ସତ୍ଯର ହେବ ଜୟ ! ଆରମ୍ଭ ହେଲା Anubhav ଙ୍କ ଲଢେଇ, ଦେଖନ୍ତୁ Video

ବନ୍ଧୁଗଣ, ଆରମ୍ଭ ହୋଇଛି ଅନୁଭବ ଙ୍କର ଅଗ୍ନି ପରୀକ୍ଷା ତେବେ ଗୋଟେ ପରେ ଗୋଟେ ଅନୁଭବ ଙ୍କର ହାର ଦେଖା ଦେଉଅଛି ଆପଣ ମାନେ ଜାଣିଥିବେ ଯେ ଅନୁଭବ ମହାନ୍ତି ବର୍ତ୍ତମାନ ବର୍ଷା ଙ୍କ ବିରୁଦ୍ଧରେ ତଥା ସତ କହି ମୁହଁ ଖୋଲିବା ଆରମ୍ଭ କରୁଛନ୍ତି । ଦୀର୍ଘ ଦିନ ଧରି ସେ ସବୁକିଛି ସହିବା ପରେ ବର୍ତ୍ତମାନ ସୋସିଆଲ ମିଡିଆ ରେ ସେ ଗୋଟେ ପରେ ଗୋଟେ ଭିଡିଓ ଜାରି କରି ତାଙ୍କର ପାରିବାରିକ ଝଗଡା ହେଉ ଅଥବା ପାରିବାରିକ ମତଭେଦ କୁ ସବୁକିଛି ସୋସିଆଲ ମିଡିଆ ରେ ଆଣି ରଖିଥିଲେ ।

କିନ୍ତୁ ବର୍ଷା ପ୍ରିୟଦର୍ଶନୀ କୋର୍ଟ ରେ କେସ କରିଥିଲେ ଅନୁଭବ ଙ୍କ ନା ରେ । ବର୍ଷା କହିଥିଲେ ଯେ ତାଙ୍କ ଚରିତ୍ର ଉପରେ ଆଞ୍ଚ ଆସୁଅଛି । ଏହାପରେ କୋର୍ଟ ମଧ୍ୟ ବର୍ଷା ଙ୍କ ସପକ୍ଷ ରେ ଯାଇଛନ୍ତି ଏବଂ ଅଭିନେତା ଅନୁଭବ ମହାନ୍ତି ଙ୍କୁ ଏହି ଭିଡିଓ ଜାରି କରିବାକୁ ନିବୃତ କରିଛନ୍ତି ଅଥବା ଭିଡିଓ କରି ଛାଡିବାକୁ ସଫା ସଫା ମନା କରିଦେଇଛନ୍ତି ।

ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଭବ ମହାନ୍ତି ଆଦୌ ହାରି ନାହାଁନ୍ତି ସେ ତାଙ୍କ ପ୍ରୟାସ ଜାରି ରଖିଛନ୍ତି । ଅନୁଭବ ସତ ର ସାମ୍ନା କରୁଛନ୍ତି ଏବଂ ସେ ଗଣ ମାଧ୍ୟମର ଗୋଟେ ସାକ୍ଷାତକାର କୁ ଆସି ସେ ବର୍ଷା ଙ୍କ ସହିତ ଚାଲି ଆସୁଥିବା ବିବାଦ ସମ୍ବନ୍ଧରେ ସବୁକିଛି କହିଛନ୍ତି । କିଭଳି ବର୍ଷା ଙ୍କୁ ଦୀର୍ଘ ୬ ବର୍ଷ ଧରି ଭଲ ପାଇଥିଲେ ଏବଂ କିଭଳି ଉଭୟଙ୍କ ଘର ଲୋକଙ୍କୁ ରାଜି କରାଇ ବିବାହ କରିଥିଲେ, ସମସ୍ତ ଅଭୂଲା ସ୍ମୁତି ସମ୍ବନ୍ଧରେ ଅନୁଭବ ମହାନ୍ତି କହିଛନ୍ତି ।

ଅନୁଭବ ଏହା ମଧ୍ୟ କହିଛନ୍ତି ଯେ ଯେଉଁଠାରେ ଭଲ ପାଇବା ନାହିଁ ସେଠାରେ କୌଣସି ବନ୍ଧନରେ ବାନ୍ଧି ହୋଇ ରହିବା ଉଚିତ ନୁହେଁ । ଅନୁଭବ ବର୍ଷା ଙ୍କ ନା ରେ ଅନେକ କଥା କହିଛନ୍ତି । ଅପର ପାର୍ଶ୍ଵ ରେ ବର୍ଷା ପୋଲିସ ଷ୍ଟେସନ ଯାଇ ଅନୁଭବ ଙ୍କ ବିରୁଦ୍ଧରେ ଏଫଆଇୟାର ଦେବାକୁ ପଛାଉ ନାହାଁନ୍ତି ।

ମାତ୍ର ଏହାପରେ ଅପେକ୍ଷାର ବିଷୟ ଏହା ଯେ କିଏ ସତ କହୁଛନ୍ତି ତଥା କିଏ ମିଛ କହୁଛନ୍ତି ? ଏବଂ କୋର୍ଟଙ୍କ ନିଷ୍ପତ୍ତି କାହା ସପକ୍ଷରେ ହେଉଛି ? ଏ ସବୁ ନିଶ୍ଚିତ ରୂପରେ ଆଗାମୀ ଦିନ ମାନଙ୍କରେ ଜଣା ପଡିବ । ତେବେ ଆପଣଙ୍କ ମତରେ ଅନୁଭବ କି ବର୍ଷା କିଏ ଠିକ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *