ଦେଖନ୍ତୁ ନାତି ସହ କେମିତି ଖେଳୁଛନ୍ତି Aparajita Mohanty, ଦେଖନ୍ତୁ Video

ଆପଣ ସମସ୍ତେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ବାବୁସାନ ମହାନ୍ତି ଓ ତାଙ୍କ ପରିବାର ବିଷୟରେ ଜାଣିଛନ୍ତି । ତାଙ୍କର ମା ଅପରାଜିତା ମହାନ୍ତି ଯିଏକି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି ଓ ତାଙ୍କ ପିତା ଉତ୍ତମ ମହାନ୍ତି ବି ଓଡିଆ ସିନେମା ଜଗତର ଅଭିନେତା ଅଟନ୍ତି । ବାବୁସାନ ମହାନ୍ତି ୬ ଜୁଲାଇ ୨୦୧୪ରେ ତୃପ୍ତି ଶତପଥୀଙ୍କୁ ବିବାହ କରିଥିଲେ । ବିବାହର ୭ ବର୍ଷ ପରେ ଏହି ବର୍ଷ ଅର୍ଥାତ ଏପ୍ରିଲ ୨୦୨୧ରେ ବାବୁସାନ ଓ ତୃପ୍ତିଙ୍କ ଗୋଟିଏ ପୁତ୍ର ସନ୍ତାନ ହୋଇଥିଲା ।

ଏହା ପର ଠାରୁ ବାବୁସାନ ମହାନ୍ତି ନିଜ ପୁଅର ସମସ୍ତ ପ୍ରକାରର ଅପଡେଟକୁ ସୋସିଆଲ ମିଡିଆରେ ଅପଡେଟ କରିଥାନ୍ତି । ବାବୁସାନ ମହାନ୍ତି ପ୍ରାୟତଃ ନିଜର ଫିଲ୍ମ, ନିଜ ପୁଅ କିମ୍ବା ଅନ୍ୟ କିଛି କାରଣ ପାଇଁ ସୋସିଆଲ ମିଡିଆରେ ଛାଇ ରହିଥାନ୍ତି । କିନ୍ତୁ ପ୍ରାୟତଃ ତାଙ୍କର ଓ ତାଙ୍କ ପୁଅର ଭିଡିଓ ଭାଇରାଲ ହୋଇଥାଏ । ସେ ସବୁବେଳେ ନିଜ ପୁଅ ସହ ଖେଳୁଥିବାର ଭିଡିଓ ପୋସ୍ଟ କରିଥାନ୍ତି । ଯାହାକୁ ତାଙ୍କର ଫ୍ୟାନମାନେ ପସନ୍ଦ ବି କରନ୍ତି ।

ଆଜି ଆମେ ଆପଣଙ୍କ ପାଇଁ ସେହିଭଳି କିଛି ଭିଡିଓ ନେଇ ଆସିଛୁ । ଯେଉଁଥିରେ ବାବୁସାନ ନୁହନ୍ତି ତାଙ୍କ ମା ଅପରାଜିତା ମହାନ୍ତି ନିଜ ନାତି ସହ ଖେଳୁଥିବାର ନଜର ଆସୁଛନ୍ତି । ଜେଜେମା ଓ ନାତିଙ୍କ ଏହି ଭିଡିଓ ବର୍ତ୍ତମାନ ବହୁତ ଭାଇରାଲ ହେଉଛି ।

ଏହା ଗୋଟିଏ ନୁହେଁ ଏହା ପୂର୍ବରୁ ବି ଏମିତି ବହୁତ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଜେଜେମା ଅପରାଜିତା ମହାନ୍ତି ତାଙ୍କ ନାତିକୁ କୋଳରେ ଧରି ଖେଳୁଛନ୍ତି । ବାବୁସାନ ମହାନ୍ତିଙ୍କ ପତ୍ନୀ ଓ ତାଙ୍କ ପୁଅର କିଛି ଭିଡିଓ ବି ସୋସିଆଲ ମିଡିଆରେ ଅଛି । ବାବୁସାନ, ତାଙ୍କ ବାପା ଉତ୍ତମ ମହାନ୍ତି ଓ ବାବୁସାନଙ୍କ ପୁଅ ବି ଗୋଟିଏ ଭିଡିଓରେ ଏକାଠି ନଜର ଆସିଛନ୍ତି । ବାବୁସାନଙ୍କ ପୁଅକୁ ବର୍ତ୍ତମାନ ମାତ୍ର ୯ ମାସ ହୋଇଛି ।

ବାବୁସାନ ଓ ତାଙ୍କ ପତ୍ନୀ ତୃପ୍ତି ନିଜ ପୁଅ ନାଁ ସମର୍ଥ ମହାନ୍ତି ଦେଇଛନ୍ତି ଓ ଡାକ ନାଁ ଗ୍ବାନ ରଖିଛନ୍ତି । କହିଦେଉଛୁ କି ବାବୁସାନ ମହାନ୍ତି ଜନ୍ମ ସମୟ ଠାରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ପୁଅର ସବୁ ପ୍ରକାରର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ବାବୁସାନ ମହାନ୍ତି ଶେଷ ଥର ଫିଲ୍ମ ବିଦ୍ୟାରାଣରେ ନଜର ଆସିଥିଲେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *