ଆସିଲା ଆଉ ଜଣେ ବ୍ରାହ୍ମଣ ! ତା’ ଦେହ ସାରା ହୋଇଛି ଜାଦୁ ପଣ ପଣ ! Dhaga Dhamali

ବନ୍ଧୁଗଣ ମଜାଳିଆ ମଜାଳିଆ କଥା ସମସ୍ତଙ୍କୁ ପଢିବାକୁ ଓ ଶୁଣିବାକୁ ଭଲ ଲାଗିଥାଏ । ତେବେ ସେହିପରି କିଛି ମଜାଳିଆ ଓଡିଆ ଢଗ ଢମାଳୀ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇକି ଆସିଛୁ। ଯାହାକୁ ଆପଣ ପଢି ନିଜର ମନୋରଞ୍ଜନ କରିପାରିବେ । ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଚାଲନ୍ତୁ ସେହି ସବୁ ରୋଚକପୂର୍ଣ୍ଣ ଢଗଢମାଳୀ ବିଷୟରେ ଆଲୋଚନା କରିବା ।

1- ସରଗରୁ ଆସିଲେ ଭାଇ, ଭଉଣୀ । ଚୋବେଇ ଗଲେ ବିରିଗହୁଣୀ । ଏହାର ମାନେ କଣ ?

ଉତ୍ତର;- ଚକିଶିଳ ।

2- ତୁ ଥିବୁ ଡାଳେ, ମୁଁ ଥିବି ଜଳେ । ଭେଟାଭେଟି ହେବା । ରୋଷେଇ ଶାଳେ । ଏହାର ମାନେ କଣ ?

ଉତ୍ତର;- ମାଛ ଏବଂ ଆମ୍ବ ।

3- ବାବାଜୀ ନୁହେଁ ତା ବଢିଛି ଦାଢି । ପାଦ ତଳ ଯାଏ ଆସିଛି ମାଡି । ପିଲାଏ ଖେଳନ୍ତି ଦାଢିରେ ଦୋଳି, ପକ୍ଷୀଏ ଖାଆନ୍ତି ତାହାର କୋଳି ।

ଉତ୍ତର;- ବରଗଛ ।

4- କେଉଁ ଗଛରେ କାଠ ନଥାଏ ।

କଦଳୀ ଗଛ ।

5- ତାହା କଣ ଯାହାକୁ ଭାଙ୍ଗିବା ପରେ ସବୁ ଲୋକ ଖୁସି ହୋଇଯାଇଥାନ୍ତି ?

ଉତ୍ତର;- ରେକର୍ଡ ।

6- ଆସିଲା ଆଉ ଜଣେ ବ୍ରାହ୍ମଣ । ତା ଦେହ ସାରା ଜାଦୁ ପଣ ପଣ । ଏହାର ଉତ୍ତର କଣ ?

ଉତ୍ତର;- ପଣଷ ।

7- ତାହା କଣ ଯାହା ଦ୍ଵାରା ଆମେ କାନ୍ଥର ଆରପଟ ମଧ୍ୟ ଦେଖି ପାରିଥାଉ ?

ଉତ୍ତର;- ଝରକା ।

8- ମୁଁ ସବୁଜ, ମୋ ଛୁଆ କଳା, ଲୋକେ ମୋତେ ଛାଡି ମୋ ଛୁଆକୁ ଖାଇଥାନ୍ତି । ମୁଁ କିଏ ?

ଉତ୍ତର;- ଗୁଜୁରାତି ।

9- ତୁ ଯେତେ ହଲଉଛୁ ହଲ୍ । ମୁଁ ତଳେ ନ ପଡିଲେ ଗଲା ?

ଉତ୍ତର;- ଦୋଳି ।

10- ଭିକାରୀ ନୁହେଁ କିନ୍ତୁ ପଇସା ମାଗିଥାଏ । ଝିଅ ନୁହେଁ କିନ୍ତୁ ପର୍ସ ରଖିଥାଏ । ପୂଜାରୀ ନୁହେଁ କିନ୍ତୁ ଘଣ୍ଟି ବଜାଇଥାଏ । ସେ ଜଣଙ୍କ କିଏ ?

ଉତ୍ତର;- ବସ କଣ୍ଡକ୍ଟର ।

ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ସହ ନୂଆ ନୂଆ ମଜାଳିଆ ଢଗଢମାଳୀ ପଢିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *