ବାଳକୁ ଲମ୍ବା ଆଉ ଘନ କରିବାର ଏମିତି 5 ଉପାୟ, ନିଶ୍ଚୟ ଜାଣି ରଖନ୍ତୁ ! (Hair Care Tips)

ନମସ୍କାର ବନ୍ଧୁଗଣ ତେବେ ଆଜିକାଲିର ଦୁନିଆରେ ପ୍ରାୟ ଅଧିକାଂଶ ମହିଳା ଓ ପୁରୁଷ ମାନଙ୍କର କେଶ ସହ ଜଡିତ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି । ବହୁତ କମ ବୟସରେ ଉଭୟ ପୁରୁଷ ଓ ମହିଳା ମାନଙ୍କର କେଶ ଝଡିବା, କେଶ ପତଳା ହୋଇଯିବା, କେଶରେ ରୁପି ହୋଇଯିବା ଓ କେଶ ଧଳା ହେବା ଆଦି ସମସ୍ୟା ଦେଖିବାକୁ ମିଳୁଛି । ଏହା ଦ୍ଵାରା ଆପଣ ମାନେ ମାର୍କେଟରୁ ମିଳୁଥିବା ବିଭିନ୍ନ କସମେଟିକ୍ସ ଓ ହେୟାର ଅଏଲର ବ୍ୟବହାର କରିଥାନ୍ତି ।

କିନ୍ତୁ ଏହି ସବୁ ମାର୍କେଟ ପ୍ରଡ଼କ୍ଟରେ ବହୁତ କେମିକାଲ ରହିଥାଏ ଯାହାର ସାଇଡ ଇଫେକ୍ଟ ଆପଣଙ୍କ କେଶକୁ ଡ୍ୟାମେଜ୍ କରିଥାଏ।ଆପଣଙ୍କର ଏହି ସମସ୍ତ କେଶ ଜନିତ ସମସ୍ୟାକୁ ଦୂର କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଘରୋଇ ଉପାୟ ନେଇ ଆସିଛୁ । ଯାହାକୁ ବ୍ୟବହାର କରି ଆପଣ ମାନେ ନିଜ କେଶକୁ ଘନ, କଳା ଓ ଲମ୍ବା କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଉପାୟ ବିଷୟରେ।

୧- ପ୍ରଥମ ରେ ହେଉଛି ଭୃସୁଙ୍ଗ ପତ୍ର। ତେବେ କେଶ ର ବୃଦ୍ଧି ପାଇଁ ଭୃସୁଙ୍ଗ ପତ୍ର ଟନିକ ଭଳି କାର୍ଯ୍ୟ କରେ ଆପଣ କିଛି ଭୃସୁଙ୍ଗ ପତ୍ର ଏବଂ ନଡ଼ିଆ ତେଲ ନିଅନ୍ତୁ ଏବଂ ଏହାକୁ ଗରମ କରି ଭଲ ଭାବରେ ଛାଣି ମୁଣ୍ଡ ରେ ମାଲିସ କରି ଦିଅନ୍ତୁ ଏବଂ ଏହା ଛଡା ଆପଣ ଭୃସୁଙ୍ଗ ପତ୍ର ର ପେଷ୍ଟ ମଧ୍ୟ ଲଗାଇ ପରେ ସାମ୍ପୁ ଲଗାଇବା ଦ୍ୱାରା ଦେଖିବେ ଆପଣଙ୍କ କେଶ ଧୀରେ ଧୀରେ ବୃଦ୍ଧି ହେବାକୁ ଲାଗିବ।


୨- ଦ୍ଵିତୀୟ ରେ ହେଉଛି ପିଆଜ। ତେବେ ଆମ କେଶ ପାଇଁ ପିଆଜ ମଧ୍ୟ ବହୁତ ଉପଯୋଗୀ ଏବଂ ଲାଭଦାୟକ। ଆପଣ ପ୍ରଥମେ ନିଜ କେଶ ଅନୁସାରେ ପିଆଜ ରସ କୁ ବାହାର କରି ନିଅନ୍ତୁ ଏବଂ ଏହାକୁ ନିଜ କେଶ ରେ ଭଲ ଭାବରେ ଲଗାଇ ଦିଅନ୍ତୁ ଏବଂ ୩୦ ମିନିଟ ପରେ ଉଷୁମ ପାଣିରେ ମୁଣ୍ଡ ଧୋଇ ଦିଅନ୍ତୁ ଦେଖିବେ ଆପଣଙ୍କ କେଶ ବୃଦ୍ଧି ହେବ ଏବଂ କଳା ମଧ୍ୟ ରହିବ।

୩- ତୃତୀୟ ରେ ହେଉଛି ଦହି। ଆପଣ ନିଜର ମୁଣ୍ଡରେ ହେଉଥିବା ଡ୍ୟାନଡ୍ରାଫ କୁ ଦୁର କରିବା ପାଇଁ ଏହାର ପ୍ରୟୋଗ କରି ପାରିବେ ଆପଣ ଦହି ନିଅନ୍ତୁ ଏବଂ ସେଥିରେ ଅଳ୍ପ ଲେମ୍ବୁ ମିଶାଇ ଦିଅନ୍ତୁ ଏବଂ ପନ୍ଦର ମିନିର ପର୍ଯ୍ୟନ୍ତ ଭଲରେ ମାଲିସ କରନ୍ତୁ ଏବଂ ଏକ ଘଂଟା ପରେ ସାମ୍ପୁ କରି ଦିଅନ୍ତୁ।


୪- ଚତୁର୍ଥ ରେ ହେଉଛି ଅଣ୍ଡା। ତେବେ ଆପଣ ଗୋଟିଏ ଅଣ୍ଡା ନିଅନ୍ତୁ ସେଥିରୁ ଧଳା ଅଂଶ ଏବଂ ହଳଦିଆ ଅଂଶ କୁ ଅଲଗା କରି ଦିଅନ୍ତୁ ଏବଂ ଏହା ପରେ ଆପଣ ଧଳା ଅଂଶ ରେ ଦୁଇ ଚାମଚ ଦହି ମିଶାଇ ନିଜ କେଶ ରେ ପ୍ରୟୋଗ କରନ୍ତୁ ଏବଂ ଶୁଖିବା ପରେ ଆପଣ ଭଲ ଭାବରେ ସାମ୍ପୁ କରି ଦିଅନ୍ତୁ ଦେଖିବେ ଆପଣ ଙ୍କ କେଶ ର ଚମକ ବଢିବ ଏବଂ ବହୁତ କୋମଳ ମଧ୍ୟ ହୋଇଯିବ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *