ବଞ୍ଚି ଥାଉ ଥାଉ Ollywood ର ଲୋକପ୍ରିୟ Actor Mihir Das ଙ୍କୁ ମାରିଦେଲା ୱିକିପିଡିଆ, ଆଉ ତା’ ପରେ କଲା ଏମିତି …

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଓଡିଶାର ଲୋକପ୍ରିୟ ଅଭିନେତା ମିହିର ଦାସ । ବଂଚି ଥାଉ ଥାଉ ବୁଧବାର ରାତିରେ ମିହିର ଦାସଙ୍କୁ ମାରି ଦେଲା ୱିକିପିଡିଆ । ହେଲେ ଗୁରୁବାର ପୁଣି ମିହିର ଦାସ ଜୀବିତ ଥିବା ୱିକିପେଡିଆରେ ଡାଟା ଅପଡେଟ୍ କରିବା ଚର୍ଚ୍ଚାର ବିଷୟ ହୋଇଛି । ଏହାକୁ ନିନ୍ଦା କରିଛନ୍ତି ତାଙ୍କୁ ଭଲ ପାଉଥିବା ପ୍ରତିଟି ମଣିଷ ।
ତେବେ ଆପଣ ଏହି ଠାରେ ଦେଖି ପାରୁଥିବେ କି ଓଡିଶାର ଲୋକ ପ୍ରିୟ ଅଭିନେତା ମିହିର ଦାସଙ୍କ ବାବଦରେ ୱିକିପେଡିଆର ଦୁଇ ଦିନର ସ୍କ୍ରିନ ସଟ୍ ।

ପ୍ରଥମଟି ବୁଧବାର ରାତିର ହୋଇଥିବାବେଳେ ଅନ୍ୟଟି ଗୁରୁବାରର । ବୁଧବାର ରାତିରେ ଥିବା ୱିକିପେଡିଆର ତଥ୍ୟ କହୁଛି ମିହିର ଦାସଙ୍କର ୧୪ ତାରିଖରେ ଦେହାନ୍ତ ହୋଇଯାଇଛି । କିନ୍ତୁ ଗୁରୁବାର ଦିନର ସେହି ତଥ୍ୟକୁ ହଟାଇବା ସହ ମିହିର ଦାସ ଜୀବିତ ଥିବା ଦର୍ଶା ଯାଇଛି । ୱିକିପେଡିଆର ତଥ୍ୟ ଉପରେ କୋଟି କୋଟି ଲୋକ ବିଶ୍ୱାସ କରୁଥିବାବେଳେ ଏଭଳି ଏକ ମିଛ ସୂଚନା ପ୍ରକାଶ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏହାକୁ ନିନ୍ଦା କରିଛନ୍ତି ଓଡିଶା ସିନେ ଆସୋସିଏସନର ସମ୍ପାଦକ ଶ୍ରୀତମ ଦାସ । ତେବେ ମିହିର ଦାସ କିଡନୀ ଜନତୀ ରୋଗରେ ପୀଡିତ ହୋଇ ଗତ କିଛି ଦିନ ହେଲା ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଅବସ୍ଥା ଗୁରୁତ୍ୱର ଥିବାରୁ ଏକ ଘରୋଇ ହସ୍ପିଟାଲରେ ଭେଂଟିଲେଟରରେ ରଖାଯାଇଛି । ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ।

ମିହିିର ଅସୁସ୍ଥ ଥିବା ଖବର ସାମନାକୁ ଆସିବା ପରେ ଓଡିଶା ଓ ଓଡିଶା ବାହାରେ ଥିବା ହଜାର ହଜାର ଲୋକ ତାଙ୍କ ଆଶୁ ଆରୋଗୀ କାମନା କରୁଛନ୍ତି । ଏଭଳି ସମୟରେ ୱିକିପେଡିଆରେ ଏମିତି ତଥ୍ୟ ଆସିବାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ତାଙ୍କ ପରିବାର ଓ ଭଲ ପାଉଥିବା ପ୍ରତିଟି ମଣିଷ । ଓ ଏହାର ନିନ୍ଦା କରିଛନ୍ତି । ତେବେ ୨୦୧୯ ମସିହା ଏପ୍ରିଲ ମାସରେ  ମଧ୍ୟ ମିହିର ଦାସ ହଠାତ ଅସୁସ୍ଥ ହୋଇପଡିଥିଲେ ।

ତାଙ୍କୁ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ରାମାୟଣ’ରେ ସେ ଶତ୍ରୁଘ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇ ସିନେ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ତେବେ ସେ ବହୁ ଚଳଚିତ୍ର, ଟେଲିଧାରାବାହିକରେ ଅଭିନୟ କରି କୋଟିକୋଟି ଓଡିଶାବାସୀଙ୍କ ହୃଦୟ ଜିଣିପାରିଛନ୍ତି ମିହିର ଦାସ । ତେବେ ଲୋକପ୍ରିୟ ଅଭିନେତା ମିହିର ଦାସ ଙ୍କ ସ୍ୱାସ୍ଥ୍ୟ ଶୀଘ୍ର ଭଲ ହୋଇଯାଉ ବୋଲି ଆମେ ଭଗବାନ ଙ୍କ ନିକଟରେ ପାର୍ଥନା କରୁଛୁ ।

ତେବେ ଏହି ଲେଖା ଆପଣଙ୍କ ମତାମତ ନିଶ୍ଚିତ ଆମକୁ କମେନ୍ଟ କରି ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *