‘ବଡ଼ ହେଲେ Babushan ଙ୍କ ହିରୋଇନ୍ ହେବି, କାହିଁକି ସେ ମତେ…’: ଶିଶୁ କଳାକାର Priyansi Mohapatra

ବନ୍ଧୁଗଣ ଆପଣ ମାନେ ସମସ୍ତେ ପ୍ରୀୟାଂସୀ ମହାପାତ୍ରଙ୍କୁ ବେସ ଭଲ ଭାବରେ ଜାଣିଥିବେ । ପ୍ରୀୟାଂସୀ ହେଉଛନ୍ତି ଜଣେ ଶିଶୁ କଳାକାର ଆଉ ଆପଣ ମାନେ ତାଙ୍କୁ ଟିଭି ପରଦାରେ ନିଶ୍ଚୟ ଦେଖିଥିବେ । ପ୍ରୀୟାଂସୀ ନିଜର ଜବରଦସ୍ତ ଅଭିନୟ ପାଇଁ ସାରା ଓଡିଶାବାସୀଙ୍କ ମନ କିଣି ଛନ୍ତି । ତେବେ ଗତ କିଛି ସମୟ ହେବ ପ୍ରୀୟାଂସୀଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  ।

ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଦର୍ଶକ ବନ୍ଧୁ ପ୍ରୀୟାଂସୀ ଏହି ସାକ୍ଷାତ୍କାରରେ କହିଛନ୍ତି-‘ମୋତେ ଡ୍ଯାଂସିଙ୍ଗ, ମଡେଲିଙ୍ଗ, ଡ୍ରଇଙ୍ଗ, ଆକଟିଂ କରିବାକୁ ବହୁତ ଭଲ ଲାଗେ । ମୋତେ ଚିକେନ ବିରିଆନୀ ଖାଇବାକୁ ଅଧିକ ଭଲ ଲାଗେ ଆଉ ମଟନ ଦମ୍ ବିରିଆନୀ ଆଉ କଦଳୀ, ଆମ୍ବ ଖାଇବାକୁ ଭଲ ଲାଗେ ।

ମୁଁ ଘରେ ଖାଇବା ପାଇଁ କେବେ ବି କିଛି କୁହେନି ମୋର ସବୁ ପସନ୍ଦ ଯେଉଁ ସବୁ ମୋତେ ପସନ୍ଦ ନୁହେଁ ମୋ ମାମା ମୋତେ ଜବରଦସ୍ତି ଖୁଆନ୍ତି । ମୋତେ ମାମା ବୁଝେଇ ଦିଅନ୍ତି ମୁଁ ଖାଇ ଦିଏ । ମୋ ପାପା ବହୁତ ଭଲ ମାମା ବି ବହୁତ ଭଲ ସେମାନେ କେବେ ବି ମୋ ଉପରେ ରାଗନ୍ତି ନାହିଁ । ମୋତେ ଅଭିନୟ କେହି ଶିଖେଇ ନାହାନ୍ତି ମୁଁ ଯେତେବେଳେ ଡ୍ୟାନ୍ସ କରେ ମୁଁ ଭଲ ଏକ୍ସପ୍ରେସନ ଦିଏ ସେଥିପାଇଁ ମୋତେ ଚାନେଲରୁ କଲ୍ ଆସିଲା ।

ମୁଁ ପ୍ରଥମେ ସିନ୍ଦୁରର ଅଧିକାର ସିରିଏଲରେ କାମ କରିଲି ତା ପରେ ମଙ୍ଗଳା ଚରଣ ଆଉ ସାବିତ୍ରୀ ସିରିଏଲରେ ଅଭିନୟ କଲି । ଆଉ ଏବେ ମୁଁ ରିୟା ଚରିତ୍ରରେ ଅଭିନୟ କରୁଛି । କରୋନା ସମୟରେ ଅନଲାଇନ କ୍ଳାସ ହେଉଥିଲା ତେଣୁ ମୁଁ ବହୁତ ସହଜରେ ଅଭିନୟ ବି କରୁଥିଲି ଆଉ କ୍ଳାସ ବି କରୁଥିଲି । ହେଲେ ଯେତେବେଳେ ସ୍କୁଲ ଖୋଲି ଗଲା ମୋ ମୁଣ୍ଡ ବିନ୍ଧିଲା ।

ହେଲେ ମୋ ଟିଚର ମାନେ ବହୁତ କୋପରେଟ କରିଛନ୍ତି ମୋତେ । ବଡ ହେଲେ ମୁଁ ପ୍ରଥମେ ବାବୁସାନଙ୍କ ହିରୋଇନ ହେବି । ତା ପରେ ମୁଁ ସଲମାନ ଖାନଙ୍କ ହିରୋଇନ ହେବି’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ପ୍ରୀୟାଂସୀ କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *