ପାଣ୍ଡିଆନଙ୍କ ପାଇଁ ବୁଲେଟ୍ ପ୍ରୁଫ୍ ! ଦେଖନ୍ତୁ ପୁରା ଖବର….

ବନ୍ଧୁଗଣ, ସୂଚନା ଅନୁଯାୟୀ ନିକଟରେ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚ୍ଚିବ ଭିକେ ପାଣ୍ଡିଆନ ପୁରୀ ଗସ୍ତ କରିଥିଲେ । ସାଙ୍ଗରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରହିଥିଲେ । ଯେଉଁଦିନ ପୁରୀ ଶ୍ରୀ ମନ୍ଦିର ପ୍ରକଳ୍ପ ବିରୋଧରେ କରାଯାଇଥିବା ମାମଲା ସୁପ୍ରିମ କୋର୍ଟ ରେ ଖାରଚ ହୋଇଯାଇଥିଲା ସେହିଦିନ ଏହି ନେତା ଏବଂ ଅଫିସର ଙ୍କ ଯୋଡି ଗୋଟିଏ ଗାଡିରେ ପୁରୀ ଗସ୍ତ କରିଥିଲେ ।

ଏହି ଗାଡି ଟି ଚଣ୍ଡିଗଡ ରେ ରେଜିଷ୍ଟେସନ ହୋଇଥିଲା ଏବଂ ଏହାକୁ ଏକ ବୁଲେଟପ୍ରୁଫ ଗାଡି ମଧ୍ୟ କୁହାଯାଉଅଛି । ଏଥିରେ ବିଧ୍ୟୟକ ଙ୍କ ଷ୍ଟିକର ମଧ୍ୟ ଲାଗିଅଛି । ଗାଡିର ଡକୁମେଣ୍ଟ ଅନୁଯାୟୀ ଏହା ହାଇଲ୍ୟାଣ୍ଡ ନାମକ ଏକ କମ୍ପାନୀ ନାମରେ ରେଜିଷ୍ଟେସନ ହୋଇଛି । ଏହି କମ୍ପାନୀ ଟି ନଭେମ୍ବର 2018 ମସିହାରେ ଇନକର୍ପୋରେଟ ହୋଇଛି । ଏହି କମ୍ପାନୀ ର ନିର୍ଦ୍ଧେଶକ ହେଉଛନ୍ତି ପୂର୍ବତ୍ତନ ବାଲେଶ୍ଵର ସାଂସଦ ରବୀନ୍ଦ୍ର ଜେନା ଙ୍କ ପୁଅ ପ୍ରତୀକ ଜେନା ।

ରବୀନ୍ଦ୍ର ଜେନା ଙ୍କ ପରିବାର ସହିତ ବବି ଙ୍କ ପରିବାରର ବୈବାହିକ ସମ୍ପର୍କ ରହିଅଛି । ସେହି ଦ୍ରୁଷ୍ଟି ରୁ ଏହି ଗାଡ଼ିଟିକୁ ବବି ଙ୍କୁ ଉପହାର ସ୍ୱରୂପ ଅଥବା ଚଡିବା ନିମନ୍ତେ ଦିଆଯାଇଥାଇପାରେ । ମାତ୍ର ଜଣେ ସରକାରୀ କର୍ମଚାରୀ ହୋଇ ସୁଦ୍ଧା ବିଧାୟକ ଚଢୁଥିବା ଭିନ୍ନ ଏକ କମ୍ପାନୀ ର ଗାଡ଼ି ରେ ମୁଖ୍ୟ ମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ କିଭଳି ପୁରିଗସ୍ତ କରିଲେ ସେ ନେଇ ବର୍ତ୍ତମାନ ନାନା ପ୍ରଶ୍ନ ଉଠିବା ଆରମ୍ଭ ହୋଇଅଛି ।

ରାଜ୍ୟ ର ଜଣେ ପାୱାରଫୁଲ କର୍ମଚାରୀ ଭାବରେ ପାଣ୍ଡିଆନ ଙ୍କୁ କ୍ଵାଟର ସମେତ ସରକାରୀ ଗାଡ଼ି ମଧ୍ୟ ଯୋଗାଇ ଦିଆଯାଇଅଛି । ତଥାପି କେଉଁ କାରଣରୁ ପାଣ୍ଡିଆନ ବିଜେଡି ସଂଗଠନ ସମ୍ପାଦକ ଙ୍କ ସହ ଗୋଟିଏ ସିଟ ରେ ବସି ପୁରୀ ଗଲେ, ଏହାକୁ ନେଇ ଏବେ ଅନେକ କଥା ଶୁଣିବାକୁ ମିଳୁଛି । ଶୁଣା ଖବର ଅନୁସାରେ ଏହି ଗାଡ଼ି ଟି ବୁଲେଟ ପ୍ରୁଫ ହୋଇଥିବା କାରଣରୁ ଏଥିରେ ବସି ବାହାରକୁ ଯିବାକୁ ଲାଗି ସଚିବ କୁଆଡେ ପସନ୍ଦ କରୁଛନ୍ତି ।

ମାତ୍ର ସେପଟେ କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସାଧା ଗାଡିରେ ବସି ଯିବା ଆସିବା କରୁଛନ୍ତି ବୋଲି ଲୋକେ କହୁଅଛନ୍ତି । ତେବେ ଏହା ପଛରା କାରଣ କ’ଣ ହୋଇପାରେ ? ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *