ଆସନ୍ତା 24 ଘଣ୍ଟାରେ ବାତ୍ୟା ! ଦେଖନ୍ତୁ ବାତ୍ୟା Asani କୁ ନେଇ କଣ କହିଲା ପାଣିପାଗ ବିଭାଗ, ଓଡିଶା ଉପରେ କିପରି ରହିବ ଏହାର ପ୍ରଭାବ !

ବନ୍ଧୁଗଣ, ଅସାନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା ଅସାନି । ଏବେ ଡିପ୍ରେସନ ଅଧିକ ଘନୀଭୂତ ହେଉଅଛି । ଆସନ୍ତା ୧୨ ଘଣ୍ଟା ରେ ଅବପାତ ଗଭୀର ଅବପାତ ଅଥବା ଡିପ ଡିପ୍ରେସନ ହେବ । ଏହା ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୧୨ ଘଣ୍ଟା ରେ ସାମୁଦ୍ରିକ ଝଡ ସୃଷ୍ଟି ହେବ । ତେବେ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ଡିପ୍ରେସନ । ଏହାର ପ୍ରଭାବରେ ଉତ୍ତର ଆଣ୍ଡାମାନ ଦୀପ ର ଅଧିକାଂଶ ସ୍ଥାନାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ଆଉ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ର ପୂର୍ବନୁମାନ କରିଛି ପାଣିପାଗ ବିଭାଗ ।

ନିକୋବର ଦୀପ ରେ ହାଲୁକା ରୁ ମାଧ୍ୟମ ଧରଣର ବର୍ଷା ର ଚେତାବନୀ ଦେଇ ଯାଇଅଛି । ୨୩ ତାରିଖରେ ବାତ୍ୟା ଆସାମୀ ମିଆମାର ବାଂଲାଦେଶ ଉପକୂଳର ସମଭାଗ ଛୁଇଁବ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର ଭାରତୀୟ ତଟ ରକ୍ଷା ବାହିନୀ ମାଛ ଧରାଳି ମାନଙ୍କୁ ସତର୍କ କରିଛି ।

ସମୁଦ୍ର ଭିତରକୁ ଯିବାକୁ ମତ୍ସଜୀବୀ ଙ୍କୁ ବାରଣ କରାଯାଇଅଛି । ଏହିଭଳି ବାରମ୍ବାର ବାତ୍ୟା ହେବା ଫଳରେ ବହୁତ ଧନଜୀବନ ନଷ୍ଟ ହେବା ସହିତ ଅନେକ ଲୋକଙ୍କ ଘର ନଷ୍ଟ ହୋଇ ଯାଉଅଛି । ଜନତା ମାନେ ବିଭିନ୍ନ ପରିସ୍ଥିତି ର ସମୁଖୀନ ହେଉଛନ୍ତି । ସବୁକୁ ଦୃଷ୍ଟିରେ ରଖି ସରକାର ସାବଧାନ ରହିବାକୁ କହିଛନ୍ତି । କାରଣ ଏହା କେତେବେଳେ ଯେ ଭୟଙ୍କର ରୂପ ନେବ ତାହା କହିବା ଅସମ୍ଭବ ।

ଏଣୁ ମତ୍ସଜୀବୀ ମାନେ ଆଦୌ ସମୁଦ୍ର କୁ ଜାଆନ୍ତୁ ନାହିଁ । ଏହା ସହିତ ଆବଶ୍ୟକୀୟ ଜିନିଷ ନିଜ ପାଖରେ ଆଣି ରଖନ୍ତୁ । ସୂଚନା ଅନୁଯାୟୀ ପବନର ବେଗ ମଧ୍ୟ ଧୀରେ ଧୀରେ ବଢିବ ଏଣୁ ବାତ୍ୟା ଉପକୂଳ ଛୁଇଁବା ପରେ ଆପଣ ମାନେ ଘରୁ କୁଆଡେ ବାହାରକୁ ବାହାରନ୍ତୁ ନାହିଁ । ବାତ୍ୟା କୁ ନେଇ ସରକାର ବହୁତ ଚିନ୍ତିତ ଅଛନ୍ତି କାରଣ ଏହାର ପ୍ରଭାବରେ ଲୋକ ଙ୍କ ବହୁତ କିଛି ନଷ୍ଟ ହେଇ ଯାଉଛି ।

କାହାର ବ୍ୟବସାୟ ସଂପୂର୍ଣ୍ଣ ଭାବରେ ବୁଡି ଗଲାଣି ତ ଆଉ କେତେକ ଙ୍କ ବାସସ୍ଥାନ ସଂପୂର୍ଣ୍ଣ ଭାବରେ ବାତ୍ୟାର ପ୍ରଭାବରେ ନଷ୍ଟ ହୋଇ ଯାଉଅଛି । ମାତ୍ର ପ୍ରାକୃତିକ ବିପର୍ଜ୍ୟୟ କୁ କେହି ଅଟକାଇ ପାରିବେ ନାହିଁ । ତଥାପି ଆପଣ ମାନେ ସାବଧାନ ରୁହନ୍ତୁ । ତେବେ ଆଶା କରୁଛି ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ନିଜର ମତାମତ ନିଶ୍ଚିତ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *