ବାପା ଆସିଲେ ମୋ ଭୋଟ୍ ମାଇନସ ହେବ… Siddharth Raut ray

ବାପା ଆସିଲେ ମୋ ଭୋଟ ମାଇନସ ହୋଇଯିବ ! ତେବେ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ନିକଟରେ ବିଜେଡି ପାର୍ଟିରେ ସାମିଲ ହୋଇଛନ୍ତି । ତେବେ ମନ୍ମଥଙ୍କର ବିଜେଡିରେ ସାମିଲ ହେବା ପ୍ରସଙ୍ଗଙ୍କୁ ନେଇ ବର୍ତ୍ତମାନ ସବୁଠି ଚର୍ଚାର ବିଷୟ ପାଲଟିଛି । ବିଶେଷ କରି ମନ୍ମଥଙ୍କ ବାପା ତଥା ତାଙ୍କ ପରିବାର ମନ୍ମଥଙ୍କ ବିଜେଡିରେ ଯୋଗ ଦେବା କଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କି ଅନ୍ତର ମନରୁ ଖୁସି ହେଇପାରୁନାହାନ୍ତି ।

ତେବେ ଏହି ସବୁ ପ୍ରସଙ୍ଗକୁ ସୁର ରାଉତରାୟଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଗଣ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ସିଦ୍ଧାର୍ଥଙ୍କ କହିବା ଆଧାରରେ ମୋ ସାନ ଭାଇ ସିଦ୍ଧାର୍ଥ ବିଜେଡିରେ ସାମିଲ ହୋଇ ସାଂସଦ ପ୍ରାର୍ଥୀ ଭାବେ ତା’ ର ନାମ ଘୋଷଣା କରାଯାଇଛି । ହେଲେ ଏଥିରେ ମୋର କି ବାପାଙ୍କର ଖୁସି ନାହିଁ । ଯଦି ମନ୍ମଥ ବିଧାୟକ ହୋଇ ଛିଡା ହୋଇଥାନ୍ତା । ତେବେ ଠିକ ହେଇଥାନ୍ତା । ହେଲେ ସେଠାକୁ ଯାଇ ତାକୁ ସାଂସଦ ପ୍ରାର୍ଥୀ ଭାବେ ଛିଡା କରେଇ ଦେଲେ ।

ଯେଉଁଠାରେ ତା’ ର ଜିତିବା ବଡ ମୁସ୍କିଲ ହୋଇଯିବା ପରି ଲାଗୁଛି । ବାପା ମୋତେ ନିମାପଡାରେ ଛିଡା କରେଇ ସେଠାରେ ମୋତେ ସପର୍ଟ କରି ଜିତାଇ ଦେବେ ବୋଲି କହୁଥିଲେ । ହେଲେ ବାପା ଆସିଲେ ମୋ ଭୋଟ ମାଇନସ ହେବ । କାରଣ ଆମ ଘରର ଗୋଟେ ପୁଅ ଯେତେବେଳେ ବାପାଙ୍କ ନିଷ୍ପତ୍ତିକୁ ଅବମାନନା କରି ବିଜେଡିରେ ସାମିଲ ହୋଇଛି । ଏପଟେ ବାପା ତାଙ୍କ ଶେଷ ନିଶ୍ଵାସ ଥିବା ପର୍ଯ୍ୟନ୍ତ କଙ୍ଗ୍ରେଶକୁ ସପର୍ଟ କରିବେ ବୋଲି କହୁଛନ୍ତି ।

ମୋତେ ଯଦି ନିମାପଡାର ପ୍ରାର୍ଥୀ କରେଇ ମୋ ବଡ ପୁଅ ସିଦ୍ଧାର୍ଥକୁ ଜିତାଅ ବୋଲି ବାପା କହିବେ । ତେବେ ଗୋଟେ ପଟେ ବାପା ସାନ ପୁଅକୁ ଏ ପାର୍ଟିରେ ଜିତାଅ ଅନ୍ୟ ପାର୍ଟିରେ ସାନ ପୁଅକୁ ଜିତାଅ ବୋଲି କହିବେ । ଲୋକ ସେଠାରେ ଆମ ପରିବାର ବିଷୟରେ କଣ କହିବେ । କାରଣ ଆମ ପରିବାରର ଆଉ ଆଗ ଭଳି ସେମିତି ଇଜ୍ଜତ ନାହିଁ । ତେଣୁ ମୋତେ ଏବେ ଯାହା ବି କରିବାର ଅଛି ସେଥିପାଇଁ ମୋତେ ନିଜେ ହିଁ ଲଢିବାକୁ ପଡିବ । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *