ରାଜ୍ୟରେ ବଢି ଚାଲିଛି Omicron ମାମଲା ! ପୁଣି ବଦଳିବ Primary School ଖୋଲିବା ନିଷ୍ପତ୍ତି

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ରାଜ୍ୟରେ ଓମିକ୍ରନ ସଂକ୍ରମଣକୁ ଦ୍ରୁଷ୍ଟିରେ ରଖି ବଦଳିପାରେ ସ୍କୁଲ ଖୋଲିବା ନିଷ୍ପତ୍ତି । ଏନେଇ ଆଜି ସୂଚନା ଦେଇଛନ୍ତି ଡିଏମଏଟି ରାମ ରମନ ମହାନ୍ତି । ସେ କହିଛନ୍ତି ଯେ, ପୂର୍ବ ସ୍ଥିତି ଦେଖି ସରକାର ସ୍କୁଲ ଖୋଲିବାର ନିଷ୍ପତ୍ତି ନେଇଥିଲେ । ସେତେବେଳେ ଓମିକ୍ରନ ଆସିନଥିଲା କି ସଂକ୍ରମଣ ବଢି ନଥିଲା । ଏବେ ରାଜ୍ୟରେ ଓମିକ୍ରନ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି ଯାହାଫଳରେ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିପାରେ ।

ଆଜି ରାଜ୍ୟରେ ଓ ଜାତୀୟ ସ୍ତରରେ ଓମିକ୍ରନ ସଂକ୍ରମଣ ବଢିଛି । ସ୍କୁଲ ଖୋଲିବା ଲାଗି ରାଜ୍ୟ ସରକାର ଠିକ ସମୟରେ ଠିକ ନିଷ୍ପତ୍ତି ନେବେ ବୋଲି ଡିଏମଏଟି ରାମ ରମନ ମହାନ୍ତି କହିଛନ୍ତି । ତେବେ ରାଜ୍ୟରେ କାରୋନା ଯୋଗୁଁ ପିଲା ମାନଙ୍କ ପାଠ ପଢାରେ ଅଧିକ ପ୍ରଭାବ ପଡିଛି । ରାମ ରମନ କହିଛନ୍ତି ଯେ, ସ୍କୁଲ ଖୋଲିବା ନିଷ୍ପତ୍ତି ଉପରେ ସ୍ୱାସ୍ଥ୍ୟ ବିଭାଗର ଘନ ଘନ ବୈଠକ ଜାରି ରହିଛି ।

ଏହା ସହିତ ସେ ଲୋକ ମାନଙ୍କୁ ସଚେତନ କରେଇ କହିଛନ୍ତି ଯେ, ଗହଳି ଠାରୁ ଦୂରେଇ ରୁହନ୍ତି, ସବୁବେଳେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ ଓ ହାତକୁ ବାରମ୍ବାର ଧୁଅନ୍ତୁ । ତେବେ ଗତ କାଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ଲାଗି ଏକ ବଡ ଘୋଷଣା କରିଥିଲେ । ପ୍ରଥମରୁ ପଞ୍ଚମ ଶ୍ରେଣୀର ସ୍କୁଲ ଆସନ୍ତା ଜାନୁୟାରୀ ୩ ତାରିଖରେ ଖୋଲିବାକୁ ଯାଉଛି ।

ଆସନ୍ତା ଜାନୁୟାରୀ ୩ ତାରିଖରୁ ରାଜ୍ୟରେ ୨୭ ହଜାର ସ୍କୁଲ ଖୋଲିବାକୁ ଯାଉଛି । ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲରେ ପାଠ ପଢା ଚାଲିବ । ଏହା ସହିତ ଯେଉଁ ସ୍କୁଲରେ ୫ ତାରିଖରୁ ୧୦ମ ପରୀକ୍ଷା ହେବ ସେହି ସ୍କୁଲ ସକାଳ ୧୦ଟାରୁ ଖୋଲିବ ବୋଲି ସୂଚନା ଆସିଥିଲା । ତେବେ କରୋନା କଟକଣାକୁ ମାନି ସ୍କୁଲ ଖୋଲା ଯିବ ଓ ପାଠ ପଢା ଯିବ ବୋଲି ସୂଚନା ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।


ତେବେ ଦିଲ୍ଲୀରେ ସ୍କୁଲ ପାଇଁ କରୋନା କଟକଣା ଲାଗିଥିବା ବେଳେ ରାଜ୍ୟର ଏହି ନିଷ୍ପତ୍ତିକୁ ଦେଖି ପ୍ରଶ୍ନ ଉଠାଇ ଛନ୍ତି ଅଭିଭାବକ । ଦେଖିବାକୁ ହେଲେ ପାଖାପାଖି ୨ ବର୍ଷ ହେବ ସ୍କୁଲ ବନ୍ଦ ଅଛି ତେବେ କରୋନା କଟକଣାକୁ ଆଖି ଆଗରେ ରଖି ସ୍କୁଲ ଖୋଲା ଯିବ ବୋଲି ମନ୍ତ୍ରୀ କହିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *