‘ବଳରାମ ନଥିଲେ କଣ ହେଲା ଆମେ ଲକ୍ଷ୍ମୀର…’ ଆଜି ଶ୍ରୀମନ୍ଦିରରୁ ଡେଇଁ ଆତ୍ମହତ୍ୟା କରିଥିବା କିନ୍ନର ବଳରାମଙ୍କ ଭଉଣୀ ବାହାଘର, କିନ୍ନର ଜଣକ ଯାହା ଅକହିଲେ ଶୁଣି ଆପଣ ବି କରିବେ ପ୍ରଶଂସା…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ କିଛି ଦିନ ଆଗରୁ ଜଣେ କିନ୍ନର ଶ୍ରୀମନ୍ଦିର ରୁ ଡେଇଁ ଆତ୍ମହତୟଆ କରି ଦେଇଥିଲେ । ତେବେ ବଳରାମ ରାଉତ ଯିଏ କି କିନ୍ନର ସେ କାହିଁକି ଆତ୍ମହତୟଆ କଲେ ତାହା ସ୍ପଷ୍ଟ ହୋଇନାହିଁ ।   ଆତ୍ମହତୟଆ କରିବା ପାଇଁ ଶ୍ରମନ୍ଦିରକୁ କାହିଁକି ଗଲେ ତାହାର ଉତ୍ତର ମଧ୍ୟ କାହା ପାଖରେ ନାହିଁ । ତେବେ ଜଗନ୍ନାଥ ମନ୍ଦିର ସୁରକ୍ଷା କର୍ମୀ ଓ ପୁଲିସ ଉପସ୍ଥିତିରେ ବଳରାମ କେମିତି ଆତ୍ମହତୟଆ କଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ପରିବାର ଓ ଗ୍ରାମବାସୀ ।

ତେବେ କିନ୍ନର ବଳରାମ ରାଉତ ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ପୋଷ୍ଟର ଠିଆ ହୋଇ ଟଙ୍କା ମାଗୁଥିଲେ ବୋଲି ଜଣାପଡିଛି । ହେଲେ ଭଉଣୀ ବିବାହ ପାଇଁ ଟଙ୍କା ଆଣିବାକୁ ଘରୁ ଆସି, କାହିଁକି ସେ ଶ୍ରୀମନ୍ଦିର ଗଲେ? ଶ୍ରୀମନ୍ଦିର ଗୁମୁଟ ଉପରୁ ଡେଇଁ କାହିଁକି ଆତ୍ମହତୟଆ କଲେ? ତାହା ଏବେ ବି ରହସ୍ୟ ଭିତରେ ରହିଛି ।

ତେବେ ଆଜି ତାଙ୍କ ଭଉଣୀ ଲକ୍ଷ୍ମୀ ଙ୍କ ବାହାଘର ହୋଇଛି ତେବେ ଆଜି ସେଠାରେ କିନ୍ନର ସମାଜ ର ଲୋକମାନେ ଆସି ତାଙ୍କ ଘରେ ଅନେକ ପ୍ରକାରର ସାହାଯ୍ୟ କରିଛନ୍ତି ସେମାନେ ତାଙ୍କୁ ୨୧ ହଜାର ଟଙ୍କା ଦେଇଛନ୍ତି ତା ଛଡା ଆହୁରି ମଧ୍ୟ ପଇସା ଦେଇଛନ୍ତି । ତେବେ ଲକ୍ଷ୍ମୀ ଙ୍କ ପାଇଁ ଗୋଟିଏ ସୁନ୍ଦର ମଙ୍ଗଳସୁତ୍ର ମଧ୍ୟ ପ୍ରଦାନ କରିଛନ୍ତି ତା ଛଡା ପୁଅ ଘରେ ଯାଇ ତାକୁ ସଜେଇ ଆଣି ଛନ୍ତି ।

ଝିଅକୁ ମଧ୍ୟ ସୁନ୍ଦର ଭାବରେ କନ୍ୟା ବେଶରେ ସଜେଇ ଦେଇଛନ୍ତି ତେବେ ସେମାନେ ଏହା ମଧ୍ୟ କହିଛନ୍ତି କି ବଳରାମ ତ ଚାଲିଗଲା କିନ୍ତୁ ତା ଭଉଣୀ ବାହାଘର ରେ କୌଣସି ତ୍ରୁଟି ଆସିବାକୁ ଦେବୁ ନାହିଁ ଏବଂ ସେ ଯେଉଁଠି ଥିବ ସେଠାରେ ନିଜ ଭଉଣୀ ବିବାହ ଦେଖି ସନ୍ତୁଷ୍ଟ ହୋଇଯିବ । ତେବେ ଆମର ଆଶୀର୍ବାଦ ସଦା ସର୍ବଦା କନ୍ୟା ବର ସହିତ ରହିଛି ।

ତାଙ୍କ ବାହାଘର ଜୀଵନ ସୁଖରେ ଶାନ୍ତିରେ କଟୁ ବୋଲି ପ୍ରଭୁ ଜଗନ୍ନାଥ ଙ୍କୁ ମୋର ପାର୍ଥନା । ତେବେ ତାଙ୍କ ଭାଇ ମଧ୍ୟ ଉପରେ ରହି ନିଜ ଭଉଣୀ ଭିଣେଇ ଙ୍କୁ ଆଶୀର୍ବାଦ କରିବେ ବୋଲି ମୋର ଆଶା । ତାଙ୍କ ବୈବାହିକ ଜୀଵନ ସୁଖମୟ ରହୁ ଏବଂ ତାଙ୍କ ଚଲାପଥ କୁସୁମିତ ହେଉ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *