ବଡଦାଣ୍ଡରେ ମହିଳାଙ୍କ ଦେହରେ ଲାଗିଲେ ମା’ ଶାରଳା, ହୁଳହୁଳି ଦେଇ କରିଲେ ତାଣ୍ଡବ, ଆଉ କହିଲେ କିଛି ଶୁଣି ଆପଣ ବି ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ରାଜ୍ୟରେ କରୋନା ଓ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ବନ୍ଦ ରହୁଛି ଏବଂ ଏହି ଘୋଷଣା ହେବା ପରଠାରୁ ଏହାର ପରଦିନ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ୭୯ ହଜାର ୧୬୭ ଜଣ ଭକ୍ତ । ସେମାନଙ୍କ ମଧ୍ୟରୁ ୭୪ ହଜାର ୮୪୪ ଜଣ ପୁରୀ ବାହାର ଲୋକ ହୋଇଥିବା ବେଳେ ୪ ହଜାର ୩୨୩ ଜଣ ପୁରୀ ଅଧିବାସୀ ବୋଲି ଜଣାପଡି ଥିଲା ।

ଏହା ଛଡା ଆଜି ଏତେ ମାତ୍ରାରେ ଭିଡ ରହିଥିଲା ଯେ ବିନା କାଗଜପତ୍ର ଯାଞ୍ଚରେ ପ୍ରାୟ ୫ ହଜାର ଲୋକ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ ଶ୍ରୀ ଜୀଉଙ୍କୁ ଦର୍ଶନ କରିବା ଶ୍ରୀମନ୍ଦିର ଇତିହାସରେ ପ୍ରଥମ ବୋଲି କୁହା ଯାଉଛି । ତେବେ ଚଳିତ ମାସ ୧୦ରୁ ୩୧ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ତେଣୁ ଠାକୁରଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଲୋକ ଶନିବାର ପୁରୀରେ ପହଞ୍ଚିଥିଲେ ।

ସକାଳ ୬ଟାରୁ ବଡ଼ଦାଣ୍ଡରେ ଲାଗିଥିଲା ଭକ୍ତଙ୍କ ଲମ୍ବା ଧାଡି । ଜୟ ଜଗନ୍ନାଥ ଧ୍ବନୀରେ ବଡ଼ଦାଣ୍ଡ ଫାଟି ପଡିଥିଲା । ଭିଡ଼ ତୁଳନାରେ ଯାଞ୍ଚ ବ୍ୟବସ୍ଥା ଯଥେଷ୍ଟ ନହେବାରୁ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖୋଲା ଯାଇଥିବା ମାଗଣା ଜୋତାଷ୍ଟାଣ୍ଡ ସମ୍ମୁଖରେ ଭକ୍ତ ବହୁସମୟ ଅପେକ୍ଷା କରିଥିଲେ । ଅତ୍ୟଧିକ ଭିଡ଼ ଯୋଗୁଁ ପ୍ରଶାସନିକ ଓ ପୁଲିସ କଟକଣା ଆଦୌ କାମ କରିନଥିଲା ।

ତେବେ ବର୍ତ୍ତମାନ ଏକ ନୂଆ କଥା ସାମ୍ନା କୁ ଆସିଛି । ଜଣେ ମହିଳାଙ୍କ ଦେହରେ ଲାଗିଲେ ମା’ ଶାରଳା । କହିଲେ ଜଗା ଦର୍ଶନ ନମିଳିଲେ ପୁରୀ ଛାଡିଯିବି ନାହିଁ । ନିଜ ଜିଦରେ ଅଟଳଥିବା ଏହି ମହିଳା ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡା ଅଞ୍ଚଳର । କୋଭିଡ କଟକଣା ଯୋଗୁଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ଥିବା ବେଳେ ଏହି ମହିଳା ଜଣଙ୍କ ପୋଲିସକୁ ଭେଦ କରି ଅରୁଣସ୍ତମ୍ଭ ନିକଟ ପର୍ଯ୍ୟନ୍ତ ଦୌଡିଥିଲେ ।

ତେବେ ଗୋଟେ ପଟେ ପୋଲିସ ତାଙ୍କୁ ରୋକିବାକୁ ଚେଷ୍ଟା କରୁଥିବା ସମୟରେ କଟକଣାକୁ ଭେଦି ଭିତରକୁ ଆସିଥିବା ମହିଳାଙ୍କୁ ଜଣେ ସେବାୟତ ଟାଣିଟାଣି ନେଇ ବ୍ୟାରିକେଡ ବାହାରେ ଛାଡିଥିଲେ । ତଥାପି ମହିଳା ଜଣଙ୍କ ତାଙ୍କ ଜିଦ୍‌ରେ ଅଟଳ ରହିବା ସହ ତାଙ୍କ ଦେହରେ ମା ଶାରଳା ବିଜେ ହୋଇଛନ୍ତି ବୋଲି କହିଥିଲେ । କେବଳ ସେତିକି ନୁହେଁ ପୁରୀ ଆସି ଦର୍ଶନ କରିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଗତକାଲି ରାତିରେ ସ୍ବପ୍ନେଇ ଥିବା ମହିଳା କହିଛନ୍ତି ।

ତେବେ ଏହି ଭଳି ହରକତ କୁ ଦେଖି ସମସ୍ତେ ଏହାର ନିନ୍ଦା କରିଛନ୍ତି । କାରଣ ସାରଳା ମାଆ ଶାରଳାଙ୍କ ନାମ ରେ ଏଭଳି ବ୍ୟବହାର କରିବା ନିନ୍ଦନୀୟ ଅଟେ । ବର୍ତ୍ତମାନ ଯୁଗରେ ଅନ୍ଧ ବିଶ୍ୱାସ ଠାରୁ ଦୂରେଇ ରହିବା ପାଇଁ କୁହାଯାଉଛି କିନ୍ତୁ କିଛି ଲୋକମାନେ ମିଛରେ ଧର୍ମ ନାମରେ ହେଉ କିମ୍ବା ଭଗବାନ ଙ୍କ ନାମରେ ଏଭଳି ଭାବରେ ମିଛ ଅଭିନୟ କରି ଆସୁଛନ୍ତି ଯାହା ଆମ ସମାଜ ପ୍ରତି ମଧ୍ୟ ଠିକ ନୁହେଁ । ତେଣୁ ଲୋକମାନେ ଏହି ମହିଳା ଙ୍କ ଏଭଳି ଅଭିନୟ କୁ ସମସ୍ତ ଲୋକମାନେ ନିନ୍ଦା କରିଛନ୍ତି ଏବଂ ଏଭଳି କୋଭିଡ ସମୟରେ ଏଭଳି ଆଚରଣ ଗ୍ରହଣ ଯୋଗ୍ୟ ନୁହେଁ । ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *