ଆସିଗଲା Post Office ର Special Scheme: ଦିନକୁ ମାତ୍ର 50 ଟଙ୍କା Deposit କରି ପାଇ ପାରିବେ 35 ଲକ୍ଷ ଟଙ୍କା, ଦେଖନ୍ତୁ କିପରି ?

ଦିନକୁ ଦିଅନ୍ତୁ ମାତ୍ର ୫୦ ଟଙ୍କା ମାସକୁ ୧୫୦୦ ଟଙ୍କା ଜମା କରି ପାନ୍ତୁ ୩୫ ଲକ୍ଷ ଟଙ୍କା । ବନ୍ଧୁଗଣ ଆପଣ ମାନଙ୍କୁ ଏହି ସ୍କିମଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ସ୍କିମ ବିଷୟରେ କହିବାକୁ ଯାଉଛୁ ଓ ଏହି ସ୍କିମଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସ୍କିମ ବିଷୟରେ । ଦିନକୁ ଦିଅନ୍ତୁ ମାତ୍ର ୫୦ ଟଙ୍କା ମାସକୁ ୧୫୦୦ ଟଙ୍କା ଜମା କରି ପାନ୍ତୁ ୩୫ ଲକ୍ଷ ଟଙ୍କା ।

ଆପଣଙ୍କ ଘର ପାଖରେ ଥିବା ପୋଷ୍ଟ ଅଫିସ ଦେଉଛି କିଛି ଏମିତି ସୁଯୋଗ । ଆପଣ ନିଜ କଷ୍ଟ ଅର୍ଜିତ ଟଙ୍କାକୁ ନିବେଶ କରି ଆପଣ ଭଲ ଆଯ କରିବାକୁ ଚାହୁଁଥିଲେ ମାରକେଟରେ ଅନେକ ବିକଳ୍ପ ରହିଛି । ଅଧିକାଂଶ ଯୋଜନାରେ ଭଲ ରିଟର୍ନ ମିଳୁ ଥିବା ବେଳେ କିଛି ଯୋଜନାରେ ଘାଟା ହେବା ଆଶଙ୍କା ରହିଥାଏ । ଏଥିପାଇଁ ସମସ୍ତେ ବିପଦରେ ନପଡିବା ପାଇଁ ଭଲ ଯୋଜନାକୁ ବାଛି ଥାନ୍ତି ।

ଯଦି ଆପଣ ବି ଏପରି କିଛି ଯୋଜନା ଖୋଜୁ ଛନ୍ତି ତା ହେଲେ ପୋଷ୍ଟ ଅଫିସ ଆପଣଙ୍କ ପାଇଁ ଆଣିଛି ଗ୍ରାମ ସୁରକ୍ଷା ଯୋଜନା । ଏହା ଏମିତି ଏକ ସ୍କିମ ଯେଉଁଥିରେ ଜଣେ ସାଧାରଣ ଲୋକକୁ ମିଳିଥାଏ ଭଲ ରିଟର୍ନ । ୧୯ ରୁ ୫୫ ବର୍ଷ ମଧ୍ୟରେ କେହି ବି ଭାରତୀୟ ନାଗରିକ ଗ୍ରାମ ସୁରକ୍ଷା ଯୋଜନାକୁ ନେଇ ପାରିବେ । ଏହି ଯୋଜନାରେ ସର୍ବ ନିମ୍ନ ବୀମା ରାସୀ ୧୦ ହଜାର ଟଙ୍କା ଏବଂ ସର୍ବାଧିକ ବୀମା ରାସୀ ହେଉଛି ୧୦ ଲକ୍ଷ ଟଙ୍କା ।

ଯୋଜନାର ପ୍ରିମିୟମ ପେମେଣ୍ଟ ମାସିକ, ତ୍ରୈମାସିକ, ୬ ମାସିକ ବା ବାର୍ଷିକ କରିପାରିବେ । ସବୁଠାରୁ ବଡ କଥା ହେଉଛି ଏହି ବୀମା ଯୋଜନାରେ ରୁଣ ସେବା ରହିଛି । ପଲିଶି କିଣିବାର ୪ ବର୍ଷ ପରେ ଜଣେ ରୁଣ ନେବାର ଲାଭ ଉଠାଇ ପାରିବେ । ବନ୍ଧୁଗଣ ଏହା ସହିତ ପଲିଶି ସରେଣ୍ଡର କରିବାର ବ୍ୟବସ୍ଥା ମଧ୍ୟ ରହିଛି ୩ ବର୍ଷ ପରେ ଜଣେ ଗ୍ରାହକ ଚାହିଁଲେ ପଲିଶି ସରେଣ୍ଡର କରିପାରିବ । ହେଲେ ଏହି ସ୍ଥିତିରେ ଆପଣ ମାନଙ୍କୁ କୌଣସି ଲାଭ ମିଳିବ ନାହିଁ ।

ଯଦି କିଏ ୧୯ ବର୍ଷର ଗ୍ରାହକ ୧୦ ଲକ୍ଷର ଗ୍ରାମ ସୁରକ୍ଷା ଯୋଜନା କିଣନ୍ତି ତେବେ ମାସିକ ପ୍ରିମିୟମ ୧୫୧୫ ଟଙ୍କା ଦେବାକୁ ହେବ । ଦିନକୁ ହିସାବ କଲେ ପ୍ରାୟ ୫୦ ଟଙ୍କା ହେବ । ପଲିଶି କର୍ତ୍ତାଙ୍କୁ ୫୫ ବର୍ଷ ପାଇଁ ୩୧.୭୦ ଲକ୍ଷ ଟଙ୍କା ଓ ୫୮ ବର୍ଷ ପାଇଁ ୩୩.୪୦ ଲକ୍ଷ ଟଙ୍କାର ଲାଭ ମିଳିବ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *