‘ବାହାର ଲୋକ ଆସି ମୋ ଘର ଗେଟ ଭାଙ୍ଗି ଘରେ ପଶି ମୋ ଧନ ଜୀବନ ନଷ୍ଟ କରୁଛନ୍ତି, ହେଲେ ମୁଁ…’ ଅଡିଓ କଲ କରି କିଛି ଏମିତି କହିଲେ Sumit ଙ୍କ ବାପା ଶୁଣି ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ପାରିବାରିକ କଳହ ମାମଲାରେ ଗତ କାଲି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ବର୍ତ୍ତମାନ ତପସ୍ଵିନୀଙ୍କ ସମର୍ଥନରେ ଜନସାଧାରଣ ମାନେ ଛିଡା ହୋଇଛନ୍ତି । ଯେତେବେଳେ ଜନସାଧାରଣ ମାନେ ତପସ୍ଵିନୀଙ୍କୁ ସମର୍ଥନ ଦେଲେ ସେତେବେଳେ ପ୍ରମୋଦ ସାହୁଙ୍କ ଗେଟ ଭାଙ୍ଗିବା ପାଇଁ କହିଥିଲେ । ବନ୍ଧୁଗଣ ଗତ କାଲି ଲୋକମାନେ ନିଜର ଏହି କଥାକୁ ସତ କରିଛନ୍ତି । ଗତ କାଲି କିଛି ମହିଳା ମାନେ ପ୍ରମୋଦଙ୍କ ଗେଟ ଭାଙ୍ଗି ପଶି ଯାଇଥିଲେ ।

ତେବେ ଏହି ଘଟଣା ପରେ ପ୍ରମୋଦ ସାହୁ ଏକ ଅଡିଓ କଲ୍ ରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ପ୍ରମୋଦଙ୍କ ସେହି ଅଡିଓ କଲ୍ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଅଡିଓ କଲ୍ ରେ ପ୍ରମୋଦ ସାହୁ କହୁଛନ୍ତି-‘ମୁ ପ୍ରମୋଦ ସାହୁ କହୁଛି ଆଜ୍ଞା ବର୍ତ୍ତମାନ ମୋ ଘର ସାମ୍ନାରେ ବହୁତ ଲୋକ ଜମା ହୋଇ ମୋ ଘର ଗେଟ ଭାଙ୍ଗି ଛନ୍ତି ଓ ମୋ ଘର ଭିତରେ ପଶି ଧନ ଜୀବନ ନଷ୍ଟ କଲେଣି’ ।

ଆଗକୁ ପ୍ରମୋଦ କହୁଛନ୍ତି-‘ସେମାନେ କୋର୍ଟର ନିଷ୍ପତ୍ତିକୁ ମାନି ନାହାନ୍ତି ଆମେ କୋର୍ଟର ଆଦେଶକୁ ଅପେକ୍ଷା କରିଥିଲୁ । ଆମେ କୋର୍ଟର ନିଷ୍ପତ୍ତିକୁ ପ୍ରତ୍ୟକ ଅକ୍ଷରେ ପାଳନ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ନେଇଛୁ ହେଲେ ତା ପରେ ମଧ୍ୟ ହଠାତ ଏମାନେ ସମସ୍ତେ ଯୋଜନା କରି ମୋ ଘର ଗେଟ ଭାଙ୍ଗି ପଳେଇଲେ । ସେମାନେ ମୋ ଗେଟ ଭାଙ୍ଗି ଘର ଭିତରେ ପଶିଲେଣି ଓ ବହୁତ ସାରା ଲୋକ ବାହାରେ ଅଛନ୍ତି’ ।

ଆଗକୁ ପ୍ରମୋଦ କହୁଛନ୍ତି-‘ସେମାନେ ପୁଣି ଅନ୍ୟ ଗେଟ ଭାଙ୍ଗି ମୋ ଘର ଭିତରେ ପଶିବାର ଯୋଜନା କରି ଆସୁଛନ୍ତି । ସେଥିରେ ସେ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ଅଛନ୍ତି ସେ ସବୁ ଆରେଞ୍ଜମେଣ୍ଟ କରୁଛନ୍ତି । ତପସ୍ଵିନୀ ଦାସ ଓ ତାଙ୍କ ଘରର ଲୋକମାନେ ବି ଏ ସବୁ ଜିନିଷ କରିଛନ୍ତି । ଆମ ବିରୋଧରେ ଗୋଟେ ବହୁତ ବଡ ଷଡଯନ୍ତ୍ର କରାଯାଉଛି । ଏମାନେ ସବୁବେଳେ ମିଡିଆ ଦ୍ଵାରା ପ୍ରଶାସନକୁ ବଦନାମ କରି ଆସିଛନ୍ତି, ପୋଲିସକୁ ବଦନାମ କରି ଆସିଛନ୍ତି, ଜଜ୍ କୁ ବଦନାମ କରି ଆସିଛନ୍ତି ଓ ଏମାନେ ସମସ୍ତଙ୍କୁ ନିଷ୍କ୍ରିୟ କରିବାର ଚେଷ୍ଟା କରୁଛନ୍ତି’ ।

ଆଗକୁ ପ୍ରମୋଦ କହୁଛନ୍ତି-‘ଏମାନଙ୍କ ପାଇଁ ଆଜି ଏଭଳି ଏକ ପରିଣାମ ଆମକୁ ସହିବାକୁ ପଡିଲା । ସାଧାରଣ ଲୋକ ଯେଉଁ ମାନେ ନ୍ୟାୟଳୟ ଉପରେ ବିଶ୍ଵାସ ରଖିବା କଥା ସେମାନେ ଆଜି ମୋର ଏଭଳି ମର୍ମାହତ ଅବସ୍ତା କରିଛନ୍ତି’ ତା ହେଲେ ବନ୍ଧୁଗଣ ଏଭଳି ଭାବରେ ପ୍ରମୋଦ ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *