ବାହାନଗା ରେଳ ଦୁର୍ଘଟଣା ପରର ଭୁତ, ପ୍ରେତ ଭଳି ନକରାତ୍ମକ ଶକ୍ତିକୁ ନେଇ ଏପରି କହିଲେ, ପୂଜକ ମନୋଜ ପଣ୍ଡା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାହାନଗା ରେଳ ଦୁର୍ଘଟଣା ପରେ ସେଠାରେ ଭୁତ ପ୍ରେତ ମାନଙ୍କର ପ୍ରଭାବ ଦେଖିବାକୁ ମିଳୁଛି । ତେବେ ଏପରି ଅନେକ କଥା ବର୍ତ୍ତମାନ ସୋସିଆଲ ମିଡିଆରେ ଏ ଫୋନରୁ ସେ ଫୋନ ଘୁରି ବୁଲୁଛି । ତେବେ ଏହି କଥାରେ କେତେ ମାତ୍ରାରେ ସତ୍ୟତା ଅଛି । ଓ ଏହାକୁ ନେଇ କଣ କରାଜବା ଉଚିତ ସେହି ବିଷୟରେ ଗଣ ମାଧ୍ୟମ ସାମ୍ନାରେ ପୂଜକ ମନୋଜ ପଣ୍ଡା କିଛି ଏପରି କହିଛନ୍ତି ।

ତେବେ କଟକ ମା’ ଚଣ୍ଡୀ ମନ୍ଦିରର ପୂଜକ ମନୋଜ ପଣ୍ଡାଙ୍କ କହିବା ଅନୁସାରେ ସବୁବେଳେ ଭଗବାନଙ୍କ ଉପରେ ବିଶ୍ବାସ ରଖିବା ଉଚିତ । କାରଣ ଭଗବାନ ହିଁ ହେଉଛନ୍ତି ସର୍ବ ଶକ୍ତିର ଆଧାର । ତେବେ ବାହାନଗା ରେଳ ଦୁର୍ଘଟଣା ପରେ ଭୁତ ପ୍ରେତ ବାହାରୁଛି ବୋଲି ଯେଉଁ ମାନେ ଭାବୁଛନ୍ତି । ସେଇଟା ସେହି ଲୋକ ମାନଙ୍କର ଏକ ଭ୍ରାନ୍ତ ଧାରଣା ଅଟେ । କାରଣ ଯେଉଁ ମାନେ ମାନସିକ ରୂପରେ ଟିକେ ଦୁର୍ବଳ ରହିଥାନ୍ତି । ସେମାନେ ବହୁତ ଶୀଘ୍ର ଭୁତ ପ୍ରେତ ଏହି ସବୁ କଥା ଉପରେ ବିଶ୍ବାସ କରିଯାଇଥାନ୍ତି ।

ଏବଂ ସବୁବେଳେ ସେହି କଥା ମନକୁ ଆଣି ଆଣି ତାଙ୍କୁ ସବୁ କିଛି ଭୁତ ପ୍ରେତ ଭଲ କଥା ସତ ଲାଗେ । ହେଲେ ସେପରି କିଛି ବି ନାହାନ୍ତି । ଯଦି ଏତେ ବଡ ଦୁର୍ଘଟଣାଟି ଘଟିଗଲା । ସେଠାକାର ଲୋକଙ୍କୁ ଲାଗୁଥାଏ । ସ୍କୁଲ ପରିସର ଓ ସ୍ଥାନୀୟ ଏରିଆରେ ନକରାତ୍ମକ ଶକ୍ତିର ପ୍ରଭାବ ଦେଖିବାକୁ ମିଳୁଛି । ତେବେ ସେହି ସ୍ଥାନରେ ହନୁମାନ ଚାଳିଶା ପୂଜାପାଠ କରନ୍ତୁ । ଏଥିରେ ସେହି ସ୍ଥାନରେ ନକରାତ୍ମକ ଶକ୍ତିର ପ୍ରଭାବ କମିବାକୁ ଲାଗିବ ।

ଏହା ସହ ପରିବେଶରେ ସକାରାତ୍ମକ ଊର୍ଜାର ବୃଦ୍ଧି ହେବ ।  କିଛି ଦିନ ଗଲା ପରେ ଛୋଟ ଛୋଟ ପିଲା ମାନେ ମଧ୍ୟ ସ୍କୁଲ ଯିବେ । ସେମାନଙ୍କ ନିରୀହ ମନରେ ଭୁତପ୍ରେତକୁ ନେଇ କୌଣସି ପ୍ରକାର ଭ୍ରାନ୍ତ ଧାରଣା ସୃଷ୍ଟି କରିବା ଉଚିତ ନୁହେଁ । ପ୍ରଥମରୁ ହିଁ ପିଲା ମାନଙ୍କୁ ଆଧ୍ୟାତ୍ମିକ ଦିଗରେ ସକ୍ରିୟ ରଖନ୍ତୁ । ଯେପରି ସେମାନେ ମାନସିକ ସ୍ତରରେ ସବୁବେଳେ ଶକ୍ତିଶାଳୀ ହୋଇରହିପାରିବେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *