ବାଲେଶ୍ଵର ଠାରେ କରମଣ୍ଡଳ ଏକ୍ସପ୍ରେସର ଦୁର୍ଘଟଣା, ଘଟଣା ସ୍ତଳର ସମୀକ୍ଷା କରିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଘଟଣା ସ୍ତଳକୁ ଆସିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ! ଘଟିଗଲା ବଡ ରେଳ ଦୁର୍ଘଟଣା ! ବାଲେଶ୍ଵର ବାହାନଗା ଷ୍ଟେସନ ନିକଟରେ କରମମଣ୍ଡଳ ଏକ୍ସପ୍ରେସ ସହିତ ଯଶୱନ୍ତ ହାୱଡା ଏକ୍ସପ୍ରେସର ରେଳ ଦୁର୍ଘଟଣା ଗତକାଲି ସନ୍ଧ୍ୟାରେ ଘଟି ଯାଇଛି । ତେବେ ଘଟଣା ସ୍ତଳକୁ ମାନ୍ୟବର ମୁଖ୍ୟମନ୍ତ୍ରୀ, 5 ଟି ସଚିବ, ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କ ସମେତ ଅନ୍ୟ ବିଶିଷ୍ଠ ଲୋକ ଆସିଛନ୍ତି ।

ତେବେ ସେଠାରେ ଘଟଣା ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ରେଳମନ୍ତ୍ରୀ ମନ୍ତ୍ରୀ ମିଶି ଉଦ୍ଧାର କାର୍ଯ୍ୟକୁ ଆହୁରି କିପରି ଭାବେ ତ୍ବରାଣିତ କରାଯିବ ତାହା ଉପରେ ଆଲୋଚନା କରାଯାଉଛି । ତେବେ ଗତ କାଲି ସନ୍ଧ୍ୟା ସମୟରେ ଯେଉଁ ବଡ ଦୁର୍ଘଟଣା ଘଟି ଯାଇଛି । ଅନେକ ଭାବୁଥିଲେ ଯେ ରାତି ପାଇଁ ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ଆସିପାରେ । ହେଲେ ସେହିପରି କିଛି ମଧ୍ୟ ସମସ୍ଯା ଆସିନାହିଁ ।

ଘଟଣା ସ୍ତଳରେ ନିୟଜିତ ହୋଇଥିବା ରେଶକ୍ୟୁ ଟିମ ଯଥାସାଧ୍ୟ ନିଜ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି । ୯୦ ପ୍ରତିଶତ ଉଦ୍ଦାର କାର୍ଯ୍ୟ ସରିଛି ବୋଲି ସରକାରୀ ସ୍ତରରେ ଯାହା ସୂଚନା ରହିଛି । ହେଲେ ହେଲେ ବର୍ତ୍ତମାନର ସୂଚନା ଅନୁଯାଇ ଯେଉଁ ୨ ଟି ବାଗୀ ଉଭୟ ଚାପି ହୋଇ ରହିଛନ୍ତି । ସେହି ବାଗୀ ତଳେ ଅନ୍ୟ କିଛି ଯାତ୍ରୀ ଚାପି ହୋଇ ରହିଥିବାର ମଧ୍ୟ ଆଶଙ୍କା କରାଯାଉଛି । ତେବେ ଘଟଣା ସ୍ତଳରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଘଟଣାର ସମୀକ୍ଷା ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସହିତ କରୁଛନ୍ତି ।

କିପରି ଅଧିକରୁ ଅଧିକ ତୀବ୍ର ବେଗରେ ଆହତ ଯାତ୍ରୀ ମାନଙ୍କର ରେଶକ୍ୟୁ ଅପରେସନକୁ ତ୍ବରାନିତ କରାଯିବ । ଏହା ସହ ଆହତ ଯାତ୍ରୀ ମାନଙ୍କର ଚିକିତ୍ସା ପାଇଁ ମେଡିକାଲକୁ ଯେପରି ଯଥା ଶୀଘ୍ର ପଠା ଯାଇପାରିବ । ଏହା ସହିତ ଯଥା ସମ୍ଭବ ମୃ-ତ୍ୟୁ ସଂଖ୍ୟାକୁ କମାଇବାରେ ସବୁଆଡୁ ପ୍ରୟାସ ଚାଲୁ ରହୁଛି । ତେବେ ସୂଚନା ଅନୁଯାଇ ଯେଉଁ ମାନଙ୍କୁ କଟକ ବଡ ମେଡିକାଲକୁ ଚିକିତ୍ସା ନିମନ୍ତେ ପଠା ଯାଇଥିଲା ।

ସେମାନଙ୍କ ମଧ୍ୟରୁ ଅନେକଙ୍କ ସ୍ଵାସ୍ଥବସ୍ତାରେ ସ୍ଥିରତା ରହିଛି । ସେପରି ଅଧିକାଂଶ ଲୋକଙ୍କ ସ୍ଵାସ୍ଥବସ୍ତା ଅତି ମାତ୍ରାରେ ସଙ୍କଟାପର୍ଣ୍ଣ ହୋଇନାହିଁ । ହେଲେ ଘଟଣା ସ୍ତଳରେ ପ୍ରାୟ ୨୫୦ ରୁ ଅଧିକ ମୃତାହତ ହୋଇଛନ୍ତି ବୋଲି ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *