ଗଣଶିକ୍ଷା ବିଭାଗ ବଦଳେଇବ ନିଷ୍ପତ୍ତି, June ବଦଳରେ May ରେ ହେବ ଖରାଛୁଟି, ଦେଖନ୍ତୁ ଏନେଇ କଣ କହୁଛି ଗଣଶିକ୍ଷା ବିଭାଗ ?

ବନ୍ଧୁଗଣ କରୋନା ପାଇଁ ଦୀର୍ଘ ଦୁଇ ବର୍ଷ ହେଲା ଠିକ ଭାବରେ ହୋଇ ପାରି ନାହିଁ କ୍ଳାସ ରୁମ ପାଠ ପଢା ବଳକା ପଢା ସାରିବାକୁ ମେ ମାସ ଛୁଟି ବାତିଲ କରାଯାଇଛି । ଜୁନ 6 ରୁ 16 ଯାଏଁ ଖରା ଛୁଟି ଘୋଷଣା କରାଯାଇଛି । ତେବେ ପ୍ରବଳ ଖରା ସହ ସମ୍ଭାବ୍ୟ ବାତ୍ୟା ନେଇ ଖରା ଛୁଟି ବଦଳିବାକୁ ନେଇ ଭାବନା ଦେଖା ଦେଇଛି । ଆଜି ଠାରୁ ଖରା ଯୋଗୁଁ ସକାଳ 6 ରୁ 9 ଟା ପର୍ଯ୍ୟନ୍ତ କ୍ଳାସ ହେଉଛି ।

ଏହା ମେ 16 ଯାଏଁ କରିବାକୁ ନିଷ୍ପତ୍ତି ହୋଇଛି । ହେଲେ ଖରା ଓ ଅସମ୍ଭାଳ ଗୁଳୁଗୁଳି ଯୋଗୁଁ ଛୁଟି ନିଷ୍ପତ୍ତି କୋହଳ କରିବାକୁ ଚିନ୍ତା କରୁଛି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ । ମେ 17 ରୁ 30 ଯାଏଁ କରାଯାଇପାରେ ଖରା ଛୁଟି । ଏପରି ହେଲେ ଜୁନ ମାସ ଖରା ଛୁଟି ବାତିଲ କରାଯାଇ ମେ 31 ରୁ ପାଠ ପଢା ଚାଲିବ । ତେବେ ତିନି ଦିନ ରଜ ଛୁଟି ପାଇବେ ଛାତ୍ର ଛାତ୍ରୀ ।

ରାଜ୍ୟ ସରକାର ଯଦି ଖରା ଛୁଟି ସୂଚୀ ଏପରି ଭାବରେ ପରିବର୍ତ୍ତନ କରନ୍ତି କୋର୍ସ ସାରିବାକୁ ସମସ୍ୟା ହେବ ନାହିଁ ବୋଲି ଶିକ୍ଷକ କହିଛନ୍ତି । ଖରା ଛୁଟି ଆରମ୍ଭରୁ ହିଁ ଅଭିଭାବକ ମାନେ ସଂଶୋଧନ ଦାବି କରୁଥିଲେ । ମେ ମାସରେ ଖରା ପ୍ରଖର ଥିବା ବେଳେ ଜୁନରେ ପାଗରେ ପରିବର୍ତ୍ତନ ଆସେ ତେଣୁ ମେ ମାସରେ ଛୁଟି କରିବାକୁ ଆଉ ଜୁନରେ କ୍ଳାସ କରିବାକୁ କହିଥିଲେ ଅଭିଭାବକ ।

ମେ ମାସରେ ଛୁଟି ହେଲେ ସେ ସମୟ ଭିତରେ ସ୍ଵତନ୍ତ୍ର ପୁସ୍ତିକା ପ୍ରସ୍ତୁତ କରିବ ଗଣଶିକ୍ଷା ବିଭାଗ ଓ ବିଦ୍ୟାଳୟ । କରୋନା ଯୋଗୁଁ ଦୁଇ ବର୍ଷରେ ଯେଉଁ 30 ପ୍ରତିଶତ ପାଠ ବାଦ ଦିଆଯାଇଥିଲା ତାହା ଏହି ସ୍ଵତନ୍ତ୍ର ପୁସ୍ତିକାରେ ପ୍ରକାଶ କରି ଛାତ୍ର ଛାତ୍ରୀଙ୍କୁ ପଢା ଯାଇ ପାରିବ । କାରଣ ବନ୍ଧୁଗଣ କରୋନା ମହାମାରୀ ସମୟରେ ଦୀର୍ଘ ଦୁଇ ବର୍ଷ ଯାଏଁ ଛାତ୍ର ଛାତ୍ରୀ ମାନେ ଅନଲାଇନ ପାଠ ପଢୁଥିଲେ ।

ଅନଲାଇନ ପାଠ ପଢିବା ଦ୍ଵାରା ଛାତ୍ର ଛାତ୍ରୀ ମାନେ ଠିକ ଭାବରେ ଶିକ୍ଷା ଗ୍ରହଣ କରିପାରି ନଥିଲେ । ତା ହେଲେ ବନ୍ଧୁଗଣ ଏବେ ଏହି ଖବରକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *