ଆଶ୍ଚର୍ଯ୍ୟ ହୋଇଗଲେ ପରିବାର, ବାହା ହେଉ ନଥିଲା ଝିଅ…ପହଞ୍ଚିଗଲେ ଯବାନ୍ ଆଉ ତା ପରେ…

ସହିଦ ଯବାନଙ୍କ ଝିଅକୁ ବାହା ଦେବାକୁ ପହଞ୍ଚିଲେ 30 ଯବାନ ! ହଁ ଆଜ୍ଞା ଯବାନ ମାନେ କେବଳ ସୀମାରେ ରହି ଶତ୍ରୁ କବଳରୁ ଦେଶକୁ ରକ୍ଷା କରନ୍ତି ନାହିଁ । ବଂର ବିପଦ ଆପଦରେ ମଧ୍ୟ ଲୋକଙ୍କ ପାଖରେ ପହଞ୍ଚି ତାଙ୍କୁ ସାହାଜ୍ଯର ହାତ ବଢାଇଥାନ୍ତି । କାରଣ ଏହି ଯବାନ ମାନେ ଏପରି କିଛି କାମ କରି ଦେଖାଇଛନ୍ତି । ଯାହାକୁ ନେଇ ଯବାନ ମାନେ ଏବେ ଚର୍ଚାରେ ରହିଛନ୍ତି । ଝିଅର ବାପା ନାହାନ୍ତି । ଗୋଟିଏ ଝିଅର ବାହାଘର କରିବେ ବୋଲି ବାପା କେତେ ସ୍ଵପ୍ନ ଦେଖିଥିଲେ ।

ହେଲେ ସେହି ଶହୀଦ ବାପାଙ୍କୁ ଜି ସମସ୍ତେ ଝୁରୁଛନ୍ତି । ଝିଅ ଘରେ ବାହାଘର ପାଇଁ ସବୁ ପ୍ରସ୍ତୁତି ସରିଥିଲା । ହେଲେ ବାହା ହେବା ପାଇଁ ବେଦୀକୁ କନିଆ ଯାଉନଥିଲା । ଝିଅର ବାହାଘର ଥାଇ ବି ଝିଅ ତା’ ମନେ ମନେ ତା’ ବାପାକୁ ବହୁତ ଖୋଜୁଥିଲା । ତାପରେ ଠିକ ସମୟରେ କନିଆ ଯୁବତୀ ପାଖରେ ବୀର ଯବାନ ମନେ ପହଞ୍ଚି ଯାଇଥିଲେ । ଝିଅର ସାହସ ବଢାଇ ବାପା, ଭାଇ ସାଜି ଝିଅର କନ୍ୟାଦାନ ମଧ୍ୟ କରିଥିଲେ । ଝିଅର ହାତରେ ଦେଢଲକ୍ଷ ଟଙ୍କା ମଧ୍ୟ ଧରାଇ ଦେଇଥିଲେ ।

ରାଜସ୍ଥାନର ଅଲୁଆ ଠାରେ ଏଭଳି କିଛି ଘଟଣା ଘଟିଛି । ଯାହା ସମସ୍ତଙ୍କ ହୃଦୟକୁ ଏହା ଛୁଇଁଯାଇଛି । ରାଜଗଡ ଅଞ୍ଚଳର ଜଣେ ହେଉଛନ୍ତି ଶହୀଦ ରାକେଶ ନିମା । 2010 ରେ ସେ ଶହୀଦ ହୋଇଯାଇଥିଲେ । ଝିଅର ଯେବେ ବାହାଘର ହେବାକୁ ଯାଉଥିଲା । ସେତେବେଳେ ଝିଅ ମୁହଁରେ ହସ ନଥିଲା । ସେହି ସମୟରେ ସହିଦ ଯବାନଙ୍କ ସାଥି ଯବାନ ବାହାଘର ହେଉଥିବା ସ୍ଥାନରେ ପହଞ୍ଚି ବର କନ୍ୟାକୁ ଆଶ୍ରୀବାଦ ଦେଇ ତାଙ୍କର ବିବାହ କରାଇଥିଲେ ।

ବାପା ଓ ଭାଇଙ୍କ ଭଳି କନିଆର ସବୁ କିଛି ବାହାଘର ସମୟରେ ବୁଝିଥିଲେ । ଝିଅକୁ ବାହାଘରରେ ଉପହାର ସ୍ୱରୂପ ଦେଢଲକ୍ଷ ଟଙ୍କା ଦେବା ସହ ଆହୁରି ଅନେକ କିଛି ଦାମୀ ଜିନିଷ ମଧ୍ୟ ଝିଅକୁ ପ୍ରଦାନ କରିଥିଲେ । ଏଥିସହ ପରିବାରର ସବୁ ସୁଖ ଓ ଦୁଃଖରେ ସେମାନେ ଆସି ସାମିଲ ହେବେ ବୋଲି ମଧ୍ୟ ଏଭଳି କିଛି ଯବାନ କହିଯାଇଥିଲେ । ତେବେ ଏଭଳି ଘଟଣା ଦେଖିଥିବା କି ଶୁଣିଥିବା ଲୋକଙ୍କ ମନକୁ ମଧ୍ୟ ଛୁଇଁଯାଇଥିଲା । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *