ବନ୍ଧୁଗଣ, ସାବିତ୍ରୀ ବ୍ରତ ନାରୀ ମାନଙ୍କ ପାଇଁ ଏକ ମହତ ଦିନ ଅଟେ । ମାତା ସାବିତ୍ରୀ ଯେପରି ଯମ ଙ୍କ ପାଖରୁ ସତ୍ୟବାନ ଙ୍କୁ ଫେରାଇ ନେଇ ଆସିଥିଲେ ସେହିଭଳି ବିବାହିତା ନାରୀ ମାନେ ମଧ୍ୟ ନିଜ ସ୍ଵାମୀ ଙ୍କ ମଙ୍ଗଳ ମନାସି ନିଷ୍ଟା ର ସହିତ ସାବିତ୍ରୀ ବ୍ରତ କରିଥାନ୍ତି । ଏହି ବ୍ରତ ସାଧାରଣତ 3 ଦିନ ପାଳନ କରାଯାଇଥାଏ । ବିବାହିତା ନାରୀ ମାନେ ନୂତନ ଶାଢୀ ତଥା ଚୁଡି ଆଦି ରେ ଅଳଙ୍କୃତ ହୋଇ ମାତା ସାବିତ୍ରୀ ଙ୍କ ପାଖେ ପୂଜା କରିଥାନ୍ତି ।
ତେବେ ଓଡିଆ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ଅର୍ଚ୍ଚିତା ନିଜ ସ୍ଵାମୀ ସବ୍ୟସାଚୀ ଙ୍କ ପାଇଁ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ ଅର୍ଚ୍ଚିତ କିଭଳି ଭାବରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଅର୍ଚ୍ଚିତା ତାଙ୍କ ଶାଶୁ ଙ୍କ ସହିତ ତାଙ୍କ ପରିବାରର ମହିଳା ମାନେ ଖୁବ ସୁନ୍ଦର ଭାବରେ ନିଜ ହାତରେ ମେହେନ୍ଦି କରିଥିବାର ନଜର ଆସିଛନ୍ତି ।
ଏହା ପରେ ବାପ ଘରୁ ଆସିଥିବା ଲୁଗା ତଥା ଶୃଙ୍ଗାର ଜିନିଷ ପିନ୍ଧି ନିଜକୁ ସୁସଜ୍ଜିତ କରିଥିଲେ । ଅର୍ଚ୍ଚିତା ଙ୍କ ପାଦରେ ଆଳିତା ସାଙ୍ଗକୁ ହାତରେ ଲାଲୀ ରଙ୍ଗର ଚୁଡି ବେସ ଝଲକୁଥିଲା ।ଏହା ପରେ ମାତା ସାବିତ୍ରୀ ଏବଂ ସତ୍ୟବାନ ଙ୍କ ପ୍ରତିମା ଶୀଳରେ ହଳଦୀ ମାଧ୍ୟମରେ ଆଙ୍କି ମାତା ଙ୍କୁ ଅଳଙ୍କାର ମାନ ଏବଂ ଶାଢୀ ପିନ୍ଧାଇ ସଜାଇଲେ । ଏହାପରେ ପଣ୍ଡିତ ଆସି ମାତା ପୂରଣ ପଢି ମାତା ଙ୍କର ପୂଜାର୍ଚ୍ଚନା ଆରମ୍ଭ କରିଲେ ।
ପୂଜା ରେ ସବ୍ୟସାଚୀ ମଧ୍ୟ ଯୋଗ ଦେଇଥିଲେ । ଏବଂ ସେ ଅର୍ଚ୍ଚିତା ଙ୍କ ସହିତ ଆଳତି କରୁଥିବାର ନଜର ଆସିଛନ୍ତି । ଅର୍ଚ୍ଚିତା ଙ୍କ ଶାଶୁ ଏବଂ ଅନ୍ୟ ମହିଳା ମାନେ ଏହି ପୂଜାରେ ଧ୍ୟାନ ର ସହିତ ମାତା ଙ୍କର ପୂଜାର୍ଚ୍ଚନା କରିଥିଲେ । ସ୍ଵାମୀ ଙ୍କର ମଙ୍ଗଳ କାମନା କରି ଦୀର୍ଘାୟୁ ହେବାର ପ୍ରାର୍ଥନା ମାତା ଙ୍କ ପାଖରେ କରିଥିଲେ ।
ଏହାପରେ ମୁଗ ଏବଂ ବିଭିନ୍ନ ଫଳ ରେ ଭୋଗ ଚକଟା ହୋଇଥିଲା । ଏହି ଭୋଗ ସାଧାରଣତ ଆଉ କାହାକୁ ଦିଆଯାଇ ନଥାଏ କେବଳ ବିବାହିତା ନାରୀ ହିଁ ଏହି ଭୋଗ କୁ ଖାଇ ପାରିବେ । ତେବେ ଏହିଭଳି ଭାବରେ ଅର୍ଚ୍ଚିତା ସାବିତ୍ରୀ ବ୍ରତ ପୂଜା କରିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।