କାଲିଠୁ 6 ଦିନ ବନ୍ଦ ରହିବ ସମସ୍ତ ବ୍ୟାଙ୍କ ବନ୍ଦ, ଜାଣନ୍ତୁ, କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଚଳିତ ମାସ ଅର୍ଥାତ ର ପ୍ରଥମ ମାସ ଜାନୁଆରୀ ୩୧ ଦିନିଆ ପଡ଼ିଥିବା ବେଳେ ଗତକାଲି ଅର୍ଥାତ ୧୮ ତାରିଖ ରୁ ୬ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ । ଏହି ସମ୍ବନ୍ଧରେ ଆର ବି ଆଇ ଅଫିସିଆଲ ୱେବ୍ ସାଇଟ ରେ ସୂଚନା ପ୍ରଦାନ କରାଯାଇଛି । ତେଣୁ ଯଦି ଆପଣ ମାନଙ୍କ ବ୍ୟାଙ୍କ ରେ କୌଣସି ଜରୁରୀ କାମ ବାକି ରହି ଯାଇଛି ତେବେ ଆପଣ ବ୍ୟାଙ୍କ ବନ୍ଦ ହେବା ପୂର୍ବରୁ ଉକ୍ତ କାମ ଗୁଡ଼ିକୁ ପୁରା କରି ନିଅନ୍ତୁ ।

ଆର ବି ଆଇ ଜାରି କରିଥିବା ଲିଷ୍ଟ ଅନୁସାରେ ଆସନ୍ତା କାଲି ଅର୍ଥାତ ୧୮ ତାରିଖ ମଙ୍ଗଳବାର “ଥାଇ ପୁସମ” ପଡୁ ଥିବାରୁ ଏହି ଦିନ କେବଳ ବ୍ୟାଙ୍କ ବନ୍ଦ ରହିବ । ସେହିପରି ଜାନୁଆରୀ ମାସ ର ୨୨ ତାରିଖ ମାସର ଚତୁର୍ଥ ଶନିବାର ପଡ଼ୁଥିବାରୁ ସେହିଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ । ଏହା ବ୍ୟତୀତ ଜାନୁଆରୀ ୨୩ ରବିବାର ଥିବାରୁ ସେଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ ।

ଏହା ସହିତ ଜାନୁଆରୀ ମାସ ୨୫ ତାରିଖ ମଙ୍ଗଳବାର ଦିନ ହିମାଚଳ ପ୍ରଦେଶ ର ରାଜ୍ୟ ସ୍ଥାପନା ଦିବସ ପାଇଁ ବ୍ୟାଙ୍କ ବନ୍ଦ ରହିବ । ଏହାର ପରଦିନ ଅର୍ଥାତ ଜାନୁଆରୀ ମାସ ୨୬ ତାରିଖରେ ଗଣତନ୍ତ୍ର ଦିବସ ହୋଇଥିବାରୁ ସମ୍ପୂର୍ଣ୍ଣ ଦେଶରେ ବ୍ୟାଙ୍କ ଛୁଟି ରହିବ । ଏହବାଦ ଜାନୁଆରୀ ମାସ ୩୧ ତାରିଖ ସୋମବାର ଦିନ ଆସାମ ରେ ବ୍ୟାଙ୍କ ଛୁଟି ରହିବ ।

ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଉକ୍ତ ଛୁଟି ଦିନ ଗୁଡ଼ିକ ସବୁ ରାଜ୍ୟ ରେ ଲାଗୁ ହେବ ନାହିଁ । ଏହା ଭିନ୍ନ ଭିନ୍ନ ରାଜ୍ୟରେ ଅଲଗା ଅଲଗା ଦିନ ଛୁଟି ରହିବ । କେବଳ ଗଣତନ୍ତ୍ର ଦିବସ, ରବିବାର ଏବଂ ଚତୁର୍ଥ ଶନିବାର ଦିନ ହିଁ ସମ୍ପୂର୍ଣ୍ଣ ଦେଶରେ ବ୍ୟାଙ୍କ ଛୁଟି ରହିବ । ଯାହା ଆର ବି ଆଇ ତାଲିକା ରେ ପ୍ରକାଶ ପାଇଛି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *