ବାରଗାର୍ଲ ଶୁଭଲକ୍ଷ୍ମୀ ଜନ୍ମ ମାସ ହେଲା କାଳ, ଶୁଭକୁ ମନେ ପକାଇ ଝିଅକୁ ଝୁରୁଛନ୍ତି ଘର ଲୋକେ !

ନମସ୍କାର ବନ୍ଧୁଗଣ ।  ସୂଚନା ଅନୁସାରେ ଲେଡି ବାରଗାର୍ଲ ଶୁଭଲକ୍ଷ୍ମୀଙ୍କର ଆଜି ହେଉଛି ଜନ୍ମଦିନ । ହଁ ଦର୍ଶକବନ୍ଧୁ ଅଗଷ୍ଟ 11 ତାରିଖ ହେଉଛି ମୃତ୍ୟୁ ରହସ୍ୟ ଜାଣିନପାରୁଥିବା ଶୁଭଲକ୍ଷ୍ମୀଙ୍କ ଜନ୍ମଦିନ । ମାତ୍ର ଦୁଃଖଦାୟକ ବିଷୟ ହେଲା ଯେଉଁ ମାସରେ ଶୁଭଲକ୍ଷ୍ମୀ ପୃଥିବୀ ପୁଷ୍ଟକୁ ଆସିଥିଲେ  । ଆଜି ସେହି ମାସରେ ସେ ଅଫେରା ଦୁନିଆକୁ ଚାଲିଯାଇଛନ୍ତି । ଯାହାକୁ ମନେ ପକାଇ ପରିବାର ଲୋକେ କାନ୍ଦି ଫଟି ପଡ଼ୁଛନ୍ତି ।

ଘରର ବଡ ଝିଅର ଜନ୍ମଦିନକୁ ଝୁରୁଛି ପରିବାର । ଶୁଭଲକ୍ଷ୍ମୀ ପୂର୍ବରୁ କରୁଥିବା ରିଲସ କୁ ଦେଖି ବାପାମା ଆଜି ଝିଅକୁ ଖୋଜୁଛନ୍ତି । ପୂର୍ବବର୍ଷ ଜନ୍ମଦିନରେ ଏପରି ପାଳନ କରାଯାଇଥିଲା ଯେ କେକ୍ ଆସିଥିଲା ଏବଂ ଧୂମଧାମ୍ ରେ ଏହାକୁ ପାଳନ କରିଥିଲେ । ଗତବର୍ଷ ଜନ୍ମ ଦିନରେ ତାଙ୍କ ଫଟୋ ଲଗାଇ ହେଇଥିବା କେକ୍ ଟିଏ ଆସିଥିଲା ଏବଂ ସେଥିରେ ଲେଖାଯାଇଥିଲା ଜାନ୍ ଯାହାକୁ ଶୁଭଲକ୍ଷ୍ମୀ ସୋସିଆଲ ସାଇଡ ରେ ପୋଷ୍ଟ କରିଥିଲେ ଏବଂ ତାଙ୍କୁ ଭଲ ପାଉଥିବା ଲୋକେ ଜନ୍ମଦିନର ଶୁଭେଚ୍ଚା ଜଣାଇଥିଲେ ।

ମାତ୍ର ଚଳିତ ବର୍ଷ ଏସବୁ କିଛି ନାହିଁ କାରଣ ଜନ୍ମଦିନ ଯାହା ପାଇଁ ପାଳନ କରାଯାଉଥିଲା ଆଜି ସେ ସମସ୍ତଙ୍କୁ ଛାଡି ବହୁ ଦୂର କୁ ପଳେଇଯାଇଛି । ବୋଧେ ହୁଏ ଏ ମାସର ଜନ୍ମଦିନ ତାଙ୍କ ପାଇଁ ଅଶୁଭ ହୋଇଯାଇଛି ତେଣୁ କରି ସାଙ୍ଗମାନେ କରିଥିବା ଯୋଜନା ସବୁ ବ୍ୟଥ ହୋଇଗଲା  । ଚଳିତ ମାସରେ ତାଙ୍କ ଜନ୍ମ ଦିନକୁ ନେଇ ଶୁଭଲକ୍ଷ୍ମୀ ବେଶ୍ ଖୁସି ଥିଲେ ଏବଂ ଏକ ବଡ ପାର୍ଟି ଦେବାକୁ ପୂର୍ବରୁ ଯୋଜନା କରିଥିଲେ ।

ମାତ୍ର ଶୁଭଲକ୍ଷ୍ମୀ ପ୍ରେମର ଜାଲରେ ପଡିଯାଇଥିଲା ଯାହା ଫଳରେ ତାଙ୍କ ଜୀବନ ଏପରି ବଦଳିଗଲା । ଆଜି ନା ତାଙ୍କ ମୃତ୍ୟୁ ମାମଲା ଶେଷ ହେଉଛି ବା ମୃତ୍ୟୁ ପଛରେ ଥିବା ରହସ୍ୟ ଫିଟୁଛି । ତେବେ ଶୁଭଲକ୍ଷ୍ମୀ ମାମଲା କୁ ପ୍ରତିଦିନ  ନୂଆ ନୂଆ ଖବର ସାମ୍ନାକୁ ଆସୁଛି ।

ଶୁଭଲକ୍ଷ୍ମୀଙ୍କ ଅଙ୍କଲଙ୍କ କହିବା ଅନୁସାରେ ବହୁତ ଭଲ ପାଠପଢୁଥିବା ଶୁଭ କିନ୍ତୁ ପୁରୁଷବନ୍ଧୁ ସଂସ୍ପର୍ଶ ରେ ଆସି ବାର୍ ରେ ଡ୍ୟାନ୍ସ କରିବାକୁ ଯାଇଛି ପରେ ଏଭଳି  ଘଟିଛି । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *