‘ମୁଁ ଶବରୀ ନୁହେଁ, ହେଲେ ଲୁହରେ ମୋ ରାମଚନ୍ଦ୍ରଙ୍କ ପାଦ ଦୁଇଟାକୁ ଧୋଇଦେବି….’ ଅଭିନେତା Arun Govil ରାମ ବୋଲି ସମ୍ବୋଧନ କରି ପାଦ ତଳେ ପଡିଗଲେ ମହିଳା, ଭାଇରାଲ ହେଲା video

ବନ୍ଧୁଗଣ ନମସ୍କାର, ତେବେ ଆଜି ଭାରତ ବର୍ଷ ରେ ଏହି ଭିଡିଓ ଟି ସମସ୍ତଙ୍କ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛି । ସମସ୍ତେ ବାରମ୍ବାର ଏହି ଦୃଶ୍ୟ କୁ ମୋବାଇଲ ଫୋନ ରେ ଦେଖୁଛନ୍ତି ଏବଂ ଏହା ଦେଖୁଛନ୍ତି ଏହି ମହିଳା ଙ୍କ ଭକ୍ତି କୁ । ଗୋଡ଼ ତଳେ ପଡି ଯାଇଛନ୍ତି ଏହି ବ୍ୟକ୍ତି ଜଣକ । ହେଲେ କାହିଁକି? କିଏ ଏହି ବ୍ୟକ୍ତି? କାହିଁକି ତାଙ୍କର ଗୋଡ଼ ତଳେ ପଡ଼ି ଯାଉଛନ୍ତି ଏହି ମହିଳା ଜଣକ? କାହିଁକି ଏହି ବ୍ୟକ୍ତି ଜଣକ ମହିଳା କୁ ମନା କରୁଛନ୍ତି ତାଙ୍କୁ ମୁଣ୍ଡିଆ ମାରିବାକୁ ?

ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏହି ବ୍ୟକ୍ତି ଜଣକ ହେଉଛନ୍ତି ଭଗବାନ ରାମଚନ୍ଦ୍ର ଙ୍କ ଚରିତ୍ର ନିର୍ବାହ କରିଥିବା ଶ୍ରୀ ଅରୁଣ ଗୋବିଲ । ଯିଏକି ରାମଚନ୍ଦ୍ର ଙ୍କ ଚରିତ୍ର କୁ ଉତାରି ଥିଲେ ରାମାନନ୍ଦ ସାଗର ଙ୍କ ରାମାୟଣ ରେ । ଏହା ଥିଲା ଏଭଳି ଏକ ସିରିଆଲ ଯାହାକି କୋଭିଡ ସମୟରେ ସବୁ ରେକର୍ଡ ଭାଙ୍ଗି ଦେଇଥିଲା ।

୮୦ ଦଶକ ରେ ପ୍ରସାରିତ ଏହି ଧାରାବାହିକ ରେ ରାମଚନ୍ଦ୍ର ଙ୍କ ଭୂମିକା ରେ ଅବତର୍ଣ୍ଣ ହୋଇଥିଲେ ଅରୁଣ ଗୋବିଲ । ଦର୍ଶକ ନିଜ ହୃଦୟ ରେ ଏହି ସୋ କୁ ବସାଇ ରଖିଥିଲେ । ତେବେ ଏହି ଟିଭି ସୋ କେବଳ ୮୦ ଦଶକ ର ନୁହେଁ ବର୍ତ୍ତମାନ ର ମଧ୍ୟ । ଏହା ଅନେକ ଗୁଞ୍ଜରଣ ସୃଷ୍ଟି କରିଛି । କୋଭିଡ ସମୟରେ ରାମାୟଣ କୁ ପୁନର୍ବାର ପ୍ରସାରଣ କରାଯାଇଥିଲା ଏବଂ ଡିଡି ୱାନ୍ ରେ ଏହା ଏଭଳି ଏକ ସିରିଆଲ ଥିଲା ଯାହା ସବୁ ସିରିଆଲ ର ଟିଆର୍ପି କୁ ପଛରେ ପକାଇ ଦେଇଥିଲା ।

ତେବେ ଏୟାରପୋର୍ଟ ରୁ ଯେତେବେଳେ ଅରୁଣ ଗୋବିଲ ଆସୁଥିଲେ ନିଜ ପତ୍ନୀ ଙ୍କ ସହିତ ସେହି ସମୟରେ ଏହି ମହିଳା ଜଣକ ଚାଲି ଆସିଥିଲେ ଏବଂ ତାଙ୍କ ଆଖିକୁ ଲୁହ ବାହାରି ଆସିଥିଲା । ନିଜର ଭାବାବେଗ କୁ ସେ ଅଟକାଇ ପାରି ନଥିଲେ ଏବଂ ଭକ୍ତି ରେ ଗୋଡ଼ ତଳେ ପଡ଼ି ଯାଇଥିଲେ ତାଙ୍କ ପ୍ରଭୁ ରାମଚନ୍ଦ୍ର ଙ୍କ ପାଖରେ । ତେବେ ଅରୁଣ ଗୋବିଲ ରାମଚନ୍ଦ୍ର ଙ୍କ ଚରିତ୍ର କୁ ଏଭଳି ଜୀବନ୍ତ ଭାବରେ ଉପସ୍ଥାପିତ କରିଥିଲେ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଭଳି କେହିବି ଉପସ୍ଥାପିତ କରିପାରି ନାହାନ୍ତି ।

ସେଥିପାଇଁ ମହିଳା ଜଣକ ନିଜର ଭକ୍ତ ମନକୁ ଅଟକକ ପାରି ନଥିଲେ ଏବଂ ଭକ୍ତି ରେ ତାଙ୍କ ମନ ବ୍ୟାକୁଳ ହୋଇ ଉଠିଥିଲା । ମହିଳା ଙ୍କ ହୃଦୟ ରେ ଥିବା ଭକ୍ତି କୁ ଦେଖି ଅରୁଣ ଗୋବିଲ ଙ୍କ ଆଖିରେ ମଧ୍ୟ ଲୁହ ଆସି ଯାଇଥିଲା । ମହିଳା ଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ପାଦ ଛୁଇଁ ପ୍ରଣାମ କରିଥିଲେ । ତେବେ ବେଳେବେଳେ ଗୋଟିଏ ଚରିତ୍ର ର ଛବି ଆମ ହୃଦୟ ରେ ଆଙ୍କି ହୋଇଯାଏ ଏବଂ ଯଦି ସେହି ଚରିତ୍ର ହୋଇଥାଏ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ର ଙ୍କ ର ତେବେ ସେହି ଚରିତ୍ର ରେ ଅଭିନୟ କରୁଥିବା ବ୍ୟକ୍ତି ହିଁ ଆମ ପାଇଁ ପାଲଟି ଯାଆନ୍ତି ଭଗବାନ ।

Leave a Reply

Your email address will not be published. Required fields are marked *