ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ର ସବୁଠାରୁ ବଡ଼ ଖବର ପୁରୀ ରୋଷଘରର ଅବଢ଼ା ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖଦାୟକ । ମନ୍ଦିର ବନ୍ଦ ପୂର୍ବରୁ କିଛି ଦୁର୍ବୃତ୍ତ ଛପି ରହିଥିଲେ ଓ ରାତିରେ ଚୁଲି ଭାଙ୍ଗି, ସକାଳେ ଭକ୍ତଙ୍କ ମେଳରେ ମିଶି ମନ୍ଦିରରୁ ବାହାରି ଗଲେ । ମହାପ୍ରସାଦ ସହ ଓଡ଼ିଆଙ୍କ ଭାବାବେଗ ଜଡ଼ିତ । ମହାପ୍ରଭୁଙ୍କ ମହାପ୍ରସାଦ ଅମୃତ ତୁଲ୍ୟ ।
ମହାପ୍ରଭୁଙ୍କ ରୋଷଘର ସହ ମା’ ଲକ୍ଷ୍ମୀ ଓ ମା’ ହିଙ୍ଗୁଳାଙ୍କ ପ୍ରତ୍ୟକ୍ଷ ଜଡ଼ିତ ଥିବା ଓଡ଼ିଆ ଜନମାନସର ବିଶ୍ୱାସ । ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଭବିଷ୍ୟତରେ ଯେଭଳି ଏହି ଘଟଣାର ପୁନରାବୃତି ନ ହେବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ସହ ସଜାଗ ରହିବା ଜରୁରୀ ।
ତେବେ ଏହାକୁ ନେଇ ଜଣେ ଜ୍ୟୋତିର୍ବିଦ ଙ୍କୁ ପଚାରିବାରୁ ସେ କହିଥିଲେ କି ଏହା କେବଳ ଆରମ୍ଭ ଆହୁରି ଅନେକ କିଛି ଘଟଣା ମାନ ମଧ୍ୟ ଘଟିବାକୁ ଯାଉଛି ଯେ ପର୍ଯ୍ୟନ୍ତ ରକ୍ତପାତ ହୋଇ ନାହିଁ ସେ ପର୍ଯ୍ୟନ୍ତ ଏହା ସରିବ ନାହିଁ । ତେବେ ଏହା ଛଡା ସେ କହିଛନ୍ତି କି କଳିଯୁଗ ଶେଷ ଆଡ଼କୁ ରୁଷ ପରମାତ୍ମା ଙ୍କୁ ପାଇବା ପାଇଁ ଆମ ଓଡ଼ିଶାର ମଉଡ଼ ମଣି ଶ୍ରୀଜଗନ୍ନାଥ ଙ୍କୁ ଚୋରି କରି ନେଇଯିବ । ଏବଂ ଯିବା ବେଳେ ସେ ଇଞ୍ଜିନ ରେ ଯିବ କିନ୍ତୁ ଏଇ ଇଞ୍ଜିନ ଛତିଆ ପାଖରେ ଛିଣ୍ଡି ଯିବ ଏବଂ ଜଗନ୍ନାଥ ଥିବା ବଗି ରହିଯିବ ।
ତେବେ ସେଠାରେ ଥିଲା ପଞ୍ଚ ସଖା ଙ୍କ ଭକ୍ତ ମାନେ ଶ୍ରୀଜଗନ୍ନାଥ ଙ୍କୁ ସେଇଠାରେ ଅବସ୍ଥିତ କରିବେ ଅଵବଂ ସାତ ଦିନ ପର୍ଯ୍ୟନ୍ତ ସେହି ଛତିଆ ରେ ଶ୍ରୀକ୍ଷେତ୍ର ହେବ ଲକ୍ଷେ ଲକ୍ଷେ ଲୋକ ମାନେ ଆସି ସେଠାରେ ଦର୍ଶନ କରିବେ ଏବଂ ସେତେବେଳେ କେବଳ ଭକ୍ତ ମାନେ ହିଁ ବଂଚି ରହିବେ ଅନ୍ୟମାନେ ସବୁ ମରିଯିବେ । ତେବେ ସେ କହିଛନ୍ତି କି ବଳଭଦ୍ର ଓ ଜଗନ୍ନାଥ ଥରେ ବ୍ରାହ୍ମଣ ବେଶ ରେ ହାଡ଼ିଆ କମାରୁ ପାଖକୁ ଯାଇଥିଲେ ତେବେ ସେତେବେଳେ ତା ପାଖରେ କିଛି ନଥିଲା ଏବଂ ସେ ଦାଣ୍ଡ ଘଷିବାକୁ କାଠି ଓ ଜିଭ ଛେଲିବା ପାଇଁ ଛେଲା ଦେଇଥିଲା ।
ତେବେ କିନ୍ତୁ ତାକୁ ଟିକେ ସନ୍ଦେହ ହେବାରୁ ସେ ଧ୍ୟାନ ରେ ବସିଲା ଏବଂ ଜାଣିବାକୁ ପାଇଲା କି ଏ ହେଉଛନ୍ତି ଜଗନ୍ନାଥ ଓ ବଳଭଦ୍ର । ତେବେ ସେ ତାଙ୍କ ପାଖରେ ଦଣ୍ଡବତ ହୋଇ ପ୍ରଣାମ ଜଣାଇଲା । ତେବେ ଭଗବାନ ପଚାରିଲେ କି କଣ ବର ମାଗୁଛ ମାଗ । ତେବେ ସେତେବେଳେ ସେ କହିଥିଲେ କି ଏହି ସ୍ଥାନର କୌଣସି ନାମ ନାହିଁ ତେଣୁ ଏହାର ନାମ କରଣ କରନ୍ତୁ ।
ତେବେ ସେ ସେହିଠାରେ ନିଜ ଛତିଆ ବାହାର କରିଥିବାରୁ ସେଠର ନାଁ ଛତିଆ ଏବଂ ଆଉ ଏକ ବର ରେ କହିଥିଲେ କି କଳିଯୁଗ ଶେଷରେ ତୁମେ ଏଠାକୁ ଆସିବ ଏବଂ ସାତଦିନ ଏଠାରେ ଶ୍ରୀକ୍ଷେତ୍ର ହେବ ତେବେ ଭଗବାନ ତଥାସ୍ତୁ କହି ଚାଲି ଯାଇଥିଲେ । ତେବେ ଯାହା ମହାପୁରୁଷ ମାନେ ଲେଖି ଯାଇଛନ୍ତି ତାହା ନିଶ୍ଚିତ ସତ ହୋଇବଂ ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।