ବାହାଘର ପରେ ସ୍ତ୍ରୀ କହିଲେ ମୁଣ୍ଡ ଛୁଇଁବାକୁ, ସ୍ତ୍ରୀ ବିଷୟରେ ସବୁ ଜାଣି ବି ବାହା ହୋଇଛନ୍ତି…

ବାହାଘର ସରିଯାଇଛି ଆଉ ଏବେ ସ୍ଵାମୀ ସ୍ତ୍ରୀ ଠରା ଠରି ହୋଇ କଥା ହେଉଛନ୍ତି । ସ୍ତ୍ରୀ କହୁଛନ୍ତି ମୋ ମୁଣ୍ଡ ଛୁଇଁ କଥା ଦିଅ ସାରା ଜୀବନ ମୋ ସହ ରହିବ । ଆଉ ଏହା ପରେ ସ୍ଵାମୀ ମହେଶ୍ଵର ମୁଣ୍ଡରେ ହାତ ରଖିକି କହୁଛନ୍ତି ହଁ ମୁଁ ସବୁବେଳେ ଛାଇ ହୋଇ ରହିବି । ସୂଚନା ଅନୁଯାୟୀ ସ୍ତ୍ରୀ ଜଣକ ଦେଖିବାକୁ ବହୁତ ସୁନ୍ଦର କିନ୍ତୁ କଥା କହି ପାରନ୍ତିନି କି ଶୁଣି ପାରନ୍ତି ନାହିଁ । କିନ୍ତୁ ସ୍ତ୍ରୀଙ୍କର ମନ ଏତେ ନିର୍ମଳ ଓ ସୁନ୍ଦର ଯାହା କହି ହେଉ ନାହିଁ । ତେବେ ରୁକ୍ମଣୀ ଏତେ ଭଲ ଯେ ମହେଶ୍ଵର ତାଙ୍କୁ ବିବାହ କରି ଧନ୍ୟ ମନେ କରୁଛନ୍ତି ।

ତେବେ ମହେଶ୍ଵର ବାହାଘର ପୂର୍ବରୁ ସବୁ ଜାଣିଥିଲେ କି ସ୍ତ୍ରୀ ରୁକ୍ମଣୀ କଥା କହି ପାରନ୍ତିନି କି ଶୁଣି ପାରନ୍ତିନି । ତଥାପି ମହେଶ୍ଵର ରୁକ୍ମଣୀ ଙ୍କୁ ଏତେ ଭଲ ପାଉଛନ୍ତି । ଗତ ଦୁଇ ଦିନ ହେବ ଦୁହିଙ୍କର ବିବାହ ଶେଷ ହୋଇଛି । ସ୍ତ୍ରୀ ବିଷୟରେ ସବୁ କିଛି ଜାଣି ମଧ୍ୟ ମହେଶ୍ଵର ତାଙ୍କୁ ବିବାହ କରିଛନ୍ତି । ଆଉ ବିବାହ ପରେ ପୁଣି ଥରେ ମୁଣ୍ଡ ଛୁଇଁ କଥା ଦେଉଛନ୍ତି ରୁକ୍ମଣୀ ଙ୍କୁ ମହେଶ୍ଵର କି ସାରା ଜୀବନ ପାଇଁ ଛାଇ ଭଳି ରହିବି ।

ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଦଶାପାଳ ଜୟପୁର ପଞ୍ଚାୟତ ଜିରିତାଙ୍ଗ ଗାଁ ରେ । ଏହି ଗାଁ ରେ ମହେଶ୍ଵର ଙ୍କ ଘର । ଗତ 3 ବର୍ଷ ତଳେ ମହେଶ୍ଵର ଙ୍କ ସହ ରୁକ୍ମଣୀ ର ଭାଇ ବାହାଘର ସମୟରେ ଦେଖା ହୋଇଥିଲା । ଆଉ ମହେଶ୍ଵର ରୁକ୍ମଣୀ ଙ୍କୁ ପ୍ରଥମ ଦେଖାରେ ଭଲ ପାଇ ବସିଥିଲେ । ସେହି ଦିନ ଠାରୁ ଦୁହିଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁହେଁ ନିଜର ପ୍ରେମକୁ ଲୁଚାଇ ରଖିଥିଲେ ଆଉ ଏବେ ଦୁଇ ପ୍ରେମୀ ଯୁଗଳ ପରସ୍ପରକୁ ବିବାହ କରିଛନ୍ତି । ତେବେ ମହେଶ୍ଵର ଡିପ୍ଲୋମା ପରେ ବାହାରେ ରହି ଚାକିରି କରୁଥିଲେ ।

ଆଉ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଆଉ ଏବେ ଦୁଇ ଦିନ ହେବ ବାଘର ଶେଷ ହୋଇଛି । ଏହି ଦୁଇ ଯୋଡି କିଭଳି ଭାବେ ବାର୍ତ୍ତାଳାପ କରୁଛନ୍ତି ତାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ବାହାଘର ପରେ ରୁକ୍ମଣୀ ଙ୍କର ଖୁବ ଯତ୍ନ ନେଉଛନ୍ତି ସ୍ଵାମୀ ମହେଶ୍ଵର ଆଉ ରୁକ୍ମଣୀ ମଧ୍ୟ । ଦୁହେଁ ଦୁହିଙ୍କର ହାତ ସାତ ଜନ୍ମ ପାଇଁ ଧରିଛନ୍ତି । ଆଉ ବାରମ୍ବାର କହୁଛନ୍ତି ରୁକ୍ମଣୀ ମୋ ମୁଣ୍ଡ ଛୁଇଁ କଥା ଡି ମୋ ଜୀବନରେ ଛାଇ ଭଳି ରହିବ ।

ଆଉ ମହେଶ୍ଵର ମଧ୍ୟ କୁଣ୍ଡ ଛୁଇଁ କଥା ଦେଉଛନ୍ତି ହଁ ନିଶ୍ଚୟ ରହିବି । ତେବେ ମହେଶ୍ଵର ଓ ରୁକ୍ମଣୀ ଙ୍କ ପ୍ରେମ କାହାଣୀ ଖୁବ ନିଆରା । ଆଉ ଏହି ନିଆରା ପ୍ରେମକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଆରମ୍ଭ ହେଲାଣି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *