ବନ୍ଧୁଗଣ, ହ୍ୟୁମାନ ସାଗର ଙ୍କ ର ମୁଡ ବିରୋଧ ଦେଖି ବଦଳିଲା ନା ଶ୍ରୀ ଜଗନ୍ନାଥ ଙ୍କ ପାଖକୁ ନିଜକୁ ସମର୍ପଣ କରିବାକୁ ଆସିଲେ ? ହଠାତ ଗାୟକ ହ୍ୟୁମାନ ସାଗର ଜଗନ୍ନାଥ ଙ୍କର ଗୀତ ବୋଲିବା ନିମନ୍ତେ ଦେଇଛନ୍ତି ସୂଚନା । ସେ ଏ ନେଇ ନିଜ ଏଭଳି କିଛି ନିଜ ଫେସବୁକ ପେଜ ରେ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ ଆସୁଛି ନୂଆ ଭଜନ “ଦଣ୍ଡବତ ହେଲି ମୁଁ କାଳିଆ ପାଖରେ” । ଏହି ପୋଷ୍ଟ ଟି ଗତକାଲି କରାଯାଇଅଛି ।
ଗତକାଲି ଥାନା ରେ ମାମଲା ରୁଜୁ ହେଲାପରେ ହ୍ୟୁମାନ ସାଗର ଶ୍ରୀ ଜଗନ୍ନାଥ ଙ୍କ ଗୀତ ବୋଲିବା ନିମନ୍ତେ ଘୋଷଣା କରିଲେ ନା ହଠାତ ତାଙ୍କର ଶ୍ରୀ ଜଗନ୍ନାଥ ଙ୍କ ପ୍ରତି ହେତୁ ଉଦୟ ହେଲା ତାହା ଅବଶ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କାରଣ ପୂର୍ବ ରୁ ଶ୍ରୀ ଜଗନ୍ନାଥ ଙ୍କ ଗୀତ ବୋଲିବେ ନାହିଁ ବୋଲି ଅଭିଯୋଗ ଆସିଥିଲା ହ୍ୟୁମାନ ଙ୍କ ବିରୋଧରେ । ଏବଂ ଏହି ଏଭିଯୋଗ କରିଥିଲେ ମ୍ୟୁଜିକ ଇଣ୍ଡଷ୍ଟ୍ରୀର ଦୁଇ ବ୍ୟକ୍ତି ଜାପାନୀ ଏବଂ ତପୁ ।
ହ୍ୟୁମାନ ଙ୍କୁ ଶ୍ରୀ ଜଗନ୍ନାଥ ଙ୍କର ଗୀତ ବୋଲିବା ଲାଗି କହିବାରୁ ହ୍ୟୁମାନ ଙ୍କ ସହଯୋଗୀ ତାଙ୍କୁ ଦୁର୍ବ୍ୟବହାର କରିଥିବା ସେମାନେ ଥାନା ରେ ଅଭିଯୋଗ କରିଥିଲେ । ଏଣୁ ଉଭୟ ଭୁବନେଶ୍ଵର ଥାନାରେ ଏ ନେଇ ଏତଲା ଦେଇଥିଲେ । ଏହି ଘଟଣା ପ୍ରଘଟ ହେବା କାରଣରୁ ଅପର ପାର୍ଶ୍ଵ ରେ ହ୍ୟୁମାନ କାଳିଆ ପାଖରେ ଦଣ୍ଡବତ କରିଛନ୍ତି । ନୂଆ ଜଗନ୍ନାଥ ଜଣାଣ ବୋଲିବା ନିମନ୍ତେ ଘୋଷଣା କରିଛନ୍ତି ।
ମାତ୍ର ଏହା ବିବାଦ ର ନିଆଁ ରେ ପାଣି ପକାଇବ ନା ତେଲ ପକାଇବ ତାହା କହିବା ମୁସ୍କିଲ । ନିଜ ମ୍ୟୁଜିକାଲ କ୍ୟାରିୟର ରେ ଅନେକ ପ୍ରେମ, ବିରହ ଏବଂ ପ୍ରଭୁ ଯୀଶୁ ଙ୍କର ଗୀତ ଗାଇ ହ୍ୟୁମାନ ସାଗର ବେସ ଲୋକ ପ୍ରିୟତା ଅର୍ଜନ କରିଛନ୍ତି । ମାତ୍ର ତାଙ୍କ କଣ୍ଠ ରୁ ଶ୍ରୀ ଜଗନ୍ନାଥ ଙ୍କ ଭଜନ ଗାଇବା ଲାଗି ତାଙ୍କର ଅନେକ ଫ୍ୟାନ୍ସ ମଧ୍ୟ ଅପେକ୍ଷା କରିଥିଲେ ।
ଏହାପରେ ଏହି ବିଷୟ କୁ ନେଇ ଯେତେବେଳେ କଥା ଥାନା ପାଖକୁ ଯାଇଛି ଏହା ମଧ୍ୟରେ ଜଗନ୍ନାଥ ଙ୍କ ପାଖରେ ନିଜକୁ ସମର୍ପଣ କରିଛନ୍ତି ଗାୟକ ହ୍ୟୁମାନ ସାଗର । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆପଣଙ୍କୁ ଏହି ଜୋକ୍ସ ଗୁଡିକ କେମିତି ଲାଗିଲା କମେନ୍ଟ କରନ୍ତୁ । ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଫଲୋ କରନ୍ତୁ ।