ରାହୁଲ ଉଦ୍ଧାର ହେବା ପରେ ଖୁସିରେ ବିଭୋର ମା’, କହିଲେ ‘ରାମ, ଲକ୍ଷ୍ମଣଙ୍କ ପରି ମୋ ପୁଅ ବନବାସରୁ ମୋ କୋଳକୁ ଫେରିଛି, ସମସ୍ତଙ୍କ ପାଇଁ ଆଜି…’ ଦେଖନ୍ତୁ Video

୮୦ ଫୁଟ ବୋରୱେଲ ମଧ୍ୟରେ ଫସିଥିବା ରାହୁଲର ଉଦ୍ଧାର ଅପରେସନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ଗତ ଶୁକ୍ରବାର ଦିନ ରାହୁଲ ଖେଳୁଥିବା ବେଳେ ଗଭୀର ବୋରୱେଲ ଗର୍ତ୍ତ ମଧ୍ୟକୁ ଖସି ପଡିଥିଲା । ପ୍ରଥମେ ଗ୍ରାମବାସୀ ତାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ । ଏହାପରେ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ଅଧିକାରୀ ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ରାହୁଲଙ୍କୁ ଉଦ୍ଧାର କରିବାକୁ ଆଗେଇ ଆସିଥିଲେ ।

ରାହୁଲର ରେସ୍କ୍ଯୁ ଅପରେସନ ପାଇଁ ଆବଶ୍ଯକୀୟ ସମସ୍ତ ପଦକ୍ଷେପ ନେଇଥିଲେ ଛତିଶଗଡ ସରକାର । ରାହୁଲ କଥା କହିବା ଓ ଶୁଣିବାରେ ସମସ୍ଯା ରହିଛି । ଯେଉଁଥି ପାଇଁ ତାଙ୍କ ମାନସିକ ବିକାଶ ମଧ୍ୟ ଧୀରେ ଧୀରେ ହେଉଥିବା କଥା ତାଙ୍କ ଘରଲୋକ କହିଥିଲେ । କିନ୍ତୁ ଏହି ଦିବ୍ୟାଙ୍ଗ ଶକ୍ତି ହିଁ ଆଜି ରାହୁଲଙ୍କୁ ସୁରକ୍ଷିତ ୮୦ ଫୁଟ ଗର୍ତ୍ତ ମଧ୍ୟରୁ ଜୀବିତ ବାହାରିବାରେ ସାହାଯ୍ୟ କରିଛି କହିଲେ ଭୁଲ ହେବନାହିଁ । ବଡ ଲୋକଟିଏ ମଧ୍ୟ ଏଭଳି ପରିସ୍ଥିତିରେ ସାହାସ ହାରିଦେବ ।

କିନ୍ତୁ ମାତ୍ର ୧୦ ବର୍ଷର ରାହୁଲ କିଭଳି ଭାବେ ଧୈର୍ଯ୍ୟ ଧରି ସାହସର ସହ ପରିସ୍ଥିତିକୁ ସାମ୍ନା କରିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ରାହୁଲର ଉଦ୍ଧାର କାର୍ଯ୍ୟରେ ୫ଦିନ ଲାଗି ଯାଇଥିବାରୁ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢିଥିଲା । ତାଙ୍କ ପରିବାର ମଧ୍ୟ ପୁଅକୁ ଭିଏଲସି କ୍ୟାମେରା ମାଧ୍ୟମରେ ଦେଖୁଥିଲେ ଓ ଶୀଘ୍ର ତାକୁ କୋଳରେ ପାଇବାକୁ ଅପେକ୍ଷା କରି ବସିଥିଲେ ।

ପୁଅକୁ ଏଭଳି ସ୍ଥିତିରେ ଦେଖି ବାପାମା’ଙ୍କ ମନ କେମିତି ହେଉଥିବ ଆପଣ ନିଜେ ଚିନ୍ତା କରି ପାରୁଥିବେ । ତେବେ ରାହୁଲ ଉଦ୍ଧାର ହେବା ପରେ ତାଙ୍କ ମାଆଙ୍କ ପ୍ରତିକ୍ରିୟା ମିଳିଛି । ରାହୁଲ ବାହାରକୁ ଆସିବା ପରେ ଓ ତାକୁ ଦେଖିବା ପରେ ତାଙ୍କ ଖୁସିର ସୀମା କେତେ ଥିଲା ସେ ନିଜେ ମଧ୍ୟ ବର୍ଣ୍ଣନା କରିପାରିବେ ନାହିଁ ବୋଲି କହିଛନ୍ତି । ପୁଅ ପାଇଁ ସେମାନେ ୫ଦିନ ଧରି ଭଲଭାବେ ଖାଇ ନାହାନ୍ତି କି ଶୋଇ ନାହାନ୍ତି ।

କିନ୍ତୁ ରାମ, ଲକ୍ଷ୍ମଣ ବନବାସରୁ ଫେରିବା ଭଳି ତାଙ୍କ ପୁଅ ନୂଆ ଜୀବନ ପାଇ ତାଙ୍କ କୋଳକୁ ଫେରି ଆସିଛି ବୋଲି ସେ କହିଛନ୍ତି । ରାହୁଲଙ୍କୁ ଦେଖିବା ପରେ ତାଙ୍କୁ ଭୋକ ମଧ୍ୟ ହେଉନାହିଁ । ଖୁସିରେ ତାଙ୍କ ପେଟ ଭରିଯାଇଛି ବୋଲି ସେ କହିଛନ୍ତି । ପୁଅ ରାହୁଲର ଉଦ୍ଧାର ପରେ ତାଙ୍କ ପୁରା ପରିବାରର ଖୁସିର କୌଣସି ଠିକଣା ନଥିବା କହିଛନ୍ତି ରାହୁଲଙ୍କ ମାଆ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *