ଏବେ ଆପଣ ତେଲ ପକେଇବା ଭୁଲିଯିବେ ! କାରଣ ବଜାରରେ ଲଞ୍ଚ ହେବାକୁ ଯାଉଛି Revolt ର ନୂଆ Electric Motorbike, ଦେଖିବାକୁ ବି ବହୁତ ଷ୍ଟାଇଲିସ

ବନ୍ଧୁଗଣ କରୋନା ମହାମାରୀର ଦ୍ଵିତୀୟ ଲହର ପରଠାରୁ ଦିନକୁ ଦିନ ପେଟ୍ରୋଲ ଦର ବଢି ଚାଲିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ପେଟ୍ରୋଲ ଓଡିଶାରେ ୧୦୦ ଟଙ୍କାରୁ ଅଧିକ ଅଛି । ତେବେ ବନ୍ଧୁଗଣ ପେଟ୍ରୋଲ ଦର ଲୋକ ମାନଙ୍କର ଚିନ୍ତା ବଢାଇଥିବା ବେଳେ ଏବେ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ଏହି ଖବରଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଓ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଖୁସି ହୋଇଯିବେ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ସ୍କୁତି ପରେ ଆସନ୍ତା ସପ୍ତାହରେ ମାର୍କେଟ ଆସିବାକୁ ଯାଉଛି ଇ ବାଇକ । ଦେଶରେ ଏବେ ବଢିବାରେ ଲାଗିଛି ଇଲେକ୍ଟ୍ରିକ ଗାଡିର ଚାହିଦା । ପେଟ୍ରୋଲ ଦର ବୃଦ୍ଧି ହେଉଥିବା ବେଳେ ଯୁବପିଢିଙ୍କୁ ଆକ୍ରୁଷ୍ଟ କରୁଛି ଇଲେକ୍ଟ୍ରିକ ବାଇକ । ସ୍କୁଟର ଭଳି ଏବେ ଲୋକଙ୍କ ଡିମାଣ୍ଡରେ ଏହି ଗାଡି କାରଣ ହେଉଛି ଯେ, କମ୍ପାନୀ ଏବେ ମାର୍କେଟକୁ ନୂଆ ବାଇକ, ସ୍କୁଟର କିମ୍ବା କାର ଲଞ୍ଚ କରୁଛନ୍ତି ।

ଏହି ବାଇକ ଦେଖିବାକୁ ଆକର୍ଷଣୀୟ ତାହା ସହିତ କମ ଖର୍ଚ୍ଚରେ ଅଧିକ ମାଇଲେଜ ଦେଉଛି ଏହି ବାଇକ । ଆସନ୍ତା ସପ୍ତାହରେ ବଜାରକୁ ଆସିବାକୁ ଯାଉଛି ଟର୍କ କ୍ରାସେଟରେ ଇଲେକ୍ଟ୍ରିକ ବାଇକ । ଯଦି ଆପଣ ଇଲେକ୍ଟ୍ରିକ ବାଇକ କିଣିବାକୁ ଚାହୁଁ ଛନ୍ତି ବାଇକର ଦାମ ବିଷୟରେ ଜାଣି ନିଅନ୍ତୁ । ବଜାରରେ ଚର୍ଚ୍ଚାରେ ଥିବା ଇଲେକ୍ଟ୍ରିକ ବାଇକ ହେଉଛି ରିବର୍ଟଆରବି ୪୦୦ । ଏହାର ଏକ୍ସ ସୋ ରୁମ ଦର ହେଉଛି ୯୦ ହଜାର ୭୯୯ ଟଙ୍କା ।

ଏହା ଗୋଟିଏ ଥର ଚାର୍ଜରେ ୧୫୦ କିଲୋମିଟର ଯାଏଁ ଚାଲିପାରିବ । ସେହି ପରି ରିବର୍ଟଆର୍ବି ୩୦୦ର ଦାମ ହେଉଛି ୯୪ ହଜାର ୯୯୯ ଟଙ୍କା । ଏହା ଗୋଟେ ଚାର୍ଜରେ ୧୮୦ କିଲୋମିଟର ଯାଏଁ ଯାଇପାରିବ । ଏହା ସହିତ ବଜାରରେ ଓଡିସି ଇଲେକ୍ଟ୍ରିକ ଇଭୋକିସ ଭଳି ଦାମୀ ଆକର୍ଷଣୀୟ ବାଇକର ବିକଳ୍ପ ରହିଛି । ଏହାର ଏକ୍ସ ସୋ ରୁମ ଦର ରହିଛି ୧ ଲକ୍ଷ ୬୪ ହଜାର ଟଙ୍କା । ଏହା ଥରେ ଚାର୍ଜ କଲେ ୧୪୦ କିଲୋମିଟର ଯାଏଁ ଯାଇପାରିବ ।

ଅଧିକ ସ୍ପିଡ ଓ ବେସୀ ମାଇଲେଜ ଦେଉଥିବା ଇଲେକ୍ଟ୍ରିକ ବାଇକ ମଧ୍ୟ ରହିଛି ଯାହାକି କୌଣସି ସ୍ପୋର୍ଟ୍ସ ବାଇକ ଠାରୁ କମ ନୁହେଁ । ଲାସ୍ ବେଗାସରେ ଚାଲୁଥିବା ସିଇଏସ ୨୦୨୨ରେ କାନାଡିଆନ ଷ୍ଟାର୍ଟଅପ୍ ଡେମୋମୋଟର୍ସ ବାଇକ ଉପସ୍ଥାପନା କରିଛି ଯାହାକି କୌଣସି ସ୍ପୋର୍ଟ୍ସ ବାଇକ ଠାରୁ କମ ନୁହେଁ । ଏହାର ବେଗ ରହିଛି ଘଣ୍ଟା ପ୍ରତି ୨୭୩ କିଲୋମିଟର । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *