ପୋଲିସ Uniform ରେ ବହୁତ ହିଁ ଷ୍ଟାଇଲିସ ଲାଗନ୍ତି Bollywood ର ଏହି 6 ଜଣ Actress, 4 ନମ୍ବର Actress ତ ଲାଗନ୍ତି ସବୁଠୁ ଅଧିକ ଦମଦାର

ବନ୍ଧୁଗଣ ଆପଣ ମାନେ ସମସ୍ତେ ଫିଲ୍ମ ଗୁଡିକରେ କେତେକ ହିରୋ ହିରୋଇନ ମାନଙ୍କୁ ପୋଲିସର ଭୂମିକାରେ ନିଶ୍ଚୟ ଦେଖିଥିବେ । ବଲିଉଡ ଇଣ୍ଡଷ୍ଟ୍ରିରେ ସଲମାନ ଖାନ, ଅଜୟ ଦେବଗନ, ଅକ୍ଷୟ କୁମାର ଓ ରଣବିର କପୁର ଆଦି ପୋଲିସ ଭୂମିକାରେ ପରଫେକ୍ଟ ନଜର ଆସନ୍ତି । ସେହିପରି ଇଣ୍ଡଷ୍ଟ୍ରିରେ କିଛି ଫେମସ ଅଭିନେତ୍ରୀ ମଧ୍ୟ ଅଛନ୍ତି ଯେଉଁ ମାନେ ପୋଲିସ ଭୂମିକାରେ ନଜର ଆସିଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁ ମାନେ ପୋଲିସ ଭୂମିକାରେ ବହୁତ ସୁନ୍ଦର ନଜର ଆସନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ । ୧- ପ୍ରଥମ ରେ ହେଉଛନ୍ତି ହେମା ମାଳିନୀ ।

ତେବେ ପୂରୁଣା ଫିଲ୍ମ ଦେଖୁଥିବା ଲୋକମାନେ ଦୁର୍ଗା ଦେବି ସିଂହ ନାମକ ଜଣେ ମହିଳା ପୋଲିସଙ୍କୁ ନିହାତି ମନେ ରଖିଥିବେ । କାରଣ ଏହି ଭୂମିକାରେ ଡ୍ରିମ୍‌ ଗର୍ଲ ହେମା ମାଳିନୀ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସୁପରଷ୍ଟାର ଅମିତାଭ ବଚ୍ଚନ ଓ ରଜନୀକାନ୍ଥ ମଧ୍ୟ ଅଭିନୟ କରିଥିଲେ । ଦୁଇ ସୁପରଷ୍ଟାର ଥାଇ ମଧ୍ୟ ହେମାଙ୍କର ଏହି ରୋଲ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ।


୨ ଦ୍ଵିତୀୟ ରେ ହେଉଛନ୍ତି ମାଧୁରୀ ଦିକ୍ଷିତ । ତେବେ ବଲିଉଡର ଧକ୍‌ ଧକ୍‌ ଗର୍ଲ ମାଧୁରୀ ନିଜ ନୃତ୍ୟ ପାଇଁ ଫେମସ । କିନ୍ତୁ ସେ ପୋଲିସ ଭୂମିକାରେ ଅଭିନୟ କରି ପ୍ରତିଷ୍ଠା ଲାଭ କରିଥିଲେ । ସଂଜୟ ଦତ୍ତଙ୍କ ଫିଲ୍ମ ଖଳନାୟକରେ ମାଧୁରୀ ମହିଳା କନ୍‌ଷ୍ଟେବଲ ଭୂମିକାରେ ଅଭିନୟ କରିଥିଲେ । ଏହା ସହ ସେ ପ୍ରେମ ଦିୱାନେ ଫିଲ୍ମରେ ମଧ୍ୟ ମହିଳା ଇନସ୍ପେକ୍‌ଟର ଭୂମିକାରେ ଅଭିନୟ କରିଥିଲେ ।

