ବନ୍ଦ ଥିଲା କାର ଖାନା, ମନଦୁଃଖରେ ଫେରିଲେ ଖାଇବାକୁ ଆସିଥିବା ଲୋକ… Car Khana

ଆସିଲାନି କାର ଖାନା ! ଫେରିଗଲେ ଲୋକେ ! କାର ଖାନା ଖୋଲି ଭଳିକି ଭଳି ସୁସ୍ଵାଦୁ ଖାଦ୍ୟର ପସରା ଖୋଲି ରଖୁଥିବା ନେହା ଓ ରଶ୍ମିତାଙ୍କର କାର ଖାନା ବନ୍ଦ ହୋଇଯାଇଛି । ଆଉ ଆଗ ଭଳି ସେଠାରେ ଭିଡ ଦେଖିବାକୁ ମିଳୁନାହିଁ । ନା ଆସୁଛି କାର ନା ଖୋଳୁଛି କାର ଖାନାର ଖାଦ୍ୟର ପସରା । ତେବେ ଲୋକଙ୍କର ଲମ୍ବା ଲାଇନ ଲାଗୁଥିବା କାର ଖାନାଟି କଣ ସବୁଦିନ ପାଇଁ ବନ୍ଦ ହୋଇଗଲା ଏହାକୁ ନେଇ ଅନେକ ଲୋକ ଅନେକ କଥା ଭାବିବାରେ ଲାଗିପଡିଛନ୍ତି ।

ତେବେ ଏଠାରେ ଆମେ କହିବାକୁ ଚାହୁଁଛୁ । ଗତ 19 ତାରିଖରେ ବିଏମସିର ଲୋକ ଆସି କାର ଖାନା ଉପରେ ଚଢାଉ କରିଥିଲେ । ଲାଇସେନ୍ସ ନଥିବା ଦେଖି ସେମାନଙ୍କ ଉପରେ ଫାଇନ ମଧ୍ୟ ପକାଇଦେଇଥିଲେ । 5 ହଜାର ତାଙ୍କ ଦେବାକୁ ବିଏମସି କାର ଖାନାର ନେହା ଓ ରଶ୍ମିତାଙ୍କୁ କହିଥିଲା । ହେଲେ ଅନେକ ଆଲୋଚନା ପରେ ନେହା ବିଏମସି ଲୋକଙ୍କୁ 2 ହଜାର ଟଙ୍କା ଦେଇଥିଲେ । ସେହି ଦିନ ପର ଠାରୁ କାର ଖାନା ପ୍ରତଦିନ ଲାଗୁଥିବା ସ୍ଥାନରେ ଆଉ କାର ଖାନା ଲାଗିନଥିଲା ।

କି 2 ଯା’ ନେହା ଓ ରଶ୍ମିତାଙ୍କୁ ମଧ୍ୟ ଦେଖିବାକୁ ମିଳିନଥିଲା । ତେବେ ଅନେକ ଲୋକ ଯେଉଁ ମାନେ କର ଖାନାର ଖାଇବାକୁ ବହୁତ ପ୍ରଶଂଷା କରୁଥିଲେ । ସେମାନେ ମଧ୍ୟ ସେହି ସ୍ଥାନକୁ ଖାଇବାକୁ ଆସିଥିଲେ ସତ । ହେଲେ ଖାଇବା ନ ଖାଇ ଉଦାଶରେ ଫେରିଯାଇଥିଲେ । ତେବେ ନେହା ଓ ରଶ୍ମିତା ନିଜର ଏକ ଗଣ ମାଧ୍ୟମର ପ୍ରତିକ୍ରିୟାରେ କହିଛନ୍ତି । ବିଏମସିର କିଛି କଟକଣା ପାଇଁ ଆମେ କିଛି ଦିନ ପାଇଁ କାର ଖାନା ବନ୍ଦ ରଖିବୁ । ବିଏମସି ଲାଗୁ କରିଥିବା ପ୍ରପର ନିୟମ ମାନି ଯେଉଁଠାରେ କାର ଖାନା ଖୋଲିବୁ । ତା’ ର ଲାଇସେନ୍ସ କରି ଆମେ କାର ଖାନା ଖୋଲିକି ଲୋକଙ୍କୁ ଖାଇବାକୁ ଦେବୁ ।

ତେଣୁ ଏଥିପାଇଁ କିଛି ସମୟ ଲାଗିବ । ତାପରେ ପୂର୍ବ ଭଳି ଲୋକଙ୍କୁ ଆମେ ଖାଦ୍ୟ ପୁଣି ଥରେ ପରଶି ଖାଇବାକୁ ଦେବୁ । ତେବେ ନିକଟରେ ଶାମ୍ବ ଦଶମୀ ଯାଇଥିଲେ ମଧ୍ୟ କାର ଖାନା ଖୋଲିନଥିବାରୁ ଲୋକମାନେ କାର ଖାନାର ସୁସ୍ଵାଦୁ ତଥା ଭଳିକି ଭଳି ଖାଇବା ଖାଇବାକୁ ପାଇନଥିଲେ । ଯେଉଁ କାରଣରୁ ସେମାନେ ମନ ଦୁଃଖ କରି ସେଠାରୁ ଫେରିକି ଯାଇଥିଲେ । ଖବରର ଅପଡେଟ ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *