ଆରମ୍ଭ ହେଲା ଝାରସୁଗୁଡା ଫାଇଟ, ଯୁଦ୍ଧ ପାଇଁ ପ୍ରସ୍ତୁତି ହେଲେ Dipali…

ଦର୍ଶକ ବନ୍ଧୁ ନବ ଦାସଙ୍କ ହତ୍ୟା ପରେ ଏବେ ପଡୁଛି ଉଠୁଛି ରାଜ୍ୟ ରାଜନୀତି । ପ୍ରସଙ୍ଗ ଭିତିକ ପ୍ରତିବାଦ ଚଳାଇ ଛନ୍ତି ରାଜନୈତିକ ଦଳ ମାନେ । ଉଭୟ ବିଜେଡି ଏବଂ ବିଜେପି ରାଜରାସ୍ତାରେ କରୁଛନ୍ତି ପ୍ରତିବାଦ । ସେପଟେ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ନେଇ ଖାଲି ବିଜେଡି ଦୁଃଖିତ ନାହିଁ ବରଂ ଭାରତୀୟ ଜନତା ପାର୍ଟି ମଧ୍ୟ ନବ ଦାସଙ୍କ ନ୍ୟାୟ ପାଇଁ ବେସ ତତ୍ପରତା ଦେଖାଇଛି ।

ଏହି ପ୍ରସଙ୍ଗକୁ ରାଜନୀତି କରଣ କରି ରାଜଧାନୀ ରାଜରାସ୍ତାରେ ପ୍ରତିବାଦ କରୁଛି ବିଜେପି । ସେ ଯାହା ବି ହେଉ କଥାଟି ହେଉଛି ପୂର୍ବତ୍ତମ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଭୁଲି ପାରିନି ଓଡିଶା ଏବେ ବି ସେ ଜୀବିତ ଅଛନ୍ତି ଆମ ମନରେ ଆଉ ଏବେ ବି ଓଡିଶା ନବ ଦାସଙ୍କ ନ୍ୟାୟ ଭିକ୍ଷା କରୁଛି । ଆଉ ସେପଟେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି ନବ ଦାସଙ୍କ ଝିଅ ଦୀପାଳି ଦାସ । ଆଉ କିଛି ଦିନ ପରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ।

ଆଉ ଏହି ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇ ଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ବିଧିମତ ଭାବରେ ନ ହେଲେ ବି ଝାରସୁଗୁଡା ଜିଲ୍ଲାରେ ଉପ ନିର୍ବାଚନକୁ ନେଇ ଏବେ ଠାରୁ ଚର୍ଚ୍ଚା ଜୋର ଧରିଲାଣି । ଆଉ ସେପଟେ ବାପା ଦେଇଥିବା ଗୁରୁ ମନ୍ତ୍ରକୁ ପାଠ୍ୟ କରି ଉପ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି ଝିଅ ଦୀପାଳି ଦାସ । ବାପାଙ୍କ ଏଭଳି ହଠାତ ଚାଲିଯିବା ଟା ସାରା ଓଡିଶା ଝାରସୁଗୁଡା ପରିବାର ସହ ନବ ପରିବାରକୁ ବି ସ୍ତବ୍ଦ କରିଛି ସତ ।

ହେଲେ ଦୀପାଳିଙ୍କ କହିବା କଥା ବାପା ନବ ଦାସ ତାଙ୍କୁ କେବେ ବି ମୁଣ୍ଡ ନୂଆଇ ଚାଲିବା ଶିଖେଇ ନାହାନ୍ତି ବରଂ ମୁଣ୍ଡ ଉଠେଇ ଚାଲିବା ଶିଖେଇ ଛନ୍ତି । ତେବେ ଭିତରୁ ଭାଙ୍ଗି ପଡିଥିଲେ ବି ବାହାରୁ କଠୋର ହୋଇ ନିର୍ବାଚନ ଲଢିବା ପାଇଁ ହେଉଛନ୍ତି ପ୍ରସ୍ତୁତ । ସେପଟେ ଏହାରି ମଧ୍ୟରେ ନବଙ୍କ ପରିବାରକୁ ବହୁ ବରିଷ୍ଠ ରାଜନେତା ଭେଟି ଛନ୍ତି ଆଉ ଉପଯୁକ୍ତ ପରାମର୍ଶ ମଧ୍ୟ ଦେଇଛନ୍ତି ।

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣପ ପ୍ରକାଶ ଦାସ ମଧ୍ୟ ନବଙ୍କ ପରିବାରକୁ ଭେଟି ଥିଲେ । ସେହି ପରି ନବ ଦାସଙ୍କ ଜଣେ ଭଲ ବନ୍ଧୁ ଭାବରେ କଟକ ମେୟର ସୁବାସ ସିଂହ ନବଙ୍କ ପରିବାର ସହ ଛାଇ ଭଳି ରହୁଛନ୍ତି । ଅନେକ ବରିଷ୍ଠ ବ୍ୟକ୍ତି ମାନେ ଶାନ୍ତନା ଦେବା ସହ ଆଗାମୀ ଦିନ ପାଇଁ ପରାମର୍ଶ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *