କାନ୍ଥରୁ ଲିଭିନି ବିବାହ ଚିତା ଲେଖା ହୋଇଛି ପପୁ ସହିତ ଟିକି କିନ୍ତୁ ଏପଟେ ଶୁଭୁଚି ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ହେ । ଦାଣ୍ଡରୁ ଉଠୁଛି କୋକେଇ ତେବେ ସ୍ଵାମୀର ଶବ ପାଖରେ ସ୍ତ୍ରୀର କୋହ ଭରା ଚିତ୍କାର ଶୁଣିଲେ ଆପଣ ମାନେ ବି ନିଜ କୋହ ସମ୍ଭାଳି ପାରିବେନି । କାରଣ ସଂସାର ଗଢିବା ଆଗରୁ ଲିଭି ଯାଇଛି ସ୍ତ୍ରୀ ମଥାର ସିନ୍ଦୂର ଭାଙ୍ଗି ଯାଇଛି ହାତର ଶଙ୍ଖା ମୁଣ୍ଡ ପିଟି ବାଉଳି ଚାଉଳି ହୋଇ ନିଜ ଭାଗ୍ୟକୁ ନିନ୍ଦୁଛି ସ୍ତ୍ରୀ ।
ସେପଟେ ପୁରା ପରିବାର ନିଜ ଭେଣ୍ଡିଆ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି । କାହାରି ଆଖିରୁ ଥମୁନି ଲୁହ ଅସମୟରେ ଝଡି ପଡିଛି ଭେଣ୍ଡିଆ ପୁଅ ତାଙ୍କର । ଆଉ ଏ ହେଉଛି ଶନିବାର କପ୍ତିପଦା ଥାନା ଅନ୍ତର୍ଗତ ଦୁର୍ଘଟଣା ପରର ଦୃଶ୍ୟ । ଆଜି ସକାଳେ ଶବ ଆସିବା ପରେ ଶୋକାକାଳ ପରିବେଶ ସୃଷ୍ଟି ହୋଇଛି । ପୁରା ଶୋକରେ ବୁଡିଛି ପରିବାର । ଦର୍ଶକ ବନ୍ଧୁ ମୃତକ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ଜଗନ୍ନାଥ ପାଣିଗ୍ରାହୀ ।
ଫେବୃୟାରି 6 ତାରିଖରେ ବାଲେଶ୍ଵର ଜିଲ୍ଲା ଅଞ୍ଚଳର ଜୟଶ୍ରୀ ମହାପାତ୍ରଙ୍କୁ ସେ ବିବାହ କରିଥିଲେ । ବିବାହକୁ ମାସେ ପୁରିବାକୁ ଆଉ ଦିନ ଟିଏ ବାକି ଥିଲା କିନ୍ତୁ ପରିବାରରେ ଘଟି ଆସିଲା ଦୁଃଖର ବାଦଲ । ସଡକ ଦୁର୍ଘଟଣାରେ ଚାଲି ଗଲା ଜଗନ୍ନାଥଙ୍କ ଜୀବନ ସବୁଦିନ ଭଳି ସେଦିନ ବି ଜଗନ୍ନାଥ ଯାଇଥିଲେ କପ୍ତିପଦା ବଜାର କାମରେ ।
କାମ ସରାଇ ଫେରୁ ଥିଲେ ସନ୍ଧ୍ୟାରେ ଏହି ସମୟରେ କପ୍ତିପଦା ଥାନା ନିକଟରେ ବିପରୀତ ପଟୁ ଆସୁଥିବା ଏକ ସ୍କୁଲ ବସ ଜଗନ୍ନାଥଙ୍କୁ ଧକ୍କା ଦେଇ ଥିଲା । ଏହା ପରେ ରାସ୍ତା କଡକୁ ଛିଟିକି ପଡି ଥିଲେ ଜଗନ୍ନାଥ । ତାଙ୍କୁ ଗୁରୁତ୍ଵର ଅବସ୍ଥାରେ ଉଦ୍ଧାର କରାଯାଇ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ ଖବର ପ୍ରଚାର ହେବା ପରେ ପୁରା ଗାଁରେ ଶୋକର ଛାୟା ଖେଳି ଯାଇଥିଲା ।
ଏହି ଖବରକୁ କେହି ସହଜରେ ଗ୍ରହଣ କରିପାରିଲେ ନାହିଁ । କିଏ କହୁଥାଏ ଆହା ଇଏ କଣ ହେଇ ଗଲା ତ ଆଉ କିଏ କହୁଥାଏ ହେ ମାସେ ହୋଇନି ବାହା ହୋଇଥିଲା । ତେବେ ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।