500 ଉଠାଇଲେ ATM ରୁ ବାହାରୁଛି 2500 ଟଙ୍କା…ATM ଆଗରେ ଲାଗିଲା ଲୋକଙ୍କ ଲମ୍ବା ଲାଇନ…

ବନ୍ଧୁଗଣ ଯଦି ଆପଣ ଏଟିଏମରୁ ଟଙ୍କା କାରବାର କରୁଛନ୍ତି ତା ହେଲେ ଆପଣ ମାନଙ୍କ ପାଇଁ ଏକ ବଡ ଖବର । ଏଟିଏମରୁ ୫୦୦ ଟଙ୍କା ଉଠାଇଲେ ମିଳୁଛି ୨୫୦୦ ଟଙ୍କା । ଟଙ୍କା ପାଇଁ ଏଟିଏମ ସାମ୍ନାରେ ଲାଗିଲା ଲମ୍ବା ଲାଇନ । ମହରାଷ୍ଟ୍ର ନାଗପୁରରୁ ଆସିଲା ଆଶ୍ଚର୍ଯ୍ୟ ଜନକ ଖବର । ଜଣେ ବ୍ୟକ୍ତିଙ୍କର ଲାଗିଲା ଲଟେରୀ । ଏଟିଏମରୁ ଟଙ୍କା ଉଠାଇଲା ବେଳେ ତାଙ୍କୁ ମିଳିଛି ଅଧିକ ଟଙ୍କା । ଖବର ଅନୁଯାଇ ବ୍ୟକ୍ତି ଜଣକ ଏଟିଏମରୁ ୫୦୦ ଟଙ୍କା ଉଠାଇ ଥିଲେ ।


ହେଲେ ତାଙ୍କୁ ଗୋଟିଏ ୫୦୦ ଟଙ୍କା ବଦଳରେ ୫ଟି ୫୦୦ ଟଙ୍କାର ନୋଟ ମିଳିଛି । ଅର୍ଥାତ ୫୦୦ ଟଙ୍କା ବଦଳରେ ସେ ୨୫୦୦ ଟଙ୍କା ପାଇଛନ୍ତି । ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ତେବେ ଏଭଳି ଘଟଣା ମହରାଷ୍ଟ୍ରର ନାଗପୁରରେ ଦେଖିବାକୁ ମିଳିଛି । ଅନ୍ୟ ପଟେ ବ୍ୟକ୍ତି ଜଣକ ଏଟିଏମ ପାଖରେ ଥିବା ସମସ୍ତ ଲୋକଙ୍କୁ ଏ କଥା କହି ଦେଇଥିଲେ ।

ତେଣୁ ବୁଧବାର ନାଗପୁରରେ ଏକ ଏଟିଏମ ସାମନାରେ ଦେଖିବାକୁ ମିଳିଥିଲା ଭିଡ । ଲୋକ ମାନେ ଲାଇନ କରି ଏଟିଏମ ସାମ୍ନାରେ ଟଙ୍କା ଉଠାଇବାକୁ ଛିଡା ହେଇଥିଲେ । ଏଟିଏମରେ ଅଧିକ ଭିଡ ହେବାରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲା । ଏହା ପରେ ଏହି ଘଟଣା ସମ୍ପର୍କରେ ବ୍ୟାଙ୍କ କର୍ତ୍ତୁପକ୍ଷ ଯାଞ୍ଚ କରିଥିଲେ । ତେବେ ପରେ ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ଘଟିଥିବା ଜଣା ପଡିଥିଲା ।

ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ମତରେ ଏଟିଏମରେ ଏକ ଛୋଟ ଅସାବଧନତା ହେତୁ ଟଙ୍କା ଭର୍ତ୍ତି କରିବା ସମୟରେ ଏଭଳି କିଛି ଘଟିଛି । ୧୦୦ ଟଙ୍କିଆ ନୋଟ ରଖିବା ଟ୍ରେରେ ୫୦୦ ଟଙ୍କିଆ ନୋଟ ରଖାଯାଇଥିଲା । ତେଣୁ ବ୍ୟକ୍ତି ଜଣକ ୫୦୦ ଟଙ୍କା ବାହାର କରିବା ସମୟରେ ୫ଟି ୧୦୦ ଟଙ୍କିଆ ବାହାରିବା ବଦଳରେ ୫ଟି ୫୦୦ ଟଙ୍କିଆ ନୋଟ ବାହାରି ଆସିଥିଲା ।

ଫଳରେ ତାଙ୍କୁ ୫୦୦ ଟଙ୍କା ବଦଳରେ ୨୫୦୦ ଟଙ୍କା ମିଳିଥିଲା । ଅନ୍ୟ ପଟେ ପୋଲିସ ଏହି ଘଟଣାକୁ ନେଇ କୌଣସି ମାମଲା ରୁଜୁ କରି ନାହିଁ । ତେବେ ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *