନ ଅଧିକାର ପାଇବାକୁ ଆଇନ ଗତ ଅଧିକାର କରାଯାଇଛି । ବାପାଙ୍କ ନିଜସ୍ୱ ସମ୍ପତ୍ତି ଉପରେ ପୁଅଙ୍କ ଭଳି ଝିଅଙ୍କର ମଧ୍ୟ ସମାନ ଅଧିକାର ରହିଛି ।

ତେଣିକି ଝିଅ ବିବାହିତ ହୁଅନ୍ତୁ ଅଥବା ଅବିବାହିତା ହୋଇଥାନ୍ତୁ । କିମ୍ବା ଝିଅଙ୍କର ଛାଡପତ୍ର ମଧ୍ୟ ହେଇଥାଉ । ସେଥିରେ କିଛି ଫରକ ପଡିନଥାଏ । ପୁଅଙ୍କ ପରି ଝିଅ ମଧ୍ୟ ବାପାଙ୍କ ସମ୍ପତ୍ତିରେ ସମାନ ଅଧିକାର ପାଇପାରିବେ । ଯଦି ବାପାଙ୍କ ମୃତ୍ୟୁ ପରେ ପୁଅ ନାମରେ ସବୁ ସମ୍ପତ୍ତି ୱିଲ ହୋଇଛି ବୋଲି ଜଣାପଡେ । ତେବେ ଝିଅ ଏହି ସମ୍ପତ୍ତି ପାଇଁ ଚାଲେଞ୍ଜ ମଧ୍ୟ କରିପାରିବ । ଯଦି ଏହା ପୈତୃକ ସମ୍ପତ୍ତି ଏହାକୁ ବାପା ନିଜେ ଅର୍ଜନ କରିନାହାନ୍ତି । ତେବେ ଏଥିରେ ପୁଅ ଓ ଝିଅଙ୍କର ସମାନ ଅଧିକାର ରହିଛି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇଁ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *