ସୌମ୍ୟ ଘରେ କ୍ରାଇମବ୍ରାଞ୍ଚ ଟିମ, ବନ୍ଧା ହେବେ ସୋନାଲି ନନ୍ଦ ! ମୋ ପୁଅ ପାଇବ ନ୍ୟାୟ…

ଆଖିରୁ ଲୁହ ସୁଖୀ ଯାଇଥିବା ବେଳେ ମନରୁ ଭାବନା ଲିଭି ଯାଇଥିବା ବେଳେ ହଠାତ ଆସି ଘରେ ପହଞ୍ଚିଲେ କ୍ର-ଆ ଇ-ମ ବ୍ରାଞ୍ଚ ଟିମ । ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ମୃତ ଯୁବକ ସୋମ୍ୟ ରଞ୍ଜନଙ୍କ କଥା ଆମେ କହୁଛୁ କଣ୍ଠଶିଳ୍ପୀ ସୋନାଲି ନନ୍ଦଙ୍କ କଥା । ଦିନେ ସୋମ୍ୟ ରଞ୍ଜନ ଏବଂ ସୋନାଲି ପ୍ରେମ ଦୁନିଆରେ ଉଡି ବୁଲୁ ଥିଲେ । ଆଉ ହଠାତ କଣ ହେଲା କେଜାଣି ସୋମ୍ୟଙ୍କ ମୃତ ଦେହ ମିଳିଲା ଆଉ ଖବର ଆସିଲା ସୋନାଲି କୁଆଡେ ସେଲିବ୍ରେଟି ଜୀବନ ଅତିବାହିତ କରିବାକୁ ଚାହୁଁ ଥିଲା ।

ସୋନାଲି କୁଆଡେ ଦାମୀ ଗାଡି ଚଢିବାକୁ ଚାହୁଁ ଥିଲା ସୋନାଲି କୁଆଡେ ରାତିଆ ରାତି ବଡ ଲୋକ ହେବାର ସ୍ଵପ୍ନ ଦେଖୁଥିଲା । ଆଉ ସେଥିପାଇଁ କୁଆଡେ ସବୁବେଳେ ସେ ସୋମ୍ୟକୁ ଟର୍ଚ୍ଚର କରୁଥିଲା ଯାହାକୁ ସହି ପାରୁ ନଥିଲା ସୋମ୍ୟ । ଆଉ ଶେଷରେ ନିଜ ଜୀବନ କୁଆଡେ ହାରି ଦେଲା । ଏମିତି କିଛି ଅଭିଯୋଗ ସେତେବେଳେ ଆସିଲା ଯେତେବେଳେ ସୋମ୍ୟ ରଞ୍ଜନଙ୍କ ମୃତ୍ୟୁ ହୋଇ ସାରିଥିଲା । ଏହି ଅଭିଯୋଗ ଆଣି ଥାନାର ଦ୍ଵାରସ୍ଥ ହୋଇଥିଲେ ପରିବାର ଲୋକେ ।

ଏହା ପରେ ଇନଫୋସଟି ଥାନା ଅଧିକାରୀ ମାମଲା ରୁଜୁ କରିଥିଲେ ସତ କିନ୍ତୁ ତଦନ୍ତ କରି ନଥିଲେ । ଖବର ଯାଇ ପହଞ୍ଚି ଥିଲା ହାଇକୋର୍ଟରେ ଆଉ ହାଇକୋର୍ଟରୁ ତଦନ୍ତ ନିର୍ଦ୍ଦେଶ ଆସିବା ପରେ ଏ ଘଟଣା ଡିସିପି ବୁଝୁ ଥିଲେ । ଆଉ ଏବେ ଏବେ ଏହି ଘଟଣାର ତଦନ୍ତ କରୁଛି କ୍ର-ଆ ଇ-ମ ବ୍ରାଞ୍ଚ । ଆଉ ଏହାରି ଭିତରେ ଆଜି ହଠାତ ମୃତ ସୋମ୍ୟ ରଞ୍ଜନଙ୍କ ଘରେ ପହଞ୍ଚିଛି କ୍ର-ଆ ଇ-ମ ବ୍ରାଞ୍ଚ ଟିମ ।

କ୍ର-ଆ ଇ-ମ ବ୍ରାଞ୍ଚ ଟିମକୁ ଘରେ ଦେଖିବା ପରେ ଆଖିରୁ ଲୁହ ପୋଛି ଛନ୍ତି ସୋମ୍ୟଙ୍କ ମାଆ । ଆଉ କୁଆଡେ କହିଛନ୍ତି ମୋ ମଲା ପୁଅର ଆତ୍ମା ଏବେ ଶାନ୍ତି ପାଇବ । ହଁ ଦର୍ଶକ ବନ୍ଧୁ ଚର୍ଚ୍ଚାରେ ନଥିବା ଖବର ଏବେ ପୁଣି ଚର୍ଚ୍ଚାକୁ ଆସିଛି । ଦବି ଯାଇଥିବା କାହାଣୀ ଏବେ ପୁଣି ମୁଣ୍ଡ ଟେକିଛି । ତଦନ୍ତରେ ସ୍ଥିରତା ପଡି ଯାଇଥିଲା ଏବେ ପୁଣି ଥରେ ସରଗରମ ହେଇଛି ତଦନ୍ତ ।

କାହିଁକି ନା ମୃତ ସୋମ୍ୟ ରଞ୍ଜନଙ୍କ ଘରେ ପହଞ୍ଚିଛି କ୍ର-ଆ ଇ-ମ ବ୍ରାଞ୍ଚ ଟିମ । ଆଉ ଏବେ ଶୁଣିବାକୁ ମିଳୁଛି ଖୁବ ଶୀଘ୍ର ସୋନାଲି ନନ୍ଦ ବନ୍ଧା ହୋଇ ପାରେ । ସୂଚନା ରହିଛି ଦିନେ କି ଦୁଇ ଦିନ ମଧ୍ୟରେ ସୋନାଲି ନନ୍ଦ ଜେରାର ସାମ୍ନା କରିପାରେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *