ନମସ୍କାର ବନ୍ଧୁଗଣ ତେବେ ନେତା, ପ୍ରୋଯୋଜକୁ ବ୍ଲାକମେଲିଂ କରି ଗିରଫ ହୋଇଥିବା ମହିଳାଙ୍କ ଘର ଦେଖିଲେ ଆପଣ ତାଜୁବ ହୋଇଯିବେ । ଘର ଏମିତି ହୋଇଛି ଯେ ନେତା, ମନ୍ତ୍ରୀଙ୍କ ଘର ମଧ୍ୟ ଗିରଫ ଯୁବତୀଙ୍କ ଘର ଆଗରେ ଫିକା ପଡିଯିବ । ବିଶାଳ ଅଟ୍ଟାଳିକା, ଦାମୀ ଆସବାବ ପତ୍ର ଦେଖିଲେ, ଦେଖିଲା ଲୋକର ଆଖି ଝଲସି ଯିବ । ତେବେ ଘରର ସାଜସଜ୍ଜାରେ ଆଭିଜାତ୍ୟର ଝଲକ ଦେଖିବାକୁ ମିଳିଛି ।
ଯେ ଦେଖିବ ସହଜରେ କହିପାରିବ ଯୁବତୀ ଜଣକ ଏକ ବିଳାସମୟ ଜୀବନ ବିତାଉଥିଲେ । ଆଉ ମହିଳାଙ୍କ ଜଣକ ଗିରଫ ହେବା ପରେ ସ୍ୱାଭାବିକ ଭାବେ ଏହି ପ୍ରଶ୍ନ ଉଠୁଛି । କଳା ଟଙ୍କାରେ ତିଆରି ହୋଇ ନାହିଁ ତ ଏହି ଘର । ଖାଲି ଘର ନୁହେଁ ବରଂ ଲୁଟ୍ ଟଙ୍କାରେ ଦାମୀ ଗାଡ଼ି ଚଢ଼ି ଅୟସ ଗିରଫ ମହିଳା ଓ ତାଙ୍କ ସ୍ୱାମୀ । ବ୍ଲାକମେଲିଂ ରାକେଟରେ ମହିଳାଙ୍କୁ ସହଯୋଗ କରୁଥିଲେ ସ୍ୱାମୀ ।
ସ୍ତ୍ରୀ ଗିରଫ ହେବା ପରେ ସ୍ୱାମୀ ଫେରାର ଥିବା ସୂଚନା ରହିଛି । ତେବେ କମିଶନରେଟ୍ ପୋଲିସ ହାତରେ ମାଷ୍ଟର ମାଇଣ୍ଡ ଯୁବତୀ । ଅର୍ଚ୍ଚନା ନାୟକଙ୍କୁ ଗିରଫ କଲା ପୋଲିସ । ଗତକାଲି ବିଳମ୍ବିତ ରାତିରେ ସତ୍ୟବିହାର ଅଞ୍ଚଳରୁ ଗିରଫ କରିଛି କମିସନରେଟ୍ ପୋଲିସ । ବ୍ଲାକମେଲିଂ କରି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା ।
ଅର୍ଚ୍ଚନା ନିଜକୁ ଓକିଲ ପରିଚୟ ଦେବା ସହ ରାଜନୈତିକ ଦଳର ସଦସ୍ୟ ବୋଲି କହୁଥିଲେ । ଘରକୁ ଡାକି ଅନୈତିକ ସମ୍ପର୍କ ରଖି କ୍ୟାମେରା ଲଗାଇ ରେକର୍ଡ଼ିଂ କରୁଥିଲେ । ପରେ ସିକ୍ରେଟ ଫଟୋ ଦେଖାଇ ବ୍ଲାକମେଲିଂ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । ଅର୍ଚ୍ଚନାଙ୍କ ଟାର୍ଗେଟରେ ଥିଲେ ପ୍ରଯୋଜକ,ପୋଲିସ ଓ ବ୍ୟବସାୟୀ ।
ଗତ ମେ ମାସରେ ଅର୍ଚ୍ଚନା ନାୟକଙ୍କ ନାଁରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଥିଲା । ତେବେ ଏହା ପୂର୍ବରୁ ମଧ୍ୟ କିଛି ନେତା ଓ ପ୍ରଯୋଜକଙ୍କୁ ଏହି ମହିଳା ଜଣକ ବ୍ଲାକମେଲ୍ କରୁଥିବା ଅଭିଯୋଗ ହୋଇଥିଲା । ୨୦୨୧ରୁ ଏ ପର୍ଯ୍ୟନ୍ତ ୩ ଟି ଏଭଳି ମାମଲା ତାଙ୍କ ନାମରେ ରହିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।