ବଦଳୁଛି ପ୍ରଶାସନର ଢାଞ୍ଚା, ନୂଆ ସରକାରରେ ଆରମ୍ଭ ହେଲା ଅଫିସର୍ ବଦଳି ପର୍ବ ! New CM Mohan Majhi

ଆରମ୍ଭ ହେଲା ଅଫିସର ବଦଳି ପର୍ବ ! ଖବର ମୁତାବିକ ରାଜ୍ୟରେ ସରକାର ବଦଳିବା ସହ ପ୍ରଶାସନର ଢାଞ୍ଚା ମଧ୍ୟ ବଦଳିବାରେ ଲାଗିଛି । ପୂର୍ବ ସରକାରରେ ପ୍ରଶାସନର ଅଫିସର ମାନେ ବହୁ କ୍ଷମତାର ଅଧିକାରୀ ଥିଲେ । ପୂର୍ବ ସରକାରରେ ଅଫିସର ମାନଙ୍କ ରାଜୁତି ବେଶ ଦେଖିବାକୁ ମିଳୁଥିଲା । ହେଲେ ଏବେ ନୂଆ ସରକାର ଶାସନ ଭାର ଗ୍ରହଣ କରିବା ପରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳୁଛି । ବିଭାଗୀୟ ସଚିବ ମାନେ ମନ୍ତ୍ରୀ ମାନଙ୍କ ପାଖକୁ ଆସୁଛନ୍ତି ।

ସବୁ ବିଭାଗର ବଡ ବଡ ଅଧିକାରୀ ମାନେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟ କରିଛନ୍ତି । କେଉଁ ବିଭାଗରେ କ’ଣ କ’ଣ ସବୁ କାର୍ଯ୍ୟ ହୋଇଛି । ଏଥିସହ ଆଗକୁ କଣ କଣ ସବୁ କାମ କରିବାର ପ୍ଳାନ ରହିଅଛି ? ସେ ସବୁର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ମନ୍ତ୍ରୀ ମାନେ । ସମୀକ୍ଷା ବୈଠକରେ ସବୁ କିଛି ଡିଟେଲ୍ସ ମାଗିଛନ୍ତି ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ରାଜ୍ୟରେ ନୂଆ ସରକାର ଗଠନ ହେବ ପରେ ଆଉ ରାଜ୍ୟରେ ଅଫିସର ମାନଙ୍କ ରାଜୁତି ଚାଲିବ ନାହିଁ ବୋଲି ଧୀରେ ଧୀରେ ସ୍ପଷ୍ଠ ହେବାରେ ଲାଗିଛି ।

ତେବେ ଏଥିମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ପଦବୀ ହେଉଛି ମୁଖ୍ୟମନ୍ତ୍ରୀନ ସଚିବ ପଦ । ରାଜ୍ୟ ଶାସନରେ ମୁଖ୍ୟମନ୍ତ୍ରୀଙ୍କର ପ୍ରମୁଖ ଭୂମିକା ରହିଥିବା ବେଳେ ତାଙ୍କ ସଚିବଙ୍କର ମଧ୍ୟ ଏଥିପ୍ରତି ଗୁରୁ ଦାୟିତ୍ଵ ରହିଥାଏ । ତେଣୁ ନୂଆ ମୁଖ୍ୟମନ୍ତ୍ରୀଙ୍କର ସଚିବ ପଦ ପାଇଁ ଏକ ନୂଆ ଅଫିସରଙ୍କୁ ଚୟନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ପଦରେ ନିଯୁକ୍ତ ପାଇଛନ୍ତି ତ୍ରିଲୋଚନ ମହାନ୍ତି । କେଉଁଝର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ଓଏଏସ ଅଫିସର ତ୍ରିଲୋଚନ ମହାନ୍ତିଙ୍କୁ ବଦଳି କରାଯାଇ ମୁଖ୍ୟମନ୍ତ୍ରୀଙ୍କର ଯୁଗ୍ମ ସଚିବ ବା ଯଏଣ୍ଟ ସେକ୍ରେଟାରୀ ଭାବେ ନୂଆ କରି ନିଯୁକ୍ତ ମିଳିଛି ।

ସେହିପରି ଉପ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟରେ ମଧ୍ୟ ଜଣେ ନୂଆ ଅଫିସରଙ୍କୁ ନିଯୁକ୍ତି ମିଳିଛି । ତେବେ ଏହାରି ଭିତରେ ରାଜ୍ୟ ପ୍ରଶାସନରେ ଅଫିସର ବଦଳି ପର୍ବ ଆରମ୍ଭ ହୋଇଯାଇଛି ବୋଲି ଏହାକୁ ନେଇ ରାଜନୈତିକ ମାହୋଲରେ ଖୁବ ଚର୍ଚା ଲାଗି ରହିଛି । ଆଗକୁ ମଧ୍ୟ ସଚିବ ତଥା ପ୍ରମୁଖ ସଚିବ ପଦରେ ରହିଥିବା ଅଧିକାରୀ ମାନଙ୍କ ପାଳି ଖୁବ ଶୀଘ୍ର ଏହି ବଦଳି ପର୍ବରେ ପଡିବାକୁ ଯାଉଛି ବୋଲି ଚର୍ଚା ହେଉଛି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *