ଆସନ୍ତା କାଲି ଠାରୁ 2 ଦିନ ପର୍ଯ୍ୟନ୍ତ ଭାରତ ବନ୍ଦ ଡାକରା ଦିଆଯାଇଛି । ଦେଶର ପ୍ରମୁଖ 10ଟି ଟ୍ରେଡ ୟୁନିୟନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଅହେତୁକ ଦରବୃଦ୍ଧି, ଇପିଏଫଧାରୀଙ୍କୁ ଜମା ଉପରେ ସୁଧହାର ହ୍ରାସ ବିରୋଧରେ ଭାରତ ବନ୍ଦ ଡାକରା ଦିଆଯାଇଛି। ବାମଦଳ ଓ କଂଗ୍ରେସ ଏହାକୁ ସମର୍ଥନ କରୁଛି। ବ୍ୟାଙ୍କିଙ୍ଗ, ବୀମା ଏବଂ ବିକ୍ରିୟ କ୍ଷେତ୍ରରେ ଏହି ଆହ୍ଵାନର ଅଂଶ ହେବ ।
କେନ୍ଦ୍ରୀୟ ଟ୍ରେଡ ୟୁନିୟନରେ ଏକ ଫର୍ମରେ ୨୮ ମାର୍ଚ ଏବଂ ୨୯ ମାର୍ଚ କୁ ଭାରତ ବନ୍ଦ ର ଆହ୍ଵାନ ଦେଇଛନ୍ତି । ଏହି ଭାରତ ବନ୍ଦ ମୋଦୀ ସରକାରଙ୍କ ଏହି ନୀତି ଗୁଡ଼ିକକୁ ବିରୋଧ କରି ଦିଆ ଯାଇଛି, ଯାହା କି କର୍ମଚାରୀ, କୃଷକ, ଏବଂ ସାଧାରଣ ଲୋକ ଙ୍କ ଉପରେ ଖରାପ ପ୍ରଭାବ ପକାଉଛି । ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଅହେତୁକ ଦର ବୃଦ୍ଧି ଇପିଏଫଧାରୀ ଙ୍କୁ ଜମା ଉପରେ ସୁଧହାର ହ୍ରାସ ବିରୁଦ୍ଧରେ ଏହି ଭାରତ ବନ୍ଦ ଡାକରା ଦିଆ ଯାଇଛି ।
ବାମଦଳ ଓ କଂଗ୍ରେସ ଏହାକୁ ସମର୍ଥନ କରିଛି । ବିଶେଷ କରି ଏହି ଦୁଇ ଦଳର ସମସ୍ତ ଟ୍ରେଡ ୟୁନିୟନ ଏହି ଡାକରା ଦେଇଛନ୍ତି । ନୂତନ ଶ୍ରମକୁ ଲାଗୁ କରି ସାଧାରଣ ଶ୍ରମିକଙ୍କୁ ଶୋଷଣ କରିବାକୁ ଚେଷ୍ଟା ଅକରୁଛନ୍ତି ସରକାର । ଏହି ବନ୍ଦ ଡାକରାକୁ ନିର୍ମାଣ ଶ୍ରମିକ, ବିଜୁଳି ବିଭାଗ କର୍ମଚାରୀ, ଟ୍ରାନ୍ସପୋର୍ଟ କର୍ମଚାରୀ ସଂଘ ଗୁଡିକ ମଧ୍ୟ ସମର୍ଥନ କରିଛନ୍ତି ।
କୁହାଯାଉଅଛି ଯେ ବ୍ୟାଙ୍କିଙ୍ଗ, ବିଜୁଳି ତଥା ବିକ୍ରିୟ ବିଭାଗ ର କର୍ମଚାରୀ ମଧ୍ୟ ଏହି ହରତାଳର ଅଂଶ ହେଇ ପାରନ୍ତି । ଟ୍ରେଡ ୟୁନିୟନ କୋଇଲା, ପୋଷ୍ଟଲ, ଆୟକର, ବ୍ୟାଙ୍କ ଏବଂ ବୀମା କ୍ଷେତ୍ରରେ ଏହି ହରତାଲ ର ସୂଚନା ଦେବାଭଳି ନୋଟିସ ପଠା ଯାଇଅଛି । ଏହି ଭାରତ ବନ୍ଦ କାରଣରୁ ଅନେକ କାମ କାର୍ଯ୍ୟ ବନ୍ଦ ରହିବାର ଅନୁମାନ ଲଗାଯାଉଅଛି । ସବୁଠାରୁ ବଡ ପ୍ରଭାବ ବ୍ୟାଙ୍କ ଉପରେ ଦେଖିବାକୁ ମିଳିପାରେ ।
ଆଶା କରାଯାଉଛି ଯେ ୨୮ ଏବଂ ୨୯ ମାର୍ଚ୍ଚରେ ବ୍ୟାଙ୍କ ର କାମ ବହୁତ ପ୍ରଭାବିତ ହେବ । ଏହାର ବହୁତ ଅଧିକ ପ୍ରଭାବ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ଉପରେ ମଧ୍ୟ ପଡିପାରେ । ସାଧାରଣ ଜନତା ମଧ୍ୟ ଏଥିରେ ବହୁତ ପ୍ରଭାବିତ ହେବେ ବୋଲି ଆଶା କରାଯାଉଅଛି । କାରଣ ଭାରତ ବନ୍ଦ ରେ ଜନସାଧାରଣ ଅନେକ ସ୍ଥାନ କୁ ଯାତାୟାତ କରି ପାରିବେ ନାହିଁ ।
କିନ୍ତୁ ଜରୁରୀ କାଳୀନ ପରିସ୍ଥିତି ରେ ହସ୍ପିଟାଲ କୁ ଯାତାୟାତ କରିବାରେ ପ୍ରତିବନ୍ଧକ ନାହିଁ ବୋଲି କୁହାଯାଇଅଛି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।