ବନ୍ଧୁଗଣ ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ ବର୍ତ୍ତମାନ ଆମ ମାନଙ୍କ ଗହଣରେ ନାହାନ୍ତି । ତେବେ ଲିଭର ଶିରୋସିସ ରୋଗରେ ପିଣ୍ଟୁଙ୍କ ମୃତ୍ୟୁ ହୋଇଛି । ଗତ ପହଡଦିନ ପିଣ୍ଟୁ ହାଇଦ୍ରାବାଦର ଯଶୋଦା ମେଡିକାଲରେ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଗତ କାଲି ରାତିରେ ପିଣ୍ଟୁଙ୍କ ମୃତ ଶରୀରକୁ ହାଇଦ୍ରାବାଦରୁ ଭୁବନେଶ୍ଵର ଅଣା ଯାଇ ଥିଲା । ତେବେ ରାତିରେ ପିଣ୍ଟୁଙ୍କ ମୃତ ଶରୀର କିମ୍ସ ମେଡିକାଲରେ ରହିଥିଲା ଏବଂ ଆଜି ପୁରୀ ସ୍ଵର୍ଗଧାମରେ ତାଙ୍କର ଅନ୍ତିମ ସଂସ୍କାର ଚାଲିଛି ।
ପିଣ୍ଟୁ ଯିବା ପରେ ସାରା ଓଡିଶାରେ ଶୋକର ମାହୋଲ ରହିଛି । ତେବେ ପିଣ୍ଟୁଙ୍କ ମୃତ୍ୟୁ ପଛରେ ମୁଖ୍ୟ କାରଣ ମଦ ବୋଲି ଜଣା ପଡିଛି । ସେ ଅତ୍ୟଧିକ ମଦ୍ୟପାନ କରୁଥିଲେ ଯେଉଁଥି ପାଇଁ ତାଙ୍କର ଲିଭର ଖରାପ ହେଇଗଲା । ଆଉ ଏହାରି ମଧ୍ୟରେ ଓଡିଆ ଅଭିନେତ୍ରୀ ସୋମା ଭୌମିକ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ଦୁଃଖ ପ୍ରକାଶ କରିଛନ୍ତି ।
ସୋମା ଗଣମାଧ୍ୟମ ଆଗରେ କହିଛନ୍ତି-‘ପ୍ରଥମ କଥା ତ ଜାଣିଥିଲି ସେ ଚିକିତ୍ସା ପାଇଁ ଯାଇଛନ୍ତି ହେଲେ ଗୋଟେ ଆଶା ଥିଲା ଯେ ସେ ନିଶ୍ଚୟ ଭଲ ହେଇ ଫେରିବେ । ସେ କାମ କରନ୍ତୁ କି ନ କରନ୍ତୁ କିନ୍ତୁ ଭଲ ହେଇ ଆସିବେ ବୋଲି ଗୋଟେ ଆଶା ଥିଲା । ହେଲେ ହଠାତ ମୁଁ କାଲି ଜାଣି ନଥିଲି ଆଜି ସକାଳେ ଖବର ପାଇ ମୁଁ ପଚାରିଲି କଣ ହେଇଛି ବୋଲି । ସେ କହିଲେ କାଲି ତାଙ୍କର ଏମିତି ଅବସ୍ଥା ହେଇଛି ବୋଲି ।
ଆମେ ଏ ଖବର ଜାଣିବା ପରେ ଆମେ ବିଶ୍ଵାସ କରିଲୁ ନାହିଁ ଆମେ କହିଲୁ ଏଇଟା ଫେକ ନ୍ୟୁଜ । ଆମେ କାହିଁକି ବିଶ୍ଵାସ କରିବୁ ଆମେ ତ ଜାଣିଛୁ ସେ ଚିକିତ୍ସା ପାଇଁ ଯାଇଛନ୍ତି ଏତେ କଣ ପାଇଁ ବିଶ୍ଵାସ ଥିଲା ମୁଁ ଜାଣିନି ହେଲେ ଥିଲା । କାଲି କିନ୍ତୁ ସତରେ ସେଇଟା ଘଟି ଥିଲା ସେତେବେଳେ ଆମେ ଜାଣିଲୁ ପିଣ୍ଟୁ ଭାଇ ଆଉ ନାହାନ୍ତି । ତାଙ୍କ ସହ ଯେତିକି ମୂହୁର୍ତ୍ତ ଆମେ କାମ କରିଛୁ ସେସବୁ କାଲି ପହଡଦିନର କଥା ଭଳି ଲାଗିଲା ।
ଆମେ ବହୁତ ଥର ମନା ବି କରିଛୁ ଯେ ପିଣ୍ଟୁ ଭାଇ ଏଗୁଡାକ କରନି କଣ ହେବ କରିକି । ସେ କହିବେ ତୁ ଅଧିକ ଜାଣିଛୁ ତୁ ପା କରୁଛୁ ମୁଁ କଣ ତତେ ମନା କରିଛି ତୁ କାହିଁକି ମତେ ମନା କରିବୁ । କଣ କହିବି କହିଲେ ଆଉ କାହାକୁ କହିବିନି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।