ବନ୍ଧୁଗଣ ଏବେ ଅର୍ଚ୍ଚନା ନାଗଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । କିଭଳି ଭାବରେ ଅର୍ଚ୍ଚନା ବଡ ବଡିଆ ଲୋକଙ୍କୁ ପ୍ରେମ ଜାଲରେ ଫସାଇ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ଆଉ ସେ ସବୁକୁ ସିକ୍ରେଟ କ୍ୟାମେରାରେ ରେକର୍ଡ କରି ତାଙ୍କ ଠାରୁ ଟଙ୍କା ଲୁଟୁ ଥିଲେ ତାହା ଏବେ ସମସ୍ତଙ୍କ ସାମ୍ନାରେ ଅଛି । ଅର୍ଚ୍ଚନାଙ୍କୁ ପୋଲିସ ଗିରଫ କରିବା ସହ ତାଙ୍କ ଘର ଆଉ କମ୍ପାନୀରେ ଚଢାଉ କରିଛି ।
ଏହି ମାମଲାର ତଦନ୍ତ ଏବେ ଚାଲିଥିବା ବେଳେ ଆଇନଜୀବୀ ବ୍ୟୋମକେଶ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ଏକ ବଡ ବୟାନ ଦେଇଛନ୍ତି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବ୍ୟୋମକେଶ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଯଦି ଆପଣ ମାଳିକାକୁ ଦେଖିବେ ମାଳିକା କହୁଛି ଯେ ନାରୀ ବର୍ତ୍ତମାନ ସବୁଠାରୁ ଶକ୍ତିଶାଳୀ ହେଇଯିବେ ।
ନାରୀ ଶକ୍ତିଶାଳୀ ହେବା ପରେ ଏସବୁ ପୁରୁଷ ମାନେ ତାଙ୍କ ପାଖରେ ମେଣ୍ଢା ଭଳି ରହିବେ । ବର୍ତ୍ତମାନ ଅବସ୍ଥା ଯାହା ଯେଉଁଠି ରାଜନେତା, ମନ୍ତ୍ରୀ, ବିଧାୟକ, ପୋଲିସ ଆଇପିଏସ ଅଫିସର, ଫିଲ୍ମ ପ୍ରଡ୍ୟୁସର ସେମାନେ ବୋକା ହେଇ ଯାଉଛନ୍ତି ତେବେ ଏ ସାଧାରଣ ଜନତାଙ୍କ ଅବସ୍ଥା କିଏ ପଚାରେ । ଗୋଟେ ମହିଳା ପାଖରେ ଯଦି ଏକ ପୁରୁଷର ନଗ୍ନ ଛବି ରହିଗଲା ସେହି ପୁରୁଷ କେବେ ଆସି ପୋଲିସ ଆଗରେ ଏ କଥା କହିପାରିବ କି ଗୋଟେ ପ୍ରତିଷ୍ଠିତ ପୁରୁଷ କଥା କହୁଛି ।
ଆଉ ପ୍ରତିଷ୍ଠିତ ପୁରୁଷ ନ ହେଲେ ସେ କାହିଁକି ତାଙ୍କ ନଙ୍ଗଳା ଫଟୋ ରଖିବେ । ଏହି କୌଣସି ପ୍ରକାରର ମହିଳାଙ୍କୁ ଚାରି ଖୁଣ୍ଟ ମାଫ ଯେଉଁଟାର ସଦୁପଯୋଗ କରିଛନ୍ତି ଉକ୍ତ ମହିଳା । ଚାରି ଖୁଣ୍ଟ ମାଫ ସେ ଜାଣିଛନ୍ତି ସେଥିପାଇଁ ସେ ଏମିତି କରିଲେ । ଆଉ ପୁରୁଷ ତାର ନାଁ, ଗାଁ ଆଉ ଫେମ ଖରାପ ହେଇଯିବ ବୋଲି ସେ ପୋଲିସ ଷ୍ଟେସନ ଗଲାନି ନିଜ ଇଜ୍ଜତକୁ ଡରିକି ।
ଆଉ ଏହି କଥା ପାଇଁ ମହିଳା ମାନେ ଶକ୍ତିଶାଳୀ ହେଇଗଲେ । ସେମାନେ କହିଲେ ମୁଁ କେସ ଦେଲେ ମୋର କିଛି ହେବନି ତୁ ଅଡୁଆରେ ପଡିବୁ । ଏହା ପରେ ପୁରୁଷ ମେଣ୍ଢା ହେଇଗଲା ଆଉ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ବ୍ୟୋମକେଶ ନିଜର ମତ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।