April ରେ ଅଶାନ୍ତ ସମୁଦ୍ର ! April ପ୍ରଥମ ସପ୍ତାହରେ ଆସୁଛି ବାତ୍ୟା, ଦେଖନ୍ତୁ କଣ କହିଲା ପାଣିପାଗ ବିଭାଗ…

ନମସ୍କାର ବନ୍ଧୁଗଣ ତେବେ ଏପ୍ରିଲ ପ୍ରଥମ ସପ୍ତାହରେ ଆସିବ କି ବାତ୍ୟା । ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍‌ସଙ୍କ ସୂଚନା ମୁତାବକ ଆସନ୍ତା ସପ୍ତାହରେ ଆଣ୍ଡାମାନ ଓ ନିକୋବର ଦୀପ ନିକଟରେ ଏକ ବାତ୍ୟା ସୃଷ୍ଟି ନେଇ ପାଗ ଅନୁକୂଳ ରହିଛି । ତେବେ ସୂଚନା ଅନୁସାରେ ଏପ୍ରିଲ ୬ କିମ୍ବା ୭ ରେ ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇ ପାରେ । ଏହା ଛଡା ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି ।

ତେବେ ସେପଟେ ଭାରତୀୟ ପାଣି ପାଗ ସୂଚନା ଏହା ଉପରେ କୌଣସି ସୂଚନା ପ୍ରଦାନ କରି ନାହିଁ । ତେବେ ସେମିତି ରେ ବର୍ତ୍ତମାନ ଭାରତରେ ପ୍ରବଳ ଗରମ ମଧ୍ୟ ହେଉଛି କେଉଁଠି ୪୦ କିମ୍ବା କେଉଁଠି ୪୧ ଡିଗ୍ରୀ ଉପରକୁ ରହୁଛି ଏବଂ ଏହି ସମୟରେ ଯେତେବେଳେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ରେ ଏକ ଲଘୁଚାପ ସୃଷ୍ଟି ହେଉଛି ଏବଂ ବିଶେଷ କରି ଏହି ଏପ୍ରିଲ ମାସ ରେ ହିଁ ଆସୁଛି । ତେବେ ତାହା କେଉଁ ପ୍ରକାର ର ସଂଗଠିତ ହୋଇବ ତାହାକୁ ନେଇ ମଧ୍ୟ ବର୍ତ୍ତମାନ ଆଲୋଚନା ଚାଲିଛି ।

ତେବେ ପ୍ରଶାନ୍ତ ମହାସାଗର ରେ ଯେଉଁ ଲାଲିନା ପରିସ୍ଥିତି ରହିଛି ତାହା ଏହା ଉପରେ ପ୍ରଭାବ ପକେଇବ କିମ୍ବା ନାହିଁ ତାହା ମଧ୍ୟ ବର୍ତ୍ତମାନ ପ୍ରଶ୍ନ ଉଠୁଛି । ତେବେ ଏହାକୁ ନେଇ ପାଣିପାଗ ବିଭାଗର ବିଜ୍ଞାନୀ ପ୍ରଫେସର ପଟ୍ଟନାୟକ କିଛି ସୂଚନା ଦେଇଛନ୍ତି । ତେବେ ସେ କହିଛନ୍ତି କି ଆଣ୍ଡାମାନ ନିକୋବର ରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ୪ ଓ ୫ ଏପ୍ରିଲରେ ।

ତେବେ ସେ ଆଜିଠାରୁ ମଧ୍ୟ ଏକ ଲଘୁଚାପ ସୃଷ୍ଟି କରି ସାରିଲାଣି ବୁରଣାଇ ଦ୍ବୀପ ପୁଞ୍ଜ ରେ ତେବେ ସେହି ଅଧିକ ଉତେଜିତ ହୋଇ ଏବଂ ବଢି ସେ ୩ ତାରିଖ ସୁଧା ଭିଏତ ନାମାରେ ଲ୍ୟାଣ୍ଡ କରିବ । ତେବେ ସୂଚନା ଅନୁସାରେ ଯାହା ଲାଗୁଚି ଏହା ସଂଗଠିତ ହୋଇ ୪ ତାରିଖ ରେ ଲଘୁଚାପ ସୃଷ୍ଟି କରି ନେବ । ତେବେ ବୈଜ୍ଞାନିକ ମାନଙ୍କ ସୂଚନା ଅନୁସାରେ ଏହା ୪ ତାରିଖ ରେ ଉତ୍ତର ପଶ୍ଚିମ ଦିଗକୁ ଯିବ ଏବଂ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ରେ ମଧ୍ୟ ଛୁଇଁ ପାରିବ ।

ତେବେ ବର୍ତ୍ତମାନ ସମୟରେ ଅତିରିକ୍ତ ଗରମ ରହୁଛି ତେବେ ଏହାର ମୁଖ୍ୟ କାରଣ ହେଉଛି ଗୁଜୁରାଟ ଓ ଉତ୍ତର ମହାରାଷ୍ଟ୍ର ରେ ବର୍ତ୍ତମାନ ଏକ ମ୍ୟାଶିଵ ହାଇପ୍ରେସର ସିଷ୍ଟମ ରହୁଛି ଯାହା ଗୁରୁଚାପ ବଳୟ ମରୁଭୂମି ରୁ ପବନ କୁ ପଶ୍ଚିମ ଆଡ଼କୁ ଟାଣୁଛି ତେବେ ସୂଚନା ଅନୁସାରେ ୨ ଓ ୩ ପର୍ଯ୍ୟନ୍ତ ଏହି ଭଳି ପରିସ୍ଥିତି ନିଶ୍ଚିତ ଭାବରେ ରହିବ ତାପରେ ହୁଏତ କିଛି ସୁଧାର ଆସିପାରେ ।

ତେବେ ବର୍ତ୍ତମାନ ୱିଣ୍ଡିର ୟୁରୋପିଆନ ଓ ଜିଏଫ୍‌ଏସ ମଡେଲ ମୁତାବକ ଏପ୍ରିଲ ୬ କିମ୍ବା ୭ ତାରିଖରେ ବାତ୍ୟା ସୃଷ୍ଟି ହୋଇପାରେ । ସେପଟେ ଭାରତୀୟ ପାଣିପାଗ ବିଭାଗ ଆଣ୍ଡମାନ ନିକଟରେ କୌଣସି ପରିବର୍ତ୍ତନ ନେଇ ସୂଚନା ଦେଇ ନାହିଁ । ତେବେ ଯାହା ବି ହେଉ ଆପଣ ମାନେ ସତର୍କ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।

Leave a Reply

Your email address will not be published. Required fields are marked *