ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ସାଉଥ ସୁପରଷ୍ଟାର ପ୍ରଭାସଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ୨୦୧୫ ମସିହାରେ ବାହୁବଳୀ ଚଳଚ୍ଚିତ୍ରରେ ଅଭିନୟ ଯୋଗୁଁ ପ୍ରଭାସ ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇଛନ୍ତି। ଆଜିକାଲି ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ରାଧେ ଶ୍ୟାମ ବିଷୟରେ ଆଲୋଚନା କରୁଛନ୍ତି। ପ୍ରଭାସ ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ମଧ୍ୟ ଜଣାଶୁଣା।
ତେବେ ସୂଚନାଯୋଗ୍ୟ ଯେ ପ୍ରଭାସ ବାହୁବଳୀ ପାଇଁ ୨୫ କୋଟି ଟଙ୍କା ନେଇଥିଲେ, କିନ୍ତୁ ଏହା ପରେ ପ୍ରଭାସ ତାଙ୍କ ଫିସକୁ ୩୦ କୋଟିକୁ ବୃଦ୍ଧି କରିଛନ୍ତି।ତେବେ ବର୍ତ୍ତମାନ ପ୍ରଭାସ କୁ ନେଇ ଏକ ଘଟଣା ସାମ୍ନା କୁ ଆସିଛି ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଅଛି । ପ୍ରଭାସ ବର୍ତ୍ତମାନ ସ୍ପେନରେ ଅଛନ୍ତି ଓ ତାଙ୍କର ଚିକିତ୍ସା ଚାଲିଛି ବୋଲି ଜଣାପଡିଛି । ବାର୍ସିଲୋନାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିବା ଜଣାପଡିଛି ।
ଅପରେସନ୍ ହେବା ପରେ ପ୍ରଭାସଙ୍କୁ ପରବର୍ତ୍ତୀ ଯାଞ୍ଚ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ଡାକ୍ତର କହିଛନ୍ତି । ତେବେ ସେ ବାହୁବଳୀ ପାଇଁ ନିଜ ଓଜନ ବଢ଼ାଇଥିଲେ କିନ୍ତୁ ପରେ ଏହାକୁ ସେ କମେଇ ପାରୁ ନାହାଁନ୍ତି ଏହାର କାରଣ ତାଙ୍କ ଆଣ୍ଠୁ ରେ ଥିବା ବିନ୍ଧା ଯୋଗୁଁ। ତେବେ ଏହା ସହ ସେ ଖାଇବାର ମଧ୍ୟ ସୌକିନ ତେଣୁ ତାଙ୍କୁ ନିଜ ଓଜନ କମାଇବା ପାଇଁ ବହୁତ କଷ୍ଟକର ହୋଇ ପଡିଛି।
ତେବେ ନିକଟରେ ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ରାଧେ ଶ୍ୟାମ’ ରିଲିଜ ହୋଇସାରିଛି। ତେବେ ଫିଲ୍ମ ଦର୍ଶକଙ୍କୁ ସେତେଟା ପସନ୍ଦ ଆସୁନଥିବା ଦେଖାଯାଇଛି । ପ୍ରଥମ ଦିନର ଆୟକୁ ଦେଖି ଫିଲ୍ମ ‘ରାଧେ ଶ୍ୟାମ’ ବକ୍ସ ଅଫିସରେ ଫେଲ୍ ମାରିଥିବା କୁହାଯାଉଛି । ୩୫୦ କୋଟି ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ଫେଲ୍ ମାରିବ ବୋଲି କେହି କଳ୍ପନା କରି ନଥିବେ। କିଛି ମାସ ପୂର୍ବେ ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ସାଲାର ସୁଟିଂ ସମୟରେ ସେ ଆହତ ହୋଇ ଥିଲେ।
ତେବେ ୧୯୭୦ର ଉପନ୍ୟାସକୁ ନେଇ ନିର୍ମାଣ ହୋଇଛି ପ୍ରଭାସଙ୍କ ଅଭିନୀତ ବହୁଭାଷୀ ଚଳଚ୍ଚିତ୍ର ‘ରାଧେଶ୍ୟାମ’। ଏଥିରେ ପ୍ରଭାସଙ୍କ ବିପକ୍ଷରେ ଥିଲେ ଅଭିନେତ୍ରୀ ପୂଜା ହେଗ୍ଡେ। ୟୁଭି କ୍ରିଏଟିଭ୍ ପ୍ରଡକ୍ସନ୍ ଦ୍ବାରା ନିର୍ମିତ ‘ରାଧେଶ୍ୟାମ’ର ନିର୍ଦ୍ଦେଶନା ଦେଇଛନ୍ତି ରାଧାକ୍ରୀଷ୍ଣ କୁମାର ଏବଂ ସମ୍ପାଦନାରେ ଅଛନ୍ତି କୋଟଗିରି ଭେଙ୍କଟେଶ୍ବର ରାଓ।
ଚଳଚ୍ଚିତ୍ରର ପ୍ରଯୋଜକ ରହିଛନ୍ତି ଭୂଷଣ କୁମାର, ଭାଷ୍ମୀ ଓ ପ୍ରମୋଦ। ଏହି ସମୟରେ ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’, ‘ସାଲାର’, ‘ପ୍ରୋଜେକ୍ଟ-କେ’, ‘ସ୍ପିରିଟ’ ଏବଂ ନିର୍ଦ୍ଦେଶକ ମାରୁଥୀଙ୍କ ସହ ଅନ୍ୟ ଏକ ଚଳଚ୍ଚିତ୍ରରେ ନଜର ଆସିବେ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।