‘Babushan ଙ୍କ ପାଇଁ ମୁଁ ବହୁତ ଗାଳି ଶୁଣିଛି ଘରେ, ଲୁଚି ଲୁଚି ବହୁତ ଥର ତାଙ୍କ…’

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ତେଲି ଅଭିନେତ୍ରୀ ଶର୍ମୀଲିଙ୍କୁ ନିଶ୍ଚୟ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ନିଶ୍ଚିତ ଦେଖିଥିବେ । ତେବେ ଓଡିଆ ଇଣ୍ଡଷ୍ଟ୍ରିରେ ଶର୍ମୀଲି ନିଜର ଜବରଦସ୍ତ ଅଭିନୟ ଏବଂ ସୁନ୍ଦରତା ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି । ଓଡିଶାରେ ଶର୍ମୀଲିଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ଏମିତିରେ ଶର୍ମୀଲି ନିଜ ଲାଇଫ ଷ୍ଟାଇଲ ଏବଂ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

ହେଲେ ଗତ କିଛି ସମୟ ହେବ ସେ ନିଜର ଏକ ସାକ୍ଷାତ୍କାର ପାଇଁ ଚର୍ଚ୍ଚାରେ ଅଛନ୍ତି । ଶର୍ମୀଲିଙ୍କର ଏକ ସାକ୍ଷାତ୍କାର ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଶର୍ମୀଲି ଏହି ସାକ୍ଷାତ୍କାରରେ କହିଛନ୍ତି-‘ସୁଟିଙ୍ଗ ସେଟରେ ମୋତେ କେବେ ଲଭ ହେଇନି ସୁଟିଙ୍ଗ ସେଟରେ ସବୁ ମୋର ସିନିୟର ଆଉ ସମସ୍ତଙ୍କ ଠାରୁ ସାନା ହେଲି ମୁଁ । ତେଣୁ ସମସ୍ତେ ମୋ ଠାରୁ ସିନିୟର ବୋଲି ମୁଁ ସମ୍ମାନ ଦିଏ ସେମିତି କିଛି ହେଇନି । ମୁଁ କହୁନି ମତେ ଲଭ ହେଇନି ବୋଲି ମୋତେ ସୁଟିଙ୍ଗ ସେଟରେ ଲଭ ହେଇନି । ମୁଁ ବହୁତ ଖୁସି ଅଛି ମୁଁ ମିଛ କୁହେନି ଲଭ ତ ଆଜି କାଲି ସମସ୍ତେ କରୁଛନ୍ତି ହେଲେ ମୁଁ ସିଙ୍ଗଲ ଅଛି ।

ମୁଁ ଅତୀତରେ ରିଲେସନସିପରେ ଥିଲି ହେଲେ ଏବେ କାହା ସହ ନାହିଁ । ଯେତେବେଳେ ମାଇଣ୍ଡରେ ଭବିଷ୍ୟତ, ପାଠ ପଢା, ପରିବାର ଦାୟିତ୍ଵ ପଶି ଯାଏ ସେତେବେଳେ ଆଉ ଲଭ ଦେଖା ଯାଏନି । ଲଭ ପାଇଁ ମୋ ଲିଷ୍ଟରେ ସେମିତି ତ କେହି ନାହାନ୍ତି । ଭବିଷ୍ୟତ କିଏ ଦେଖିଛି ଏମିତି ବି ହେଇପାରେ ମୁଁ ରାସ୍ତାରେ ଗଲା ବେଳେ ମୋତେ କିଏ ଭଲ ଲାଗିଲା ମୁଁ ଭଲ ପାଇ ପାରେ । ଆଜିକାଲି ସମୟରେ ଲଭର ମାନେ କଣ ଲୋକ ବୁଝି ନାହାନ୍ତି ହେଲେ ମୋ ପାଇଁ ଲଭ ବହୁତ ସିରିୟସ ଥାଏ ।

ସ୍ଵାମୀ-ସ୍ତ୍ରୀଙ୍କ ସମ୍ପର୍କ ଯେମିତି ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ସମ୍ପର୍କ ସେମିତି ଥାଉ । ଯଦି ବି ମୁଁ ଆଗକୁ କେବେ ହିରୋଇନ ହୁଏ ସିରିଏଲ ଅଲଗା କଥା ଯଦି ସିନେମାରେ ହୁଏ ତା ହେଲେ ଓଡିଆ ଇଣ୍ଡଷ୍ଟ୍ରିରେ ମୋର ଜଣେ ହିଁ ଫେବରେଟ ବାବୁସାନ । ବାବୁସନ ମୋର ବହୁତ ପସନ୍ଦ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *