ବାନା ବିକିବାକୁ ନେଇ ଶ୍ରୀମନ୍ଦିରରେ ଗଣ୍ଡଗୋଳ, ଏନେଇ ସିଂହଦ୍ଵାର ଥାନାରେ ରୁଜୁ ହେଲା ମାମଲା…

ବାନା ବିକିବା କଥାକୁ ନେଇ ଶ୍ରୀମନ୍ଦିରରେ ହୋଇଗଲା ଗଣ୍ଡଗୋଳ ! ଖବର ଅନୁଯାଇ ବାନା ବିକିବା କଥାକୁ ନେଇ ଶ୍ରୀମନ୍ଦିରରେ ସେବାୟତ ସେବାୟତଙ୍କ ମଧ୍ୟରେ ମାଡଗୋଳ ହୋଇଯାଇଛି । ନାଟମଣ୍ଡପ ନିକଟରେ ଏହି ମାଡଗୋଳ କାରଣରୁ ଉଭୟ ସେବାୟତ ସାମାନ୍ୟ ଆହତ ମଧ୍ୟ ହୋଇଯାଇଛନ୍ତି । ତେବେ ଆହତ 2 ଜଣ ହେଉଛହନ୍ତି ମେକାପ ସେବାୟତ ସୋମନାଥ ମେକାପ ଓ ଚୂନରା ସେବାୟତ ହେଉଛନ୍ତି ସରଦା ମହାନ୍ତି ।

ତେବେ ଗତ କାଲି ଅପରାହ୍ନ 3 ତା 30 ମିନିଟରେ ଉଭୟ ସେବାୟତଙ୍କ ମଧ୍ୟରେ ମାଡପିଟ ହୋଇଥିଲା । ନାଟମଣ୍ଡପରେ ସଂପୃକ୍ତ ମେକପ ସେବାୟତ ବେଆଇନ ଭାବେ ବାନା ବିକିବା କଥା ଅଭିଯୋଗ କରି ଚୂନରା ସେବାୟତ ତାଙ୍କୁ ବାରଣ କରିଥିଲେ । ତାପରେ ଏହି ସବୁ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଗାଳିଗୁଲଜ ହୋଇଥିବାର ଦେଖାଯାଇଥିଲା । ତାପରେ କଥା କଟାକଟି ମଝିରେ ମାରପିଟ ବି ହୋଇଯାଇଥିଲା ।

ଉଭୟଙ୍କର ମୁଥ ମାଡରେ ସେବାୟତ 2 ଜଣ ଆହତ ମଧ୍ୟ ହୋଇଯାଇଥିଲେ । ତେବେ ଏନେଇ ସିଂହଦ୍ଵାର ଥାନାରେ ମାମଲା ମଧ୍ୟ ରୁଜୁ ହେବ ସହ ଘଟଣାର ତଦନ୍ତ କରାଯାଉଛି । ତେବେ ମେକପ ସେବାୟତ ଜଣଙ୍କ ଯେତେବେଳେ ବେଆଇନ ଭାବେ ଲୁଚେଇକି ବାନା ବିକ୍ରି କରୁଥିଲେ । ସେତେବେଳେ ଏହି କଥାର ଖବର ଚୂନରା ସେବାୟତଙ୍କୁ ଜଣା ପଡିଥିଲା । ତାପରେ ଚୂନରା ସେବାୟତ ଜଣଙ୍କ ଯେତେବେଳେ ବାନା ବିକ୍ରି କରିବା କଥାକୁ ନେଇ ମେକାପ ସେବାୟତଙ୍କୁ କହିଥିଲେ ।

ସେତେବେଳେ ଉଭୟଙ୍କ ମଧ୍ୟରେ ବହୁ ସମୟ ଧରି ଯୁକ୍ତିତର୍କ ଓ କଥାକଟାକଟି ହୋଇଥିଲା । ତାପରେ କଥାରେ କଥାରେ ଉଭୟ ମେକାପ ଓ ଚୂନରା ସେବାୟତଙ୍କ ମଧ୍ୟ ମାଡଗୋଳ ହୋଇଯାଇଥିଲା । ତାପରେ ସେଠାରେ ଅନ୍ୟ ସେବାୟତ ମାନେ ଆସି ତାଙ୍କୁ ଅଟକାଇଥିଲେ । ଏ କଥା ନେଇ ଅଧିକ ସ୍ପଷ୍ଟୀକାରଣ ପାଇଁ ସିଂହଦ୍ଵାର ଥାନାରେ ମାମଲା ରୁଜୁ ହୋଇଥିଲା । ପୋଲିସ ମଧ୍ୟ ଘଟଣାକୁ ଭଲ ଭାବେ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଦେଇଛନ୍ତି ।

ତେବେ ପୋଲିସର ସଠିକ ତଦନ୍ତ ପରେ ଏହି ଘଟଣାରେ ପ୍ରକୃତରେ କେଉଁ ସେବାୟତଙ୍କର ଭୁଲ ରହିଥିଲା ତାହା ସାମ୍ନାକୁ ଆସିପାରିବ । ଖବରର ଅପଡେଟ ପାଇଁ ବନ୍ଧୁଗଣ ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *