ଦର୍ଶକ ବନ୍ଧୁ ଏବେ ବିଜେଡି ବିଧାୟକ ଦିବ୍ୟ ଶଙ୍କର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଆପଣ ମାନେ ଭାବିବେ ସେ ତ ଆଗରୁ ବିବାହିତ ତା ହେଲେ ପୁଣି କେଉଁ ବିବାହ । ଦର୍ଶକ ବନ୍ଧୁ ଦିବ୍ୟ ଶଙ୍କର ଆଗରୁ ବିବାହିତ ଆଉ ତାଙ୍କର ଏକ 22 ବର୍ଷର ପୁତ୍ର ସନ୍ତାନ ବି ଅଛି । ହେଲେ ପ୍ରଥମ ପତ୍ନୀଙ୍କ ସହ ତାଙ୍କର ଡିଭୋର୍ସ ହେଇ ଯାଇଛି ଆଉ ତାଙ୍କ ପ୍ରଥମ ପତ୍ନୀ ବି ଅନ୍ୟ ଜଣଙ୍କ ସହ ବିବାହ କରି ବେସ ଆନନ୍ଦରେ ରହୁଛନ୍ତି ।
ତେବେ ଏବେ ଦିବ୍ୟ ଶଙ୍କର ବି ଦ୍ଵିତୀୟ ବିବାହ କରିବାକୁ ମନ ବଳେଇ ଛନ୍ତି । ସେ ତାଙ୍କ ପୁଅର ସାଙ୍ଗକୁ ବିବାହ କରିବାକୁ ଯାଉଛନ୍ତି । ଦିବ୍ୟ ଶଙ୍କର ଯେଉଁ ଝିଅ ସହ ବିବାହ କରିବେ ତାର ବୟସ ହେଉଛି ମାତ୍ର 19 ବର୍ଷ । ଦିବ୍ୟ ଶଙ୍କରଙ୍କୁ 56 ହୋଇଥିବା ବେଳେ ଏପଟେ ଝିଅକୁ 19 ବର୍ଷ ତେଣୁ ଦିବ୍ୟ ଶଙ୍କରଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ଆଉ ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି । ସୁର ଭାଇ କହିଛନ୍ତି-‘ସେ ତ କେତେ ଥର ବାହା ହେଉଛନ୍ତି ମୁଁ ଜାଣିନି ଏବେ ମୁଁ ଶୁଣୁଛି ସେ ତାଙ୍କ ପୁଅର ସାଙ୍ଗକୁ ବାହା ହେଉଛନ୍ତି । ତାଙ୍କ ପୁଅକୁ 22 ବର୍ଷ ଆଉ ସେ ଝିଅକୁ 19 ବର୍ଷ । ଯଦି ବାହା ହେଉଛନ୍ତି ତେବେ ବାହା ହେଇଯାନ୍ତୁ । ଭଲରେ ତାଙ୍କ ଦାମ୍ପତ୍ତ୍ୟ ଜୀବନ କଟୁ ଶାନ୍ତିରେ କଟୁ ।
ଆଉ ବାହା ହେଇକି ନଟର ପଟର ନ ହୁଅନ୍ତୁ । ବାହା ତ ହେଲେ ଗଲା ଆଉ ରାତିରେ ଶୋଇଲେ ଗଲା ଏଥିରେ କୌଣସି ଅସୁବିଧା ନାହିଁ । ଯଦି ମନ ତମର ମୋତେ ପାଇଛି ମୋର ତମକୁ ପାଇଛି ମନ୍ଦିରରେ ହେଉ କି ଘରେ ହେଉ କି ଜଙ୍ଗଲରେ ବାହାଘର ହେଉ କିଛି ଅସୁବିଧା ନାହିଁ । ହେଲେ ଏଇଟା ଗୋଟେ ଉଚିତ ବାହାଘର ନୁହେଁ ଏଇଟା ହେଉଛି ଅନୁଚିତ ବାହାଘର ।
ଯାହା ହେଉ ଏ ବାହା ହେଇଗଲା ପରେ ଆଉ ନୂଆ ଅଭିଯୋଗ କିଛି ହେବନି । ଯାହା ହେଉ ସେ ନାଖି ଯାଅନ୍ତୁ ଯେତେ ଶୀଘ୍ର ହେଇପାରୁଛି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।