୩ ତୃତୀୟ ରେ ହେଉଛନ୍ତି ପ୍ରିୟଙ୍କା ଚୋପଡା । ତେବେ ବଲିଉଡ ତଥା ହଲିଉଡର ଚର୍ଚ୍ଚିତା ଅଭିନେତ୍ରୀ ପ୍ରିୟଙ୍କାଙ୍କୁ ପୋଲିସ ଡ୍ରେସ ବେଶ ମାନେ । ଫିଲ୍ମ ଗଙ୍ଗାଜଳର ସିକ୍ୱଲ ଜୟ ଗଙ୍ଗାଜଳରେ ପ୍ରିୟଙ୍କା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ସେ ଜଣେ ପୋଲିସର ଚରିତ୍ରରେ ଦେଖିବାକୁ ମିଳିଥିଲେ । ତାଙ୍କର ଏହି ଅବତାର ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ । ଫିଲ୍ମରେ ପ୍ରିୟଙ୍କା ଆଭା ମାଥୁର ଭୂମିକାରେ ଅଭିନୟ କରିଥିଲେ । ସମଗ୍ର ଦେଶରେ ଆଭା  କ୍ରାଇମ୍‌ ଓ କରପସନ ବିପକ୍ଷରେ ପଦକ୍ଷେପ ନେଇ ଦେଶକୁ ଅପରାଧମୁକ୍ତ କରିବାକୁ ଚାହିଁଥିଲେ । ଏଥିପାଇଁ ସେ ଏକା ଲଢୁଥିଲେ । ଏହି ମହିଳା ପୋଲିସ ଭୂମିକାରେ ସେ ପର୍ଫେକ୍ଟ ଲାଗିଥିଲେ ।


୪ ଚତୁର୍ଥ ରେ ହେଉଛନ୍ତି ତବ୍ବୁ । ତେବେ ମହିଳା ପୋଲିସ ଭୂମିକାରେ ତବ୍ବୁ କମାଲ ଦେଖାଯିବା ସହ ପରଦାରେ ଧମାଲ କରିଥିଲେ । ଲୁକ୍‌ ବ୍ୟତୀତ ସେ ଏହି ଚରିତ୍ରରେ ଖୁବ୍‌ ଭଲ ଅଭିନୟ କରିଥିଲେ । ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ଦ୍ଦୃଶ୍ୟମରେ ତବ୍ବୁ ପୋଲିସ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଜୟ ଦେବଗନଙ୍କୁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ତବ୍ବୁଙ୍କ ଅଭିନୟ ଦର୍ଶକ ବହୁତ ପସନ୍ଦ କରିଥିଲେ । ଇନସ୍ପେକ୍‌ଟର ମୀରା ଦେଶମୁଖ ଚରିତ୍ରରେ ସେ ଫିଲ୍ମରେ ଅଭିନୟ କରିଥିଲେ ।


୫ ପଞ୍ଚମ ରେ ହେଉଛନ୍ତି ରାନୀ ମୁଖର୍ଜ୍ଜି । ୨୦୧୪ ମସିହାରେ ରିଲିଜ ହୋଇଥିବା ଫିଲ୍ମ ମର୍ଦ୍ଦାନି ବକ୍ସ ଅଫିସ୍‌ରେ ଧମାଲ କରିଥିଲା । ଏହି ଫିଲ୍ମ ଦର୍ଶକଙ୍କ ମଧ୍ୟରେ କିଛି ଦିନ ଯାଏଁ ହଇଚଇ ସୃଷ୍ଟି କରିଥିଲା । ଫିଲ୍ମରେ ରାନୀ ଶିୱାଜି ରାଓ ନାମକ ଜଣେ ମହିଳା ପୋଲିସଙ୍କ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ଦ୍ବାରା ରାନୀ ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲେ । ଏହି ଚଳଚ୍ଚିତ୍ରରେ  ରାନୀ ଦମଦାର ଫାଇଟ୍‌ ମଧ୍ୟ କରିଥିଲେ । ଏହି ଫିଲ୍ମର ସଫଳତା ସେତେବେଳେ ଅନ୍ୟ ଫିଲ୍ମକୁ ଫ୍ଲପ କରିଥିଲା । ତେବେ ସେ ମରଦାନୀ ୨ ରେ ମଧ୍ୟ ନଜର ଆସିବେ ।


୬ ଷଷ୍ଠ ରେ ହେଉଛି ରେଖା । ତେବେ ବଲିଉଡର ଏଭରଗ୍ରୀନ ବିଉଟି ତଥା ଲିଜେଣ୍ଡ ଅଭିନେତ୍ରୀ ରେଖା ମଧ୍ୟ ନିଜ ଫିଲ୍ମ କ୍ୟାରିଅରରେ ମହିଳା ପୋଲିସ ଭୂମିକାରେ ଅଭିନୟ କରିଥିଲେ । ୧୯୯୧ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଫୁଲ ବନେ ଅଙ୍ଗାରରେ ରେଖା ତାଙ୍କ ଅଭିନୟ ଦ୍ବାରା ବହୁ ଲୋକପ୍ରିୟତା ହାସଲ କରିଥିଲେ । ଫିଲ୍ମ ସୁପରହିଟ୍‌ ହୋଇଥିଲା । ଫିଲ୍ମରେ ରେଖାଙ୍କ ବିପକ୍ଷରେ ରଜନୀକାନ୍ଥ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ପୋସ୍ଟ ଟି ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *