Aparajita Sarangi ଙ୍କ ଗୋଟି ଗୋଟି କରି ସବୁ ରାଜ ଖୋଲିଲେ… Akhil Pattanaik

ଅପରାଜିତାଙ୍କର ସବୁ ଗୁମର ଖୋଲିଲେ ଅଖିଳ ! ହଁ ଆଜ୍ଞା ବିଜେପି ପାର୍ଟିରୁ ଇସ୍ତଫା ଦେଇଛନ୍ତି ଅଭିନେତା ତଥା ପୂର୍ବତନ ବିଜେପି କର୍ମୀ ଅଖିଳ ପଟ୍ଟନାୟକ ! ତେବେ ବିଜେପି ଦଳ ଛାଡିବା ପରେ ଅଖିଳ ପଟ୍ଟନାୟକ ମିଡିଆ ସାମ୍ନାରେ ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ ନେବି କିଛି ଏଭଳି କହିଛନ୍ତି । ତେବେ ଅଖିଳଙ୍କ କହିବା ଅନୁଯାଇ ମୁଁ ଦଳ ଛାଡିବା ପରେ ମୋ ମନରେ ଭୟ ତ ରହିଛି । ହେଲେ ସୁଭାଷ ବୋଷଙ୍କ ଭଳି ନିଜେ ନିଜ ପାଇଁ ଲଢିବାର ସାହସ ମଧ୍ୟ ମୋ ପାଖରେ ରହିଛି ।

ମୁଁ ଜଣେ ଲୋକଙ୍କୁ ବହୁତ ବିଶ୍ବାସ କରି ତାଙ୍କ ସହ 5 ବର୍ଷ ଧରି କାମ କରିଲି । ହେଲେ ଯେତେବେଳେ ଜାଣିବାକୁ ପାଇଲି । ଓଡିଶା ରାଜନୀତିର କଳଙ୍କିତ ଇତିହାସ ଯେଉଁ ମହିଳା ବନେଇବାକୁ ଯାଉଛି । ମୁଁ ସେହି ମହିଳାଙ୍କ ଡଙ୍ଗାକୁ କୁଳରେ ଲଗେଇ ନଦେବାକୁ ପ୍ରୟାସ କରିଛି । ମୁଁ ଯେତେବେଳେ ତାଙ୍କ ପାଖେ ପାଖେ ରହି ତାଙ୍କ ସହ ପ୍ରଥମେ ମିଶିକି କାମ କରୁଥିଲି । ସେତେବେଳେ ମୁଁ ତାଙ୍କ ଅସଲ ପରିଚୟ ଜାଣିନଥିଲି । ମୁଁ ତାଙ୍କୁ ସବୁବେଳେ ମା’ ର ସମ୍ମାନ ଦେଇଆସିଛି ।

ହେଲେ ପରେ ପରେ ସମୟ କ୍ରମେ ମୁଁ ଜାଣିବାକୁ ପାଇଥିଲି । ଯେ ମୁଁ ଯେଉଁ ମହିଳାଙ୍କୁ ମୁଁ ମୋର ମା’ ର ସମ୍ମାନ ଦେଇ ଆସୁଥିଲି । ସେହି ମହିଳା ଜଣେ ଉଦଣ୍ଡି ସୀତା ଏବଂ ତାଙ୍କ ମାୟାଜାଲରେ ମୁଁ ଦୀର୍ଘ 5 ବର୍ଷ ବାନ୍ଧି ହୋଇ ରହିଥିଲି । ମୁଁ ମୋର ଅଭିନୟ କ୍ଯାରିଅର ଛାଡିକି ଲୋକଙ୍କର ସେବା କରିବା ପାଇଁ ଗୋଟେ ଦଳରେ ସାମିଲ ହୋଇଥିଲି । ସେହି ଦଳର ଜଣେ କର୍ମୀ ହିସାବରେ ମୁଁ ଅପରାଜିତା ଷଡଙ୍ଗୀଙ୍କ ପାଖରେ ରହି ତାଙ୍କର ନିର୍ଦ୍ଧେଶରେ ମୁଁ ପ୍ରତ୍ଯେକଟି କାମ କରିଛି ।

 

ତାଙ୍କର ଆଉ  ମୋ ଭିତରେ ମା’ ପୁଅର ସଂପର୍କ ରହିଥିଲା । ମୁଁ ଭାବିଥିଲି ଯେ ସେ ମୋତେ ରାଜନୀତିରେ ଆଗକୁ ଆଗକୁ ଯାଇ ଗୋଟେ ଭଲ ମଣିଷ କରି ଭଲ ପଦବୀରେ ରଖିଦେବେ । ହେଲେ ସେ ଠିକ ସମୟରେ ତାଙ୍କର ରୂପ ବଦଳାଇଦେଲେ । ଏମିତିକି ମୁଁ ଦଳ ଛାଡିବା ପରେ ମୁଁ କାହିଁକି ଦଳ ଛାଡିଲି ବୋଲି ତା’ ର କାରଣ ବି ମୋତେ ପଚାରି ବୁଝି ନଥିଲେ । ତେଣୁ ମୁଁ ବାଧ୍ୟ ହୋଇ ଦଳ ଛାଡିବାକୁ ନିଷ୍ପତ୍ତି ନେଇଥିଲି । ଖବରର ଅପଡେଟ ପାଇବା ଲାଗି ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *