ବଦଳିପାରେ ବାତ୍ୟା ‘ରେମାଲ’ର ଲ୍ୟାଣ୍ଡଫଲ ଗତିପଥ ! ସୁନ୍ଦରବନରୁ ଆରମ୍ଭ କରି ଓଡ଼ିଶାର ସମୁଦ୍ରତଟରେ ହୋଇପାରେ ଲ୍ୟାଣ୍ଡଫଲ !

ରେମାଲର ଲ୍ୟାଣ୍ଡଫଲ୍ ନେଇ ବଢୁଛି ସମସ୍ଯା । ତେବେ ଓଡିଶାରେ ବାତ୍ୟା ରେମାଲର ପ୍ରଭାବ ପଡିବାକୁ ଯାଉଛି ବୋଲି କୁହାଉଅଛି । ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଓଡିଶାରେ ହେବାକୁ ଯାଉଛି ପ୍ରବଳରୁ ଅତି ପ୍ରବଳ ବର୍ଷା । ଉପକୂଳ ଅଞ୍ଚଳ ମାନଙ୍କରେ 40 ରୁ 40 କିଲୋମିଟର ବେଗରେ ପବନ ବହିବାକୁ ଯାଉଛି । ବାଲେଶ୍ଵର, ଭଦ୍ରକ, କେନ୍ଦ୍ରପଡାରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ସେହିପରି ଭଦ୍ରକ, ବାଲେଶ୍ଵର ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବା ପାଇଁ ନେଇ ରହଛି ବହୁତ ଆଶଙ୍କା ।

ଓଡିଶାରେ 4 ଟି ଜିଲ୍ଲା ଭଦ୍ରକ, କେନ୍ଦ୍ରପଡା, ବାଲେଶ୍ଵର, ମୟୂରଭଞ୍ଜରେ ବର୍ଷାର ସ୍ଥିତି ବହୁତ ଭୟଙ୍କର ରହିବାକୁ ଯାଉଛି । ତେବେ ଏଥିପାଇଁ ଏହି 4 ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସଆରସି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଜିଲା ଗୁଡିକୁ ବାଦ ଦେଇ ଯଦି ଦେଖିବାକୁ ଯିବା । ତେବେ ପାଣିପାଗ ବିଭାଗ ପଶ୍ଚିମବଂର ଅନେକ ଜିଲ୍ଲାରେ ଭାରୀ ମାତ୍ରାରେ ବର୍ଷା ହେବା ନେଇ ମଧ୍ୟ ସୂଚନା ରଖିଛନ୍ତି ।

ମେ’ 26 ତାରିଖ ବେଳକୁ ଗଭୀର ଅବପାତ ପଡୋଶୀ ଦେଶ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶରେ ମାଡ ହେବାକୁ ଯାଉଛି ବୋଲି ସମ୍ଭାବନା ରହିଛି ବାତ୍ୟା ରେମାଲ । ତେବେ ବାତ୍ୟା ରେମାଲର ସ୍ଥିତି ବର୍ତ୍ତମାନ ସମୟରେ କଣ ରହିଛି ? ଏଥିସହ ଆଗକୁ କେମିତି ରହିବାକୁ ଯାଉଛି ତାହା ଉପରେ ପାଣିପାଗ ବିଭାଗର ରିସର୍ଚ ଜାରୀ ରହିଛି । ତେବେ ଓଡିଶାରେ ମଧ୍ୟ ଏହି ବାତ୍ୟା ରେମାଲର ପ୍ରଭାବ ପଡିବାକୁ ଯାଉଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଯାହା ଫଳରେ 40 ରୁ 50 କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ମଧ୍ୟ ଅନେକ ସ୍ଥାନରେ ହେବାର ସମ୍ଭାବନା ରହିଛି ।

ତେବେ ପାଣିପାଗର ସୂଚନା ମୁତାବିକ ବିଶେଷ କରି ଭଦ୍ରକ, କେନ୍ଦ୍ରପଡା, ବାଲେଶ୍ଵର, ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହୋଇପାରେ । ତେବେ ବାତ୍ୟା ରେମାଲରେ ଲ୍ୟାଣ୍ଡଫଲ ବାବଦରେ ପାଣିପାଗ ବିଶେଷ ଭାବେ କୌଣସି ଏବେ ପର୍ଯ୍ୟନ୍ତ ସୂଚନା ପ୍ରଦାନ କରିନାହାନ୍ତି । କିନ୍ତୁ ବିଶ୍ଵର ବିଭିନ୍ନ ଅନ୍ତରାଷ୍ଟ୍ରୀୟ ପାଣିପାଗ ବିଭାଗ ମଡେଲର ଦାବୀ ହିସାବରେ ଆସନ୍ତା ରବିବାରକୁ ବାତ୍ୟା ରେମାଲ ଲ୍ୟାଣ୍ଡଫଳ କରିପାରେ । ପ୍ରାଥମିକ ଭାବେ ଏହି ବାତ୍ୟା ବାଂଲାଦେଶରେ ଲ୍ୟାଣ୍ଡଫଳ କରିବାକୁ ଯାଉଛି ବୋଲି ଅନୁମାନ କରାଯାଇଛି । ତେବେ ବାତ୍ୟା ସମ୍ବଦ୍ଧିତ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *