ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ “ଦି ବଶ୍” ? ପାଦ ଛୁଇଁଲେ ପପୁୟା-ନ୍ୟୁଗିନ ପ୍ରଧାନମନ୍ତ୍ରୀ !

ତିନି ଦେଶ ଗସ୍ତ ସାରି ଫେରିବା ପରେ ଦିଲ୍ଲୀର ପାଲାମ୍ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି । ଏହି ଅବସରରେ ପପୁୟା-ନ୍ୟୁଗିନ ପ୍ରଧାନମନ୍ତ୍ରୀ କିପରି ମୋଦିଙ୍କ ପାଦ ଛୁଇଁଲେ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କାହିଁକି ମୋଦିଙ୍କୁ “ଦି ବଶ୍” ବୋଲି ସମ୍ବୋଧନ କଲେ ଏବଂ ଜୋ ବାଇଡେନ କେମିତି ପ୍ରଧାନମନ୍ତ୍ରୀଙ୍କ ଅଟୋଗ୍ରାଫ ନେଲେ ସେସବୁର ଖୁଲାସା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ଯାହା ଶୁଣିଲେ ଆପଣ ବି ଗର୍ବ ଅନୁଭବ କରିବେ ।

ଜୟଶଙ୍କର କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିଦେଶ ଗସ୍ତରେ ଯିବା ମୋର ସୌଭାଗ୍ୟ । ତାଙ୍କ ପାଇଁ ସାରା ବିଶ୍ଵ ଯେଉଁ ପରିପ୍ରେକ୍ଷୀରେ ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖୁଛି ଏହାର ମୁଁ ସାକ୍ଷୀ । ପପୁୟା-ନ୍ୟୁଗିନରେ ମୋଦିଙ୍କୁ ଯେଉଁ ଭଳି ସ୍ଵାଗତ କରାଯାଇଥିଲା ତାହା ଅବର୍ଣ୍ଣନୀୟ । ସେଠାକାର ପ୍ରଧାନମନ୍ତ୍ରୀ ଜେମସ୍ ମରାପେ ମୋଦିଙ୍କ ପାଦ ଛୁଇଁବା ସହ ଗୁରୁ ବୋଲି କହିଥିଲେ ।

ସେ କହିଥିଲେ, ମୋଦିଙ୍କ ଠାରୁ ସାରା ବିଶ୍ଵକୁ ପ୍ରେରଣା ମିଳୁଛି ତେଣୁ ସେ ସାରା ବିଶ୍ଵର ଗୁରୁ । ସେହିଭଳି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ତାଙ୍କ ଭାଷଣ ବେଳେ ମୋଦିଙ୍କୁ “ଦି ବଶ୍” ବୋଲି ସମ୍ବୋଧନ କରିଥିଲେ । କାର୍ଯ୍ୟକ୍ରମ ପରେ ଆନ୍ଥୋନୀ କହିଥିଲେ କି, ତାଙ୍କ ଭାଷଣରେ ଏହା ଲେଖା ନଥିଲା ବରଂ ଏହା ତାଙ୍କ ମନର ଭାବନା ଥିଲା, ଯାହା ସେ ପ୍ରକାଶ କରିବାରୁ ନିଜକୁ ରୋକି ପାରି ନଥିଲେ ।

ଜାପାନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ସାକ୍ଷାତ ବେଳେ ସେ ମଧ୍ୟ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । ସେ କହିଥିଲେ, ପ୍ରଧାମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ପାଇଁ ତାଙ୍କର ସ୍ଵାଗତ କିଭଳି କରିବୁ ସେନେଇ ଆମ ଉପରେ ଚାପ ବଢିଯାଉଛି ।

ଖାଲି ସେତିକି ନୁହେଁ ବରଂ ମୋଦିଙ୍କୁ ପ୍ରିୟ ନେତା କହିବା ସହ ତାଙ୍କ ଠାରୁ ଅଟୋଗ୍ରାଫ ମଧ୍ୟ ନେଇଥିଲେ ବାଇଡେନ । ମୋଦିଙ୍କ ଶାସନକାଳରେ ବିଶ୍ଵ ଦରବାରରେ ଭାରତର ମର୍ଯ୍ୟାଦା ବିଷୟରେ ଆପଣ ଭାବୁଛନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *