ଜେଲ ଭିତରେ ପୋଲିସ ମାନଙ୍କୁ ପାଠ ପଢେଇଲେ ଗୋପାଳ । ରାଜନୀତି ଜ୍ଞାନ ସହ ଦେଲା ଆଧ୍ୟାତ୍ମିକ ପ୍ରବଚନ । କହିଲା କେବଳ ପୋଲିସ ଚାହିଁଲେ ହେବନି ଅପରାଧ ହଟିବ ଦୁର୍ନୀତି । ପୋଲିସ ମାନେ ସାହସୀ ହେଲେ ବଦଳିବ ଓଡିଶାର ଭାଗ୍ୟ । ଶୁଣ ପୋଲିସ ଭାଇ ମାନେ ତୁମେ ଭାବୁଛ ନା ମୁଁ ଜଣେ ପୋଲିସ ହୋଇ ଜଣେ ମନ୍ତ୍ରୀଙ୍କୁ କେମିତି ମାରିଲି ଏତେ ସାହାସ ମୁଁ କେଉଁଠୁ ପାଇଲି ।
ହେଲେ ଏମିତି ପ୍ରଶ୍ନ କରିବା ପୂର୍ବରୁ ତମ ବିବେକକୁ ଟିକେ ପଚାର ଆମେ ସବୁ ପୋଲିସ ଚାକିରି କରୁଛୁ କଣ ପାଇଁ ତମ ମନକୁ ଟିକେ ପଚାର ଆମେ ଚାକିରି କରୁଛୁ କାହା ଟଙ୍କାରେ ତମେ ସବୁ ପରା ଟ୍ରେନିଂ ନେବା ବେଳେ ଶପଥ କରିଥିଲ । ନିଜ ଜୀବନକୁ ବାଜିରେ ପକାଇ ଦେଶ ସେବା କରିବ ଲୋକ ମାନଙ୍କୁ ନ୍ୟାୟ ଦେବ ଦୁର୍ନୀତି ଆଉ ପାପ କରୁଥିବା ମଣିଷ ମାନଙ୍କୁ ଦଣ୍ଡ ଦେବ ।
ହେଲେ ଚାକିରି କରିବା ପରେ କୁଆଡେ ଗଲା ତମର ସେହି ଶପଥ ଯେଉଁ ସାହାସ ନେଇ ପୋଲିସ ଚାକିରି କରିଥିଲା ଏବେ କୁଆଡେ ଗଲା ତମର ସେହି ସାହାସ । ବଦଳି ହେବାର ଭୟ ଆଉ ଟଙ୍କା ଖାଇବାର ଲୋଭ ତମକୁ ପୋଲିସରୁ ଚୋର କରି ଦେଇଛି । ନେତା ମନ୍ତ୍ରୀ ମାନଙ୍କ ପ୍ରଭାବ ପୋଲିସ ବାଘ ମାନଙ୍କୁ ହରିଣ କରି ରଖିଛି । କଣ ନାହିଁ ପୋଲିସ ପାଖରେ କେବଳ ପୋଲିସ ଚାହିଁଲେ ଦୁର୍ନୀତି ହଟିବ ଆଉ ଦେଶ ଭଲରେ ଚାଲିବ ।
କେବଳ ପୋଲିସ ଚାହିଁଲେ ପାପୀ ମାନେ ପାପ କରିବାକୁ ଥରିବେ ଆଉ ଅପରାଧୀ ମାନେ ଅପରାଧ କରିବାକୁ ଡରିବେ । କେବଳ ପୋଲିସ ଚାହିଁଲେ ନେତା ମନ୍ତ୍ରୀ ମାନେ ଗର୍ବ କରିବେ ନି କି ଲୋକ ମାନଙ୍କର ଟଙ୍କା ଖାଇବେନି । ଦୁଷ୍ଟ ଲୋକ ମାନଙ୍କୁ ମାରି ସଂହାର କରିବା ଦରକାର ଯେମିତି ମୁଁ କରିଛି ସେମିତି କରିବା ଦରକାର । ତା ହେଲେ ମୋ ପରି ଲୋକ ମାନେ ଅନ୍ୟ ପୋଲିସ ମାନଙ୍କୁ ବି ଭଲ ପାଇବେ ।
ଯେଉଁ ଦିନ ତମେ ନେତା ମନ୍ତ୍ରୀଙ୍କ ଭୟ ନିଜ ମନରୁ କାଢି ଦେବ ନିଜେ ସେମାନଙ୍କୁ ଡରେଇବ ସେହି ଦିନ ତମ ସ୍ତ୍ରୀର ମୁହଁ ଗର୍ବରେ ଫାଟି ପଡିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।