ରାସ୍ତା ମଝିରେ ହାଇଡ୍ରାମା ! ବାହା ହେଇଗଲା ପେମିକା, ବର ଗାଡି ଆଗରେ ଛକି ବସିଲା ପ୍ରେମିକ, ଆଉ ତା’ପରେ ଯାହା ହେଲା…ଦେଖନ୍ତୁ ଏହି Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ସ୍କୁଲ, କଲେଜ ପିଲାଙ୍କ ଠାରୁ ଆରମ୍ଭ କରି ବିବାହିତା ଲୋକ ପର୍ଯ୍ୟନ୍ତ ସମସ୍ତେ ପ୍ରେମ ସମ୍ବନ୍ଧ ରଖୁଛନ୍ତି । ହେଲେ କେତେ ଜଣଙ୍କ ପାଇଁ ପ୍ରେମ ମଜା ହୋଇଥାଏ ତ କେତେ ଜଣଙ୍କ ପାଇଁ ପ୍ରେମ ସଜା ପାଲଟିଯାଏ । ଠିକ ଏଭଳି ଏକ ଘଟଣା ଏବେ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି । ପ୍ରେମିକ ବାହା ହେବା ପରେ ଅଧା ରାସ୍ତାରେ ଛକି ରହିଥିଲା ପ୍ରେମିକ ।

ପ୍ରେମିକା ନିଜ ସ୍ଵାମୀ ସହ ଗାଡିରେ ଶାଶୁ ଘରକୁ ଯିବା ସମୟରେ ପ୍ରେମିକ ମଦ ପିଇ ଚୁର ହୋଇ ଗାଡି ଅଟକାଇ ଥିଲା । ହେଲେ ବନ୍ଧୁଗଣ ସେଠାରେ ଥିବା ଲୋକ ମାନେ ପ୍ରେମିକକୁ ସମ୍ଭାଳି ଥିଲେ ଆଉ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ପ୍ରେମିକଙ୍କ ମୁତାବକ-‘ଲଭ କେସ ଏଇଟା । ଏ ଝିଅ ଯେତେବେଳେ ମୋତେ ଭଲ ପାଉଥିଲା ସବୁ ଠିକ ଚାଲି ଥିଲା ।

ସେ ମନ ଇଛା ପଇସା ମାଗେ । ଯେତେବେଳେ ସୁବିଧା ଅସୁବିଧା ପଡେ ସେ ପଇସା ମାଗେ ମୁଁ ବି ଦିଏ । ସେ ମୋତେ ନିଜର ଭଳି ଦେଖୁଥିଲେ ମୁଁ ବି ତାଙ୍କୁ ନିଜର ଭଳି ଦେଖୁଥିଲି । ସେ ନିଜର ଦେଖି ମୋତେ ବହୁତ ଭଲ ପାଇଲେ । ସେ କହିଥିଲେ ତମ ବାପା-ମା ରାଜି ହେଲେ ବାହା ହେବା ପାଇଁ । ଭଲ ପାଇବା ବଢିଲା ସବୁ କିଛି ହେଲା ଯେତେବେଳେ ଯେଉଁ ମୂହୁର୍ତ୍ତରେ ପଇସା ମାଗିଲା ତାକୁ ଦିଆ ହେଲା ।

ତା ବାପା ମୋତେ 8 ଦିନ ତଳେ ଫୋନ କରି କହିଥିଲେ ଯେ, ସେ କାଲି ମୋ ଘରକୁ ଆସି ମୋ ବାପା-ମା ସହ କଥା ହେବେ । ହେଲେ କାଲି ମୁଁ ଫୋନ କରିବା ବେଳକୁ ସେ କହିଲେ ସେ ବାସୁଦେବପୁରରେ ଅଛନ୍ତି । ହେଲେ ମୁଁ ଆଉ ଗୋଟେ ଛୁଆକୁ ଫୋନ କରିବା ବେଳକୁ ଆଜି ତାର ବାହାଘର । ଦୁଇ ଦିନ ପୂର୍ବରୁ ଏ ମୋତେ ଫୋନ କରିଥିଲା ହେଲେ ବାହାଘର ବିଷୟରେ କିଛି ବି କହିନି ।

8 ବର୍ଷ ହେଇଗଲା ଭଲ ପାଇବା’ । ବନ୍ଧୁଗଣ ଯୁବକଙ୍କୁ ବର୍ତ୍ତମାନ ପୋଲିସ ଥାନାକୁ ନେଇ ଯାଇଛି । ଅନ୍ୟ ପଟରେ ପ୍ରେମିକା ଏହି ଘଟଣାକୁ ନେଇ କୌଣସି ବୟାନ ଦେଇ ନାହାନ୍ତି । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *