ଦର୍ଶକ ବନ୍ଧୁ ଓଡିଆ ଅଭିନେତା ପିଣ୍ଟୁ ନନ୍ଦଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି । ଅନ୍ତିମ ସଂସ୍କାର ପୂର୍ବରୁ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ସମସ୍ତଙ୍କୁ ଭାବ ବିହୁଳ କରି ଦେଲା । ବାପାଙ୍କ ମୁଣ୍ଡକୁ ଆଉଁସି ବାପାଙ୍କୁ ଗୋଟେ ଚୁମା ଦେଇ ଦେଉଛି ପିଣ୍ଟୁ ନନ୍ଦଙ୍କ ସାନ ପୁଅ । ପାଖରେ କିଛି ସମୟ ବସି ବାପାଙ୍କୁ କୋଳେଇ ନେଉଛି । ଦାଦା ଯାହା କହୁଛନ୍ତି ସେଇଆ ସେଇଆ କରୁଛନ୍ତି ।
ଥିଲା ବେଳେ ତ ପୁଅକୁ ଗେଲ କରିପାରିଲେନି ପୁଅ ବାପାର କୋଳ କଣ ଜାଣିପାରିଲା ନାହିଁ । ହେଲେ ଆଜି ଯେତେବେଳେ ବାପା ସ୍ଵର୍ଗଦ୍ଵାରରେ 6 ଖଣ୍ଡ କାଠ ଉପରେ ଶୋଇବାକୁ ଯାଉଛି ସେହି ସମୟରେ ପୁଅ ଆସି ନିଜ ବାପାକୁ ଆଉଁସି ଦେଉଛି । ଆଉ ବାପର ମୁଣ୍ଡରେ ଗେଲ କରି ଦେଉଛି । ମୁଁ ତୁମର ସେହି ସାନ ପୁଅ ବାପା ତମେ କାହିଁକି ଆଜି ଚାଲି ଯାଉଛ । କମ ବର୍ଷର ଏ ଛୁଆ ଜାଣି ନାହିଁ ତା ବାପା ସହ କଣ ସବୁ ହେଇଗଲା ।
କେଉଁ ଅଜସ୍ର ଯନ୍ତ୍ରଣା ଦେଇ ଗତି କରୁଥିଲେ ତାଙ୍କ ବାପା ଗତ ଏକ ବର୍ଷ ଧରି । କିଭଳି ତାଙ୍କୁ ମୂହୁର୍ତ୍ତ ମୂହୁର୍ତ୍ତର ଯନ୍ତ୍ରଣା ଜାଳି ଦେଉଥିଲା ମାରି ଦେଉଥିଲା । ଆଜି ସେ ସବୁ ଯନ୍ତ୍ରଣା ଏ ଶରୀର ମାଧ୍ୟମରେ ମୁକ୍ତ ହେବାକୁ ଯାଉଛି । ପଞ୍ଚଭୂତରେ ଲୀନ ହେଇଯାଇଛି ପିଣ୍ଟୁ ନନ୍ଦଙ୍କ ଏହି ପାର୍ଥିବ ଶରୀର । ଆଉ ଯିବାର ସେହି ଶେଷ କିଛି ମୂହୁର୍ତ୍ତରେ ସେ ଆତ୍ମା ଯାହା ଏହି ମଶାଣି ପାଖରେ ଥିବ ।
ଆଜି ଦେଖୁଥିବ ସବୁ ସେହି ଦୃଶ୍ୟକୁ କେମିତି ତାଙ୍କ ସ୍ତ୍ରୀ କାନ୍ଦୁଛି । କେମିତି ତାଙ୍କ ପୁଅ ତାଙ୍କୁ ଗେଲ କରି ଦେଉଛି । ହେଲେ ଏହି ଶରୀର ଆଉ କୌଣସି ବି ଉତ୍ତର ଦେବ ନାହିଁ କାରଣ ପିଣ୍ଡରୁ ପ୍ରାଣ ଛାଡି ଯାଇଛି ପିଣ୍ଟୁ ନନ୍ଦ ଆଉ ନାହାନ୍ତି । ଯାହା ଅଛି ତାଙ୍କ ସ୍ମୃତି । ଯାହା ଭୁଲ ସେ କରି ଗଲେ ଆଉ ଯାହାର ଶାସ୍ତି ତାଙ୍କୁ ଏ ଜୀବନରେ ମିଳିଲା ଯେଉଁ ମାନ ଅଭିମାନ ଯେଉଁ ମତାନ୍ତର ତାଙ୍କର ଆଉ ତାଙ୍କ ସ୍ତ୍ରୀ ମଧ୍ୟରେ ତାଙ୍କ ପରିବାର ଟାକୁ ଦୁଇ ଭାଗ କରିଦେଲା ।
ଭଗବାନ ନକରନ୍ତି ଆଉ ଏମିତି ଏକ ପିଣ୍ଟୁ ନନ୍ଦ ହେଉ ଯିଏ କି ଜୀବନରେ ଏଭଳି ସଂଘର୍ଷ କଲା । ଆଉ ଏତେ କଷ୍ଟରେ ସମସ୍ତଙ୍କୁ ଛାଡି ଚାଲି ଗଲା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